By Our Correspondent
BHUBANESWAR: ଓଡ଼ିଶାରେ ପ୍ରାୟ ୫୦ ଲକ୍ଷ ଚାଷୀ ସମବାୟ ଆନ୍ଦୋଳନ ସହିତ ଜଡ଼ିତ। ୨୦୩୬ ସୁଦ୍ଧା ରାଜ୍ୟର ସମସ୍ତ କୃଷକଙ୍କୁ ସମବାୟ ସହିତ ଯୋଡ଼ିବା ଆମର ଲକ୍ଷ୍ୟ।
ଏଥିପାଇଁ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଗୋଟିଏ PACS/LAMPCS ଗଠନ କରାଯିବାର ମଧ୍ୟ ଲକ୍ଷ୍ୟ ରହିଛି। ରାଜ୍ୟରେ ନୂଆ PACS ଗୁଡ଼ିକୁ ୫ ଲକ୍ଷ ଟଙ୍କା ଲେଖାଏଁ Seed Money ଦିଆଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି ଅବସରରେ ରାଜ୍ୟର ସମବାୟ ସଂସ୍ଥାଗୁଡ଼ିକୁ ସଶକ୍ତ କରିବା ପାଇଁ ଗୁଜରାଟ ଆନନ୍ଦ ସ୍ଥିତ ତ୍ରିଭୂବନ ସମବାୟ ବିଶ୍ୱ ବିଦ୍ୟାଳୟ ଅନ୍ତର୍ଗତ ଇର୍ମା ସ୍କୁଲ ସହିତ ରାଜ୍ୟ ସରକାରଙ୍କ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ସମବାୟ ସଂସ୍ଥାଗୁଡ଼ିକର ସୁପରିଚାଳନା ପାଇଁ ଏହା ଏକ ନଲେଜ ପାର୍ଟନର ଭାବେ କାର୍ଯ୍ୟ କରିବ।

























