By RTI Activist Pradip Pradhan
BHUBANESWAR:ରାଜ୍ୟରେ ଗତ ଏପ୍ରିଲ ମାସରେ ରାଜ୍ୟ ସରକାର ଆଇନ କୁ ବୁଝିନଥିବା ବା ଜୀବନରେ ସ୍ୱଚ୍ଛତା ପାଇଁ କାମ କରିନଥିବା ଚାରି ଜଣ ବ୍ୟକ୍ତି ତଥା ମୁଖ୍ୟ ସୂଚନା କମିଶନ ର ଙ୍କ ସମେତ ତିନି ଜଣ ଙ୍କୁ ସୂଚନା କମିଶନ ର ଭାବେ ନିଯୁକ୍ତି ଦେଲେ l ଏହି ବ୍ୟକ୍ତି ମାନେ ଆଇନ କୁ ନବୁଝି ଓ କେଶ ଗୁଡିକୁ ନଶୁଣି କେବଳ ଖାରଜ କରିବାରେ ଲାଗିଲେ l
ସୂଚନା ଅଧିକାର ଆଇନ ବଳରେ ସୂଚନା କମିଶନ ଦପ୍ତରରୁ ମିଳିଥିବା ତଥ୍ୟ ଅନୁଯାୟୀ, ମୁଖ୍ୟ ସୂଚନା କମିଶନ ର ଓ ପାଣ୍ଡିଆ ନ ମାର୍କା କମିଶନ ର ମାନେ ଗତ ଦୁଇ ମାସ ମଧ୍ୟରେ 800 କେଶ କୁ ଖାରଜ କରି ଦେଇଛନ୍ତି l ଅର୍ଥାତ ଏହି ଅଭିଯୋଗକାରୀ ନାଗରିକ ମାନେ ଆଉ ଜୀବନରେ ତଥ୍ୟ ପାଇବେ ନାହିଁ l ପୁଣି ଏହି ସବୁ କେଶ 2021 ମସିହାର l ପ୍ରଶାସନ ଦ୍ୱାରା ଅତ୍ୟାଛାରିତ ହୋଇ ସେମାନେ ସୂଚନା କମିଶନରେ ନ୍ୟାୟ ପାଇଁ କେଶ କରିଥିଲେ l
ମିଳିଥିବା ସୂଚନା ଅନୁଯାୟୀ, ମୁଖ୍ୟ ସୂଚନା କମିଶନ ର ଦୁଇ ମାସ ମଧ୍ୟରେ ସବୁଠାରୁ ଅଧିକ 259 କେଶ ବିନା ଶୁଣାଣିରେ ଖାରଜ କରି ମାସକୁ 4 ଲକ୍ଷ ଟଙ୍କା ଦରମା ନେଇଛନ୍ତି l ଏହା ହେଲା ତାଙ୍କର ବିଶେଷତ୍ୱ l
ସେହିପରି ସୂଚନା କମିଶନ ର ଜଗନ୍ନାଥ ରଥ 242 କେଶ କୁ ନୋଟିସ ନକରି ବନ୍ଦ କରି ଦେଇଛନ୍ତି l ପ୍ରାନବନ୍ଧୁ ଆଚାର୍ଯ୍ୟ 68 କେଶ କିଛି ଅର୍ଡର ନକରି ବନ୍ଦ କରିଦେଇଛନ୍ତି l ସବୁଠାରୁ ଆଶ୍ଚର୍ଯ୍ୟ ଜନକ ଭବେ କେଶ କଣ କିଛି ନବୁଝି କଳ୍ପନା ପଟ୍ଟନାୟକ 88 ଟି କେଶ କୁ ବନ୍ଦ କରି ଦେଇଛନ୍ତି l ନିଜର ଅପାରଗତା ଓ ଆଇନ ସମ୍ପର୍କରେ ଅଜ୍ଞତା କୁ ଲୁଚେଇବା ପାଇଁ କମିଶନ ମାନଙ୍କ ଏକ ବଡ ଶଡଯନ୍ତ୍ର l କମିଶନ ଙ୍କ ବିରୁଦ୍ଧରେ ଅସନ୍ତୋଷ ବଢ଼ି ବଢ଼ି ଚାଲିଛି l

























