By RTI Activist Manoranjan Jena
CUTTACK:ମୁଁ Superintendent of Police, Railway, Cuttack ଙ୍କ କାର୍ଯ୍ୟାଳୟରୁ ତଥ୍ୟ ନପାଇବାରୁ ସୂଚନା କମିଶନ ଙ୍କ ନିକଟରେ ଦ୍ଵିତୀୟ ଅପିଲ ଦାଖଲ କରିଥିଲି l କମିଶନ ଙ୍କ କାର୍ଯ୍ୟାଳୟ ମୋ ଅପିଲକୁ SA No. 1440/25 ଭବେ ପଞ୍ଜିକୃତ କରିଛନ୍ତି l
ଏହି କେଶ ସମ୍ପର୍କରେ କମିଶନ ଜାରି କରିଥିବା ଏକ ନୋଟିସ ମୋ ପାଖକୁ ଆସିଛି l ଏହି ନୋଟିସ ପଢି ମୁଁ ଯେତିକି ଆଶ୍ଚର୍ଯ୍ୟ ହେଲି ସେତିକି ହସିଲି l ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଭଳି ଚରିତ୍ର ମାନଙ୍କୁ କେଉଁଠୁ ପାଇଲେ ଓ ସୂଚନା କମିଶନ ରେ ନିଯୁକ୍ତି କଲେ, ତାହା ମୋର ଚିନ୍ତାର ବିଷୟ l
କମିଶନ ଙ୍କ କାର୍ଯ୍ୟାଲୟ ଆଇନ ଅନୁଯାୟୀ Superintendent of Police, Railway Police, Cuttack କୁ ନୋଟିସ କରିବା କଥା l କିନ୍ତୁ ଆଶ୍ଚର୍ଯ୍ୟ ଜନକ ଭବେ, କମିଶନ ଙ୍କ କାର୍ଯ୍ୟାଳୟ office of superintendent of Police, Chauliaganj, College sqare, cuttack କୁ ନୋଟିସ କରିଛନ୍ତି l ଏଭଳି ଅଫିସ ଏହି ଠିକଣାରେ ନାହିଁ l କମିଶନ ଙ୍କ କାର୍ଯ୍ୟାଳୟ ଏତେ ମାତ୍ରାଧିକ ତ୍ରୁଟି କିଭଳି ବାରଂବାର କରୁଛି, ତୀହା ଆଶ୍ଚର୍ଯ୍ୟର ବିଷୟ l
ସେହିପରି ଆହୁରି ଆଶ୍ଚର୍ଯ୍ୟ ଜନକ ହେଉଛି ଅନ୍ୟ ଏକ କେଶ ଯଥା Complaint case no. 541/25 ରେ ମୁଁ ନିଜେ ଅଭିଯୋଗକାରୀ ହୋଇଥିଲାବେଳେ କମିଶନ ମୋତେ କୌଫତ ମାଗିଛନ୍ତି ଓ ନୋଟିସ ଜାରି କରିଛନ୍ତି l କମିଶନ ଙ୍କ ଇତିହାସରେ ଏପରି କେବେ ଘଟି ନଥିଲା l ମନୋଜ ପରିଡା ମୁଖ୍ୟ ସୂଚନା କମିଶନ ର ଭବେ ନିଯୁକ୍ତି ହେବା ଠାରୁ ଏହି ଭୟଙ୍କର ଅବ୍ୟବସ୍ଥା ଦେଖିବାକୁ ମିଳୁଛି l

























