୨୨ତମ ଲୋକମେଳା ଓ ୧୫ତମ କୃଷିମେଳା-୨୦୨୪ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

0
201

By Our Correspondent

PURI/BHUBANESWAR:  ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ୨୨ତମ ଲୋକମେଳା ଓ ୧୫ତମ କୃଷିମେଳା-୨୦୨୪ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଡିସେମ୍ବର ୨୧ ଠାରୁ ୨୫ ତାରିଖ ପର୍ଯ୍ୟନ୍ତ ପାଞ୍ଚଦିନ ବ୍ଯାପୀ ପୁରୀ ସ୍ବର୍ଣ୍ଣାଭ ବେଳାଭୂମି ଠାରେ ଏହା ଅନୁଷ୍ଠିତ ହେବାକୁ ଯାଉଅଛି।

ଏଥି ନିମନ୍ତେ ଏକ ପ୍ରସ୍ତୁତି ବୈଠକ ପୁରୀର ଅତିରିକ୍ତ ଜିଲ୍ଲାପାଳ (ପ୍ରୋଟୋକଲ) ନୀଳମାଧବ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ସମସ୍ତଙ୍କୁ ସ୍ବାଗତ ସହ ଏହି ମେଳାରେ ଭାରତର ୨୦ ଗୋଟି ରାଜ୍ୟର ପ୍ରାୟ ୪୦୦ କଳାକାର ଯୋଗଦେବା ପାଇଁ ସ୍ବୀକୃତି ପ୍ରଦାନ କରିଛନ୍ତି ବୋଲି ମେଳା ର ସାଧାରଣ ସମ୍ପାଦକ ରାଜେଶ କୁମାର ମହାନ୍ତି ସୂଚନା ଦେଇଥିଲେ।।

ଏହାସହିତ ହେବାକୁ ଥିବା ଜାତୀୟ ୨୨ତମ କୃଷିମେଳାରେ ଭାରତ ସରକାରଙ୍କ କୃଷି ମନ୍ତ୍ରଣାଳୟର ସମସ୍ତ ବିଭାଗ, ମତ୍ସ୍ଯ ଓ ପଶୁସମ୍ପଦ ମନ୍ତ୍ରଣାଳୟର ସମସ୍ତ ବିଭାଗ, ଓଡ଼ିଶା ସରକାରଙ୍କ କୃଷି ବିଭାଗ, ମତ୍ସ୍ଯ ଓ ପଶୁସମ୍ପଦ ବିଭାଗ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପ୍ରଭୃତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଏହି ଦୁଇ ଜାତୀୟ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ପାଇଁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ଉପ ମୁଖ୍ଯମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ, ମତ୍ସ୍ଯ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଆଦିବାସୀ ବ୍ୟାପାର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ପୁରୀ ସାଂସଦ ଡଃ ସମ୍ବିତ ପାତ୍ର,ଯାଜପୁର ସାଂସଦ ଡଃ ରବୀନ୍ଦ୍ର ନାରାୟଣ ବେହେରା, ପୁରୀ ଜିଲ୍ଲାର ସମସ୍ତ ବିଧାୟକ, କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ ପାଢୀ, ଆଦିବାସୀ କଲ୍ଯାଣ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ବିଷ୍ନୁପଦ ସେଠୀ,ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ , ଆରକ୍ଷୀ ଅଧୀକ୍ଷକ ବିନୀତ ଅଗ୍ରୱାଲଙ୍କ ସମେତ ଜିଲ୍ଲାର ସମସ୍ତ ଅଧିକାରୀ ମାନଙ୍କୁ ନିମନ୍ତ୍ରଣ କରିବା ପାଇଁ ସ୍ଥିର କରାଯାଇଛି।

ଏହି ମେଳାର ଉଦଯାପନୀ ସନ୍ଧ୍ୟାରେ ମୁଖ୍ଯ ଅତିଥି ଭାବରେ ଓଡ଼ିଶାର ମହାମହିମ ରାଜ୍ୟପାଳଙ୍କୁ ନିମନ୍ତ୍ରଣ କରାଯିବା ପାଇଁ ସ୍ଥିର କରାଯାଇଛି ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଥିଲେ। ଏହି ମେଳାକୁ ସଫଳ କରିବା ପାଇଁ ଜିଲ୍ଲା ପ୍ରଶାସନର ମେଳାରେ ସଂପୃକ୍ତି ଥିବା ସମସ୍ତ ବିଭାଗ ମାନଙ୍କୁ ସାହାର୍ଯ୍ଯ ଓ ସହଯୋଗ ଯୋଗାଇ ଦେବାକୁ ଅତିରିକ୍ତ ଜିଲ୍ଲାପାଳ ସମସ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ।

ଏହି ପ୍ରସ୍ତୁତି ବୈଠକରେ ପୁରୀ ପୌରପରିଷଦ ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ସହ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ କୁମାର ବେହେରା,ସମୁଦ୍ରକୂଳ ଥାନା ଅଧିକାରୀ ମାନସ ରଞ୍ଜନ ଚକ୍ର, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ,ଜିଲ୍ଲା ମୁଖ୍ଯ କୃଷି ଅଧିକାରୀ ପ୍ରଦୀପ କୁମାର ଦାଶ, ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶିକା ମଞ୍ଜୁଲତା ତ୍ରିପାଠୀ,ଅତିରିକ୍ତ ପଶୁସମ୍ପଦ ଅଧିକାରୀ ଆର୍.କେ.ପାଣିଗ୍ରାହୀ,ପୁରୀ ଜିଲ୍ଲା ଶିଳ୍ପ କେନ୍ଦ୍ର ସାଧାରଣ ପରିଚାଳକ ଅମୂଲ୍ଯ ରତ୍ନ ପଣ୍ଡା,ହସ୍ତତନ୍ତ ବିଭାଗ ଉପନିର୍ଦ୍ଦେଶକ ଉମାପତି ବେହେରା, ଏଲ୍.ଡି.ଏମ୍ କିଶୋର କୁମାର ଆଚାର୍ଯ୍ଯ, ଜିଲ୍ଲା ମତ୍ସ୍ଯ ଅଧିକାରୀ ବିଭୁତି ରଞ୍ଜନ ରାଉତ, ଆଗ୍ନିକ ଅଧିକାରୀ ମିଥୁନ ସାହୁ, ଆଞ୍ଚଳିକ ପରିବହନ ଅଧିକାରୀ ରବିନ୍ କୁମାର ପଟ୍ଟନାୟକ, ସହକାରୀ ଯନ୍ତ୍ରୀ ଆର୍.ଡବ୍ଲ୍ଯୁ.ଏସ୍.ଏସ୍ ସଞ୍ଜୟ କୁମାର ମିଶ୍ର, ସହକାରୀ ଯନ୍ତ୍ରୀ ପୂର୍ତ୍ତ ବିଭାଗ ସରୋଜ କୁମାର ମିଶ୍ର, ଶ୍ରୀ ଶ୍ରୀକ୍ଷେତ୍ର ସୂଚନାର ଉପଦେଷ୍ଟା  ସନ୍ତୋଷ କୁମାର ମହାନ୍ତି ,ବଡ୍ରି ମିଶ୍ର , କାର୍ଯ୍ୟକାରୀ ଅଧ୍ୟକ୍ଷ ଚକ୍ରଧର ମହାପାତ୍ର, ଉପାଧ୍ୟକ୍ଷ ଭରତ ନାୟକ, ସଂଗଠନ ସମ୍ପାଦକ ସତ୍ଯବ୍ରତ ଦାସ, କୋଷାଧ୍ୟକ୍ଷ ନାରାୟଣ ପାତ୍ର , ସାଂସ୍କୃତିକ ସମ୍ପାଦକ ଶ୍ଯାମ ପ୍ରକାଶ ସେନାପତି,ସଂଯୋଜକ ହେକ୍ଟର ମିଶ୍ର, ବିଶ୍ଵନାଥ ମିଶ୍ର, ଯୁଗ୍ମ ସମ୍ପାଦକ ବିଦ୍ରୋହ କେଶରୀ ସିଂହ, ଶିବସୁନ୍ଦର ମିଶ୍ର, ପୁସ୍କର ସାହୁ ଓ ଶିବନାରାୟଣ ମହାନ୍ତି ପ୍ରଭୃତି ଯୋଗ ଦେଇଥିଲ ।

 

 

LEAVE A REPLY

Please enter your comment!
Please enter your name here