୫ଘଣ୍ଟାର କାର୍ଯ୍ୟ ପାଇଁ ୭ଦିନ ଗସ୍ତ କରି ମୁଖ୍ୟମନ୍ତ୍ରୀ ତାଙ୍କର ସ୍ପୋର୍ଟିଭ୍ ଗ୍ରୁପକୁ ନେଇ ଯିବାର ଅର୍ଥ କଣ? Asks  BJP

0
376

By Our Correspondent  

BHUBANESWAR:  ମୁଖ୍ୟମନ୍ତ୍ରୀ ଓ ତାଙ୍କ ଟିମ ବିଭିନ୍ନ କାର୍ଯ୍ୟର ବାହାନା ଦେଇ ଛୁଟି କଟାଇବା ପାଇଁ ଜାପାନ ଗସ୍ତ କରିବା ଏକ ପ୍ରହସନ। ବୁଲିବା ଅଧିକାର ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅଛି କିନ୍ତୁ ରାଜ୍ୟ ରାଜକୋଷରେ ଥିବା ଲୋକଙ୍କ କଷ୍ଟ ଅର୍ଜିତ ଟିକସ ଅର୍ଥକୁ ଖର୍ଚ୍ଚ କରି ଛୁଟି କଟାଇବା କେତେ ଦୂର ଯୁକ୍ତିଯୁକ୍ତ? Asked BJP on Friday.

ମୁଖ୍ୟମନ୍ତ୍ରୀ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରି ଛୁଟି କଟାଇବା ପାଇଁ ମନା ନାହିଁ କିନ୍ତୁ ଜାପାନରୁ କିଛି ନୂଆ ଶିଳ୍ପ ଆସୁଛି ନା ପୁରୁଣା ବହିରେ ନୂଆ ମଲାଟ ମଡ଼ାଇ ରାଜ୍ୟର ଯୁବକ ମାନଙ୍କୁ ମିଛ ପ୍ରତିଶ୍ରୁତି ଦିଅନ୍ତୁ ନାହିଁ । ୫ଘଣ୍ଟାର କାର୍ଯ୍ୟ ପାଇଁ ୭ଦିନ ଗସ୍ତ କରି ମୁଖ୍ୟମନ୍ତ୍ରୀ ତାଙ୍କର ସ୍ପୋର୍ଟିଭ୍ ଗ୍ରୁପକୁ ନେଇ ଯିବାର ଅର୍ଥ କଣ?, alleged BJP Spokesperson, Satya Panda.

୨୦୧୯ ପୂର୍ବରୁ ଓଡ଼ିଶାରେ ଭାରତ ସରକାରଙ୍କ ଦ୍ୱାରା ଷ୍ଟିଲ୍ କ୍ଷେତ୍ରରେ ପୁଞ୍ଜିନିବେଶ ନେଇ ଘୋଷଣା କରାଯାଇଥିଲା।  ଓଡ଼ିଶାରେ ଜାପାନ ପୁଞ୍ଜିନିବେଶକୁ ଆଣିବାରେ ସଫଳ ନେତା ହେଉଛନ୍ତି ଏବେର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗୋଟିଏ ନୁହେଁ ବରଂ ଦୁଇଟି ବୃହତ ପ୍ରକଳ୍ପକୁ ଓଡ଼ିଶାକୁ ଆଣିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।, the BJP said.

ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଇସ୍ପାତ୍ କ୍ଷେତ୍ରରେ ପୂର୍ବରୁ ଘୋଷିତ ୨୪ ଏମଟିପିଏ ବିଶିଷ୍ଟ ଷ୍ଟିଲ୍ ପ୍ଲାଂଟ୍ ପାଇଁ ପୁଞ୍ଜିନିବେଶ କଥାକୁ ଦୋହରାଉଛନ୍ତି ନା ଅତିରିକ୍ତ ୩୦ ଏମଟିପିଏ ବିଶିଷ୍ଟ ଷ୍ଟିଲ୍ ପ୍ଲାଂଟ୍ ପାଇଁ ପୁଞ୍ଜିନିବେଶ କଥା କହୁଛନ୍ତି । ଏଥିରେ କେବଳ ନିପନ କମ୍ପାନୀ ଅଛି ନା ଆର୍ସେଲର ମିତଲ ସହ ନିପନ ଅଛି ?

ରାଜ୍ୟ ସରକାର ଓ ଖଣି ମାଲିକଙ୍କ ମଧ୍ୟସ୍ଥି କରୁଥିବା ଉପକୂଳ ଜିଲ୍ଲା ସାଂସଦ ଯେଉଁଠି ଖଣିର ନାଁ ଗନ୍ଧ ନାହିଁ ସେ ଜାପାନ ଗସ୍ତର ସ୍ୱାର୍ଥ କଣ?

୨୦୦୬ରେ ଆର୍ସେଲର ମିତଲ ୫୦ହଜାର କୋଟି ନିବେଶରେ କେନ୍ଦୁଝର ଜିଲ୍ଲାରେ ୧୨ମିଲିୟନ ଟନର ଇସ୍ପାତ୍ କାରଖାନା ସ୍ଥାପନା ନେଇ ଏମଓୟୁ କରିଥିବା ରାଜ୍ୟ ସରକାର ଓହରିଲେ କାହିଁକି? କେନ୍ଦୁଝର ଜିଲ୍ଲାର ରାଜସ୍ୱରୁ ବିପୁଳ ଅର୍ଥ ଓଡ଼ିଶା ପାଉଛି, ସେହି ଅଂଚଳକୁ କିଛି ନ ଦେବାର ଯୋଜନା କାହିଁକି?

ମୁଖ୍ୟମନ୍ତ୍ରୀ ଏବେ ଯେଉଁ ପୁଞ୍ଜିନିବେଶର ବାହାବା ନେଉଛନ୍ତି, ତାହା ୩ବର୍ଷ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ହୋଇସାରିଛି

LEAVE A REPLY

Please enter your comment!
Please enter your name here