ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର,ୟୁନିଟ -୩ ର ୪୬ ତମ ବାର୍ଷିକ କ୍ରୀଡା ସମାରୋହ – ୨୦୨୪ ଅନୁଷ୍ଠିତ

0
88

By Our Correspondent

BHUBANESWAR:  ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର,ୟୁନିଟ -୩ ର ୪୬ ତମ ବାର୍ଷିକ କ୍ରୀଡା ସମାରୋହ – ୨୦୨୪ ଅନୁଷ୍ଠିତ ହୋଇ ଯାଇଛି। ଚଳିତ ନଭେମ୍ବର ୮,୯,୧୦ ତିନିଦିନ ଧରି ଚାଲି ଥିବା ଏହି କ୍ରୀଡା ସମାରୋହର ପ୍ରଥମ ଦିବସରେ ମୁଖ୍ୟ ଅତିଥି ରୂପେ ଓଡ଼ିଶାର ସୁନାମ ଧନ୍ୟ ଆନ୍ତର୍ଜାତୀୟ କ୍ରିକେଟ ତାରକା ଶ୍ରୀଯୁକ୍ତ ବିଶ୍ୱ ବିଜୟୀ  ଚନ୍ଦ୍ର ଚୁଡ ମହାପାତ୍ର ଯୋଗ ଦେଇ କ୍ରୀଡା ପତାକା ଉତ୍ତୋଳନ କରି ଆନୁଷ୍ଠାନିକ ଭାବେ କ୍ରୀଡ଼ା ସମାରୋହ କୁ ଉଦ୍ଘାଟନ କରି ଥିଲେ। “କ୍ରୀଡା ହେଉଛି ବିଦ୍ୟାଳୟ ଶିକ୍ଷାଦାନର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଛାତ୍ର ଛାତ୍ରୀ ମାନଙ୍କ ପାଇଁ  ଶିକ୍ଷା ଓ କ୍ରୀଡ଼ା ଗୋଟିଏ ମୁଦ୍ରାର ଉଭୟ ପାର୍ଶ୍ଵ।” ଏହା ଥିଲା ମୁଖ୍ୟ ଅତିଥି ଶ୍ରୀଯୁକ୍ତ  BBCC Mahapatra ଙ୍କ ଛାତ୍ର ଛାତ୍ରୀଙ୍କ ଉଦ୍ଧେଶ୍ୟରେ ପ୍ରେରଣାଦାୟୀ ଉଦବୋଧନ।

ଏହି କ୍ରୀଡା ସମାରୋହର ଅନ୍ତିମ ଦିବସରେ ପ୍ରାକ୍ତନ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ତଥା ବର୍ତ୍ତମାନ ଓଡ଼ିଶା ସରକାରଙ୍କ Real Estate Regulatory Board ର ସଦସ୍ୟ ଶ୍ରୀଯୁକ୍ତ ପ୍ରଦୀପ ବିଶ୍ଵାଳ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ବିଭିନ୍ନ ବର୍ଗର ୨୧୮ ଜଣ ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ବିତରଣ ପୂର୍ବକ ଆଶିର୍ବଚନ ପ୍ରଦାନ କରି ଥିଲେ।

ବିଦ୍ୟାଳୟର ସ୍କାଉଟ ଗାଇଡ ଓ ଘୋଷ ବାଦକ ଛାତ୍ର ଛାତ୍ରୀଙ୍କ କାର୍ଯ୍ୟକୁ ଅଭିଭାବକ ମାନେ ଖୁବ୍ ପ୍ରଶଂସା କରି ଥିଲେ। ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପତାକା ଯୋଗ, ପିରାମିଡ୍ ଓ ବିଭିନ୍ନ ଶାରୀରିକ ପ୍ରଦର୍ଶନ କାର୍ଯ୍ୟ କ୍ରମ ଅତ୍ୟନ୍ତ ଦୁଃସାହସିକ ଓ ମନୋରମ ହୋଇ ଥିଲା। ବିଦ୍ୟାଳୟ ପରିଚାଳନା ସମିତି ର ସଭାପତି ଶ୍ରୀ ଲକ୍ଷ୍ମୀ ନାରାୟଣ ରଥ,ସମ୍ପାଦକ ଶ୍ରୀ ଉପେନ୍ଦ୍ର ନାଥ ପରିଡ଼ା, ସଦସ୍ୟ ଶ୍ରୀ ଅବିନାଶ ସ୍ୱାଇଁ ଓ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଶଶି ଭୂଷଣ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କ୍ରୀଡା ସମାରୋହ ଚାଲି ଥିଲା। ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ଓ ଅନ୍ୟାନ୍ୟ ସହକର୍ମୀଙ୍କ ଅକ୍ଲାନ୍ତ ପରିଶ୍ରମରେ କ୍ରୀଡା ସମାରୋହ ଟି ସଫଳ ହୋଇ ଥିଲା।

“ଆଜିର ଛାତ୍ର  ଆସନ୍ତା କାଲି ଦେଶର ଭାଗ୍ୟ ନିର୍ମାତା।” ସଚେତନ ଅଭିଭାବକ, ଉତ୍ତମ ପରିବେଶ ଓ ଅଭିଜ୍ଞ ଶିକ୍ଷ ଶିକ୍ଷୟତ୍ରୀ ହିଁ ଜଣେ ଆଦର୍ଶ ଛାତ୍ର ଗଢି ତୋଳିବାର ପ୍ରକୃତ ଉପାଦାନ।ଦେଶ ସର୍ବଦା ସଚ୍ଚୋଟ,ସାହସୀ ଓ କର୍ମବୀର ନାଗରିକ ଚାହେଁ। ଏହା କେବଳ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଭଳି ସଂସ୍କୃତି ଓ ପରମ୍ପରା ଆଧାରିତ ବିଦ୍ୟାଳୟ ଦ୍ବାରା ସମ୍ଭବ।” ଏହା ଥିଲା ଅନ୍ତିମ ଦିବସର ମୁଖ୍ୟ ଅତିଥିଙ୍କର ସାର ଗର୍ଭକ ମାର୍ଗ ଦର୍ଶନ।

 

 

LEAVE A REPLY

Please enter your comment!
Please enter your name here