ସୁନ୍ଦରଗଡ ସାଂସଦ ଜୁଏଲ ଓରାମଙ୍କ ବଣାଇ ଓ ଖୁଣ୍ଟଗାଁ ରେ ‘ମୋ ମାଟି-ମୋ ଦେଶ’ କାର୍ଯ୍ୟକ୍ରମ

0
307
ଏହିକ୍ରମରେ ଆଜି ସୁନ୍ଦରଗଡ ସାଂସଦ ତଥା ସଂସଦୀୟ ପ୍ରତିରକ୍ଷା କମିଟିର ଅଧକ୍ଷ ଶ୍ରୀ ଜୁଏଲ ଓରାମ ଦ୍ଵିତୀୟ ପର୍ଯାୟରେ ସୁନ୍ଦରଗଡ ଜିଲ୍ଲା ବଣାଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଣାଇ ଓ ଖୁଣ୍ଟଗାଁ ମଣ୍ଡଳୀରେ ଘର ଘର ବୁଲି କଳସରେ ପବିତ୍ର ମାଟି ସଂଗ୍ରହ କରିଛନ୍ତି l

By Our Correspondent

BONAI/KOIRA: ଯଶସ୍ୱୀ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଯେ.ପି.ନଡ୍ଡା ଙ୍କ ଆହ୍ୱାନ କ୍ରମେ ସମଗ୍ର ଭାରତ ବର୍ଷରେ ବିଜେପି ତରଫରୁ ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମ ଜାରିରହିଛି l  ‘ଆଜାଦ କୀ ମହୋତ୍ସବ’ ଅବସରରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ରାଷ୍ଟ୍ର ପାଇଁ ବଳିଦାନ ଦେଇଥିବା ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା l

ଏହିକ୍ରମରେ ଆଜି  ସୁନ୍ଦରଗଡ ସାଂସଦ ତଥା ସଂସଦୀୟ ପ୍ରତିରକ୍ଷା କମିଟିର ଅଧକ୍ଷ ଶ୍ରୀ ଜୁଏଲ ଓରାମ ଦ୍ଵିତୀୟ ପର୍ଯାୟରେ ସୁନ୍ଦରଗଡ ଜିଲ୍ଲା ବଣାଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଣାଇ ଓ ଖୁଣ୍ଟଗାଁ ମଣ୍ଡଳୀରେ ଘର ଘର ବୁଲି କଳସରେ ପବିତ୍ର ମାଟି ସଂଗ୍ରହ କରିଛନ୍ତି l

 ଶ୍ରୀ ଓରାମ ପ୍ରଥମେ ବଣାଇ ମଣ୍ଡଳ ଅନ୍ତର୍ଗତ  ଶିହିଡ଼ିହା ପଂଚାୟତର ୨୬୬ ନମ୍ବର ବୁଥରୁ ତାଙ୍କ କାର୍ଯ୍ୟକ୍ରମ ଆରମ୍ଭ କରି ମହୁଲଡିହା ପଂଚାୟତର ୨୬୭ ନମ୍ବର ବୁଥ ଓ ରୁଗୁଡ଼ା ପଂଚାୟତର ୨୬୦ ନମ୍ବର ବୁଥରୁ ମାଟି ଓ ଚାଉଳ ସଂଗ୍ରହ କରିଥିଲେ l ସେହିପରି ଖୁଣ୍ଟଗାଁ ମଣ୍ଡଳ ସାଧୁବାହାଲ ପଂଚାୟତର ୨୫୯ ନମ୍ବର ବୁଥ ଏବଂ ଖୁଂଟଗାଁ ପଂଚାୟତର ୨୫୮ ନମ୍ବର ବୁଥରୁ ମଧ୍ୟ ଘର ଘର ବୁଲି କଳସରେ ମାଟି ଓ ଚାଉଳ ସଂଗ୍ରହ କରିଥିଲେ l

ଏହି କାର୍ଯ୍ୟକ୍ରମମାନଙ୍କରେ ବଣେଇ ସାଙ୍ଗଠନିକ ଜିଲ୍ଲାର ପୂର୍ବତନ ଜିଲ୍ଲା ସଭାପତି ଶ୍ରୀ ରାହାସ ବିହାରୀ ପ୍ରଧାନ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶ୍ରୀମତୀ ସେବତୀ ନାଏକ,  ଜିଲ୍ଲା ଉପ ସଭାନେତ୍ରୀ ଶ୍ରୀମତୀ ଦିବ୍ୟମଞ୍ଜରୀ ଶେଖର ଦେଓ, ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ହେମନ୍ତ କୁମାର ସାହୁ,, ମହିଳା ମୋର୍ଚ୍ଚାର ଶ୍ରୀମତୀ ଜୟନ୍ତୀ ମହାନ୍ତ, ଲହୁଣୀପଡ଼ା ମଣ୍ଡଳ ସଭାନେତ୍ରୀ ଶ୍ରୀମତୀ ନମିତା ମହାନ୍ତ, ଜିଲ୍ଲା ସମ୍ପାଦକ ମୁନା ସାହୁ, ମଣ୍ଡଳ ସଭାପତି ଶ୍ରୀ ମୁକୁନ୍ଦ ନାୟକ,ଗଙ୍ଗାଧର ନାୟକ ଏବଂ ବିଜେପି ନେତା ଗଙ୍ଗାଧର ମହନ୍ତ, ନିରାକାର ନାୟକ, ପ୍ରଦୀପ ସ୍ୱାଇଁ, ବନବିହାରୀ ମହନ୍ତ, ସୌଦାମିନୀ ଦଳବେହେରାଙ୍କ ସମେତ ଶହଶହ ଗ୍ରାମବାସୀ ଯୋଗଦେଇଥିଲେ l

LEAVE A REPLY

Please enter your comment!
Please enter your name here