“ସୁଭଦ୍ରା ଯୋଜନା” ପାଇଁ ଏସଓପି ଜାରି କରାଯାଇଛି, ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମା ଓ ଆନ୍ତର୍ଜାତୀୟ ମହିଳା ଦିବସରେ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବା

0
421

By Our Correspondent

BHUBANESWAR:    ରାଜ୍ଯର ମାତୃଶକ୍ତି ସର୍ବାଙ୍ଗୀନ ଉନ୍ନତିକୁ ତ୍ୱରାନ୍ୱିତ କରିବା ନିମନ୍ତେ କ୍ଯାବିନେଟ ବୈଠକର ନିଷ୍ପତ୍ତି ଅନୁଯାୟୀ “ସୁଭଦ୍ରା ଯୋଜନା” ପାଇଁ ଏସଓପି ଜାରି କରାଯାଇଛି। ଯୋଜନା କାର୍ଯ୍ୟକାରୀ କରିବା ନିମନ୍ତେ ମୋଟ ୫୫ ହଜାର ୮୨୫ କୋଟି ଟଙ୍କାର ବଜେଟ ବ୍ୟୟବରାଦ କରାଯାଇଛି।

ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମା ଓ ଆନ୍ତର୍ଜାତୀୟ ମହିଳା ଦିବସରେ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ସୁଭଦ୍ରା ଡେବିଟ୍ କାର୍ଡ ଯୋଗାଇ ଦିଆଯିବ।

ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ଡିବିଟି ମାଧ୍ୟମରେ ଏହି ସହାୟତା ରାଶି ସିଧାସଳଖ ହିତାଧିକାରୀଙ୍କୁ ପ୍ରଦାନ କରାଯିବ ଏବଂ ଏହାର ସଠିକ କାର୍ଯ୍ୟକାରିତାକୁ ତଦାରଖ କରିବା ନିମନ୍ତେ ସୁଭଦ୍ରା ସମିତି ଗଠନ ହେବ। ଏହି ଯୋଜନା ଅଧିନରେ ରାଜ୍ଯର ମୋଟ ୧ କୋଟିରୁ ଅଧିକ ମହିଳାଙ୍କ ଆର୍ଥିକ ବିକାଶ ଆହୁରି ତ୍ୱରାନ୍ୱିତ ହେବ।

LEAVE A REPLY

Please enter your comment!
Please enter your name here