ସୂଚନା ଅଧିକାର ଆଇନ ତଥ୍ୟ ଖୋଲିଲା ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ଗୁମର, ସମାଲୋଚନାର ଶିକାର ହେବାପରେ ବିଧାନସଭା ଆସିଲେ ନବୀନ

0
539

By Prakash Das

BHUBANESWAR:   ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଆଧାରରେ ଗତକାଲି ଗଣମାଧ୍ୟମରେ ଘନ ଘନ ଖବର ପ୍ରସାରିତ ହେଲା “ବିଧାନ ସଭା ଆସୁନାହାନ୍ତି ବିରୋଧିଦଳ ନେତା” ନବୀନ ପଟ୍ଟନାୟକ । ଏହି ତଥ୍ୟ ସାମ୍ନାକୁ ଆସିବା ପରେ ଗଣମାଧ୍ୟମ, ଶାସକ, ବିରୋଧୀ ଓ ସାଧାରଣ ଲୋକଙ୍କ ଭିତରେ ଆଲୋଡନ ସୃଷ୍ଟି ହେଲା, ନବୀନ ବାବୁ ସମାଲୋଚନାର ଶିକାର ହେଲେ । ନବୀନ ମୁଖ୍ୟମନ୍ତ୍ରୀ ଥିଲାବେଳେ ବିଧାନସଭା ଯାଉନଥିଲେ ଏବଂ ବର୍ତ୍ତମାନ ବିରୋଧୀ ଦଳ ନେତା ଭାବେ ମଧ୍ୟ ବିଧାନସଭା ଆସୁନାହାନ୍ତି । ଗଣତନ୍ତ୍ରରେ ବିରୋଧ ଦଳର ନେତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ରାଜ୍ୟ ଓ ଲୋକ ମାନଙ୍କ ପାଇଁ ନବୀନ ବାବୁଙ୍କ ଚିନ୍ତା ନାହିଁ । ଏଭଳି ଅନେକ ସମାଲୋଚନାର ଶିକାର ହେବା ପରେ ଆଜି ବିଧାନସଭା ଆସିଛନ୍ତି ବିରୋଧିଦଳ ନେତା ନବୀନ ପଟ୍ଟନାୟକ ।

ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ଅନୁଯାୟୀ,  ୧୭ତମ ବିଧାନ ସଭାର ପ୍ରଥମ ଅଧିବେଶନ ରେ ମୁଖ୍ୟମନ୍ତ୍ରୀ ୨୪ ଦିନ କାର୍ଯ୍ୟ ଦିବସ ରେ  ଉପସ୍ଥିତ ଥିବା ବେଳେ , ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମାତ୍ର (ଗୋଟିଏ) ୧ ଦିନ  ଓ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ , ଉପନେତା ମାତ୍ର  ୬ ଦିନ ଉପସ୍ଥିତ ରହିଥିଲେ ।

ସୂଚନା ଥାଉକି ଏହି ତଥ୍ୟ ପାଇବା ପାଇଁ ବହୁ ଲଢେଇ ଓ ପରିଶ୍ରମ କରିବା ପାଇଁ ପଡ଼ିଥିଲା । ଏହି ତଥ୍ୟ ପାଇବା ପାଇଁ ମୁଁ ଗତ- ୦୩.୧୦.୨୦୨୪ ରେ ଓଡ଼ିଶା ବିଧାନସଭାକୁ ଆବେଦନ କରିଥିଲି । ନବୀନ ପଟ୍ଟନାୟକଙ୍କ ସତ ଧରାପଡ଼ି ଯିବା ଭୟରେ ତଥ୍ୟ ଲୁଚାଇଲେ, ବିଧାନସଭା କାର୍ଯ୍ୟାଳୟରେ ଥିବା ପାଣ୍ଡିଆନ ମାର୍କା ଅଧିକାରୀ । ଏହାପରେ ପ୍ରଥମ ଅପିଲ ଫାଇଲ୍ କରିବା ସହିତ ସୂଚନା କମିଶନରଙ୍କ କୋର୍ଟରେ କେସ୍ ଫାଇଲ୍ କଲି । ତାପରେ ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଲା । ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧିଦଳ ନେତା ନବୀନ ପଟ୍ଟନାୟକଙ୍କ ଗୁମର ଖୋଲିଲା ଏବଂ ନବୀନଙ୍କୁ ତାଙ୍କ ଦାୟିତ୍ଵ ଓ କର୍ତ୍ତବ୍ୟ ମନେପକାଇ ଦେବା ସହିତ ବିଧାନସଭା ଆସିବା ପାଇଁ ବାଧ୍ୟ କଲା ।

 

(ସୂଚନାଧିକାର କର୍ମୀ -ପ୍ରକାଶ ଦାସ)

LEAVE A REPLY

Please enter your comment!
Please enter your name here