‘ସୋଆ’ର ଛାତ୍ରଛାତ୍ରୀଙ୍କ ଷ୍ଟାର୍ଟଅପ୍  ୱିୱେର୍ ଇନୋଭେଟିଭ୍ ଷ୍ଟାର୍ଟଅପ୍ ପୁରସ୍କାର

0
524

By Our Correspondent

BHUBANESWAR: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସେଂଟର  ଫର୍ ଇନୋଭେସନ୍ ଆଣ୍ଡ ଇନ୍‌କ୍ୟୁବେସନ୍ (ସୋଆ-ସିଆଇଆଇ)ଅଧିନସ୍ଥ ଷ୍ଟାର୍ଟଅପ୍ ୱିୱେର୍‌କୁ ଇନୋଭେଟିଭ୍ ଷ୍ଟାର୍ଟଅପ୍ ପୁରସ୍କାର ପ୍ରଦାନ କରାଯାଇଛି ।

ଜାତୀୟ ଷ୍ଟାର୍ଟଅପ୍ ଦିବସ ଅବସରରେ  ଷ୍ଟାର୍ଟଅପ୍ ଓଡ଼ିଶା ପକ୍ଷରୁ ୍ରଆୟୋଜିତ ଷ୍ଟାର୍ଟଅପ୍ ମେଳାରେ ଏହି ୱିୱେର ଷ୍ଟାର୍ଟଅପ୍ ପ୍ରସ୍ତୁତ କରିଥିବା ସଦସ୍ୟ ତଥା ସୋଆର ଛାତ୍ରଛାତ୍ରୀଙ୍କୁ ଦୁଇଟି ପୁରସ୍କାର ପ୍ରଦାନ କରାଯାଇଛି । ପ୍ରଥମ ପୁରସ୍କାରଟି ହେଉଛି “ ଷ୍ଟୁଡେଂଟ ଇନୋଭେଟିଭ୍‌ସ, ଷ୍ଟୁଡେଂଟ ଏଗ୍‌ଜିବିଟର” ଏବଂ ଦ୍ୱିତୀୟଟି ହେଉଛି “ଆୱାର୍ଡ ଅଫ୍ ରେକଗ୍‌ନାଇଜେସନ୍‌” ।

ଛାତ୍ରଛାତ୍ରୀମାନଙ୍କୁ ୧୫ ହଜାର ଟଙ୍କାର ପୁରସ୍କାର ରାଶି, ସିଲ୍ ଓ ଉପଢୌକନ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଛି । ରବିବାର ଏହି ମେଳାରେ ଇଣ୍ଡଷ୍ଟ୍ରୀ  ଓ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ଷ୍ଟାର୍ଟଅପ୍ ପାଇଁ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମରେ ସୋମବାର ଅତିଥି ଭାବେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ୍  ତ୍ରିପାଠୀ, ଏମ୍‌ଏସ୍‌ଏମ୍‌ଇ ବିଭାଗ ପ୍ରମୁଖ ସଚିବ ଶ୍ରୀ ଶାଶ୍ୱତ ମିଶ୍ର,  ଓଡିଶା ଦକ୍ଷତା ବିକାଶ ପରିଷଦର ଅଧ୍ୟକ୍ଷ  ଡକ୍ଟର ସୁବ୍ରତ ବାଗ୍‌ଚୀ ଓ ଷ୍ଟାର୍ଟଅପ୍  ଓଡିଶାର ଅଧ୍ୟକ୍ଷ ଡକ୍ଟର ଓମ୍‌କାର ରାୟ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିଥିଲେ । 

ଏହି ଅବସରରେ  ସୋଆ ପ୍ରତିଷ୍ଠାତା  ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ୱିୱେର୍ ଏବଂ ଏହାର ସଦସ୍ୟ ପୁରୁ ଅନିକେତ୍‌, ବିନିତ ଜନା, ଭୂମିକା ସିଂ, ପ୍ରଥମ ରାଜ, ମୋଦସିର୍ ଅନସାରୀ, ସୋହନ ରାଉତ , ଅତୁଲ ସାହୁ, ପି. ବିଶ୍ୱନାଥ ପାତ୍ର, ଅର୍ଚ୍ଚନା କୁମାର ବୋସ୍‌, ମୋହିତ କୁମାର ସରାଫ୍ , ଦେବାଙ୍ଗନ୍ ଚକ୍ରବର୍ତୀଙ୍କୁ  ସେମାନଙ୍କର ସଫଳତା  ପାଇଁ ଶୁଭେଚ୍ଛା  ଜଣାଇଛନ୍ତି ।

ଏହି ଛାତ୍ର୍ରଛାତ୍ରୀମାନେ ପୂର୍ବରୁ  ଦୁବାଇରେ ଆୟୋଜିତ  ଜିଆଇଟିଇଏକ୍ସ  ଗ୍ଳୋବାଲ୍ କାର୍ଯ୍ୟକ୍ରମରେ ସୁପରନୋଭା ଯୁଥ୍ ଏଂଟରପ୍ରିନ୍ୟୁଅର ଆୱାର୍ଡ ପାଇଥିଲେ । ଏହାସହ  ଓଡିଶା ହାକାଥନ୍  ଅର୍ଥାତ୍  କୋଡ୍‌ଫର୍  ଓଡିଶା କାର୍ଯ୍ୟକ୍ରମରେ ସେମାନେ ରନର୍ସଅପ୍ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here