ସାକ୍ଷୀଗୋପାଳ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର କୁ ବୁଲି ଦେଖିଛନ୍ତି ମାନ୍ୟବର ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି

0
267

By Our Correspondent

PURI:    ସାକ୍ଷୀଗୋପାଳ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର କୁ ବୁଲି ଦେଖିଛନ୍ତି ମାନ୍ୟବର ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି। ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱର ଦ୍ୱାରା ପରିଚାଳିତ ଏହି ବିଜ୍ଞାନ କେନ୍ଦ୍ରରେ କୃଷି ପାଇଁ ବହୁ ଵିଧ ଉନ୍ନତ ମାନର ୟୁନିଟ ରହିଅଛି।

କୃଷକ ମାନଙ୍କୁ ସ୍ୱାବଲମ୍ବୀ ସହ କୃଷି କୁ ନେଇ ଉନ୍ନତ ଜ୍ଞାନ କୌଶଳ ସମ୍ପର୍କରେ ସଚେତନ କରାଇବା ପାଇଁ ବିଜ୍ଞାନ କେନ୍ଦ୍ର କାର୍ଯ୍ୟ କରୁଥିବା କାମ କୁ ରାଜ୍ୟପାଳ ପ୍ରଶଂସା କରିଥିଲେ।ବିଶେଷ କରି ଛତୁ ଚାଷ, ଜାପାନୀ କଉ ମାଛ ଚାଷ , ରଙ୍ଗୀନ ମାଛ ଚାଷ ସମେତ ବିଭିନ୍ନ ପ୍ରକାରର ପକ୍ଷୀ ପାଳନ ନେଇ ଥିବା ୟୁନିଟ ଗୁଡ଼ିକୁ ମାନ୍ୟବର ରାଜ୍ୟପାଳ ବୁଲି ଦେଖିଥିଲେ। ସେହିପରି ବିଭିନ୍ନ ଔଷଧୀୟ ବୃକ୍ଷ ୟୁନିଟ ସହ ଜୈବିକ ପଦ୍ଧତି ରେ ଚାଷ କାର୍ଯ୍ୟ ନେଇ ବିଜ୍ଞାନ କେନ୍ଦ୍ରରେ ଥିବା ପୋଖରୀ ଓ ଏଠାରେ କରାଯାଉଥିବା ପ୍ରୟୋଗ ଶାଳା ଆଦି ବୁଲି ମାନ୍ୟବର ରାଜ୍ୟପାଳ ଅନୁଧ୍ୟାନ କରିଥିଲେ।

ଏହି ଗସ୍ତ ସମୟରେ ଓଡ଼ିଶାର ମାନ୍ୟବର ଫାଷ୍ଟ ଲେଡି ଶ୍ରୀମତୀ ଜୟଶ୍ରୀ କମ୍ଭମପାଟି ମଧ୍ୟ ଉପସ୍ଥିତ ଥିଲେ।ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ ର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉତ ଙ୍କ ସମେତ ବିଶ୍ୱବିଦ୍ୟାଳୟ ର ଡିନ ପ୍ରଫେସର ପ୍ରସନଜିତ ମିଶ୍ର ,କୃଷି ବିଜ୍ଞାନ କେନ୍ଦ୍ର ର ବରିଷ୍ଠ ବୈଜ୍ଞାନିକ ସୂର୍ଯ୍ୟ ମିଶ୍ର ଓ ବିଜ୍ଞାନ କେନ୍ଦ୍ରର ଅନ୍ୟାନ୍ୟ ଅଧିକାରୀ ମାନେ ଏ ସବୁ କୁ ବୁଲାଇ ଦେଖାଇବା ସହ ବୁଝାଇଥିଲେ।

ମାନ୍ୟବର ରାଜ୍ୟପାଳ ବିଜ୍ଞାନ କେନ୍ଦ୍ରରେ ପହଂଚିବା ପରେ ତାଙ୍କୁ ପୋଲିସ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିବା ବେଳେ ପ୍ରତ୍ୟାବର୍ତନ ପୂର୍ବରୁ ମାନ୍ୟବର ରାଜ୍ୟପାଳ ଙ୍କୁ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।ମାନ୍ୟବର ରାଜ୍ୟପାଳ ଏହି ଅବସରରେ କୃଷକ ମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ଥିବା ବିଭିନ୍ନ ଯୋଜନା ମାଧ୍ୟମରେ ଲାଭନ୍ୱିତ କରାଇବା ଲକ୍ଷ ନେଇ କାର୍ଯ୍ୟ କରିବାକୁ ପରାମର୍ଶ ପ୍ରଦାନ କରିଥିଲେ।

 

LEAVE A REPLY

Please enter your comment!
Please enter your name here