ସୋଆ ଫାର୍ମାସୀର ନୂତନ ବର୍ଷ ଛାତ୍ରଛାତ୍ରୀଙ୍କର ପାଠ୍ୟକ୍ରମ ଆରମ୍ଭ

0
77

By Our Correspondent

BHUBANESWAR:   ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ (ଏସ୍‌ପିଏସ୍‌)ର ୨୦୨୪ ବ୍ୟାଚର ବି.ଫାର୍ମ ଓ ଏମ୍‌.ଫାର୍ମ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବୁଧବାର ଏକ ସ୍ୱତନ୍ତ୍ର ସ୍ୱାଗତ କାର୍ଯ୍ୟକ୍ରମ ସହ ପାଠ୍ୟକ୍ରମ ଆରମ୍ଭ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ଏସ୍‌ପିଏସ୍‌ର ଡିନ୍ ପ୍ରଫେସର (ଡକ୍ଟର) ସୁଦାମ ଚନ୍ଦ୍ର ସି ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇ ସେମାନଙ୍କୁ ଏହି ବୃତିଗତ ଶିକ୍ଷାକୁ କିପରି ଆପଣେଇ ସେଥିରେ ଉତ୍କର୍ଷ ଲାଭ କରିପାରିବେ ସେ ବିଷୟରେ ମତ ରଖିଥିଲେ । ସେମାନେ ଦେଶର ୧୪ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିବାକୁ ସୁଯୋଗ ପାଇଛନ୍ତି ବୋଲି ସେ କହିଥିଲେ ।

ସେମାନେ ଏହି ବିଶ୍ୱବିଦ୍ୟାଳୟର ଗର୍ବ ଓ ଗୌରବ । ଶୃଙ୍ଖଳା, ସଚ୍ଚୋଟତା, ନୈତିକତା ଓ ସମୟାନୁବର୍ତିତା ଉପରେ ସବୁବେଳେ ଗୁରୁତ୍ୱ ଦେବା ଛାତ୍ରଛାତ୍ରୀମାନଙ୍କ କର୍ତବ୍ୟ ବୋଲି ପ୍ରଫେସର ସି କହିଥିଲେ ।

ଏସ୍‌ପିଏସ୍‌ର ଆଡିସ୍‌ନାଲ୍ ଡିନ୍ ପ୍ରଫେସର (ଡକ୍ଟର) ଦିବ୍ୟଜ୍ୟୋତି ଦାସ କହିଥିଲେ ଯେ ଜ୍ଞାନ ଆହରଣ ଓ ଶିକ୍ଷା ଗ୍ରହଣ ନିମନ୍ତେ ଏକ ଉଦ୍ଦେଶ୍ୟ ରହିବା ଉଚିତ୍ । କେବଳ ଶିକ୍ଷା ଗ୍ରହଣ କରିବା ଛାତ୍ରଛାତ୍ରୀ ମାନଙ୍କର ମୂଳ ଲକ୍ଷ୍ୟ ହେବା ଜରୁରୀ ନୁହେଁ ବରଂ ସେମାନେ ଏହି ବୃତିଗତ ଶିକ୍ଷା ବିଷୟରେ ଅବଗତ ହେବା ଜରୁରୀ । ଫାର୍ମାସି ଓ ବାୟୋଟେକ୍‌ନୋଲୋଜି ସ୍ୱାସ୍ଥ୍ୟକ୍ଷେତ୍ର ସହିତ ଓତଃପ୍ରୋତ ଭାବେ ଜଡିତ । କୌଣସି କାରଣ ବଶତଃ ଫାର୍ମାସିଷ୍ଟ ଭୁଲ୍ କଲେ ତାର ପ୍ରଭାବ ସମାଜ ଓ ସ୍ୱାସ୍ଥ୍ୟକ୍ଷେତ୍ରରେ ପଡିଥାଏ ।

ଏହି ଅବସରରେ ଅନ୍ୟତମ ଅତିଥି ଭାବେ ଏସ୍‌ପିଏସ୍‌ର ଫାର୍ମାସ୍ୟୁଟିକ୍ ବିଭାଗ ର ମୁଖ୍ୟ ପ୍ରଫେସର (ଡକ୍ଟର) ସୁବ୍ରତ ମଲ୍ଲିକ ଯୋଗ ଦେଇ କହିଥିଲେ ଯେ ଏହି ନୂତନ ବର୍ଷର ଫାର୍ମାସୀ ଛାତ୍ରଛାତ୍ରୀମାନେ ସ୍ୱାସ୍ଥ୍ୟକ୍ଷେତ୍ରର ଆଗାମୀ ଭବିଷ୍ୟତ । ସେମାନେ ନିଜର ନୂତନ ଚିନ୍ତାଧାରା ଓ ଜ୍ଞାନକୌଶଳକୁ ପ୍ରୟୋଗ କରି ବହୁତ କିଛି ନୂତନ ଉଦ୍ଭାବନ କରିପାରିବେ । ସେମାନେ ଏହି ବୃତିଗତ ଶିକ୍ଷାକୁ ଚୟନ କରିଥିବାରୁ ସେମାନଙ୍କୁ ସେ ଧନ୍ୟବାଦ ଜ୍ଞାପନ କରିଥିଲେ ।

ଏସ୍‌ପିଏସ୍‌ର ଫାର୍ମାକୋଲୋଜି ବିଭାଗର ମୁଖ୍ୟ ପ୍ରଫେସର (ଡକ୍ଟର )ଦୁର୍ଗାମାଧବ କର କାର୍ଯ୍ୟକ୍ରମର ବିଶେଷ ବିବରଣୀ ପ୍ରଦାନ କରିଥିଲେ ।  ଏହି ବୃତିଗତ ଶିକ୍ଷା ଓ ପରୀକ୍ଷା ଇତ୍ୟାଦି ବିଷୟରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ ଏସ୍‌ପିଏସ୍‌ର ଆସୋସିଏଟ୍ ପ୍ରଫେସର (ଡକ୍ଟର)ସୁଜାତା ମହାପାତ୍ର ।

ଏହି ଅବସରରେ ଏସ୍‌ପିଏସ୍‌ର ପ୍ରଫେସର (ଡକ୍ଟର ) ଲକ୍ଷ୍ମୀଧର ମହାରଣା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶେଷରେ ଏସ୍‌ପିଏସ୍‌ର ଆସୋସିଏଟ୍ ପ୍ରଫେସର (ଡକ୍ଟର) ଶକ୍ତି କେତନ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ ।

 

LEAVE A REPLY

Please enter your comment!
Please enter your name here