ସରକାରଙ୍କ କୃଷକ କଲ୍ୟାଣକାରୀ ଯୋଜନାକୁ ଚାଷୀଙ୍କ ପାଖରେ ପହଁଚାଇବା କାମ କରିବ କୃଷକ ମୋର୍ଚ୍ଚା, ଧାନ କିଣା କାରବାରରେ ସ୍ୱଚ୍ଛତା ଅବଲମ୍ବନ କରାଯିବ: ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

0
71

By Our Correspondent

BHUBANESWAR:  ଓଡିଶାର କୃଷିଭିତିକ ଗଣପର୍ବ ନୂଆଁଖାଇ ଭେଟଘାଟ ବିଜେପି କୃଷକ ମୋର୍ଚ୍ଚା ତରଫରୁ ଆଜି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ୱର ସାହୁଙ୍କ ସଭାପତିତ୍ୱରେ ଭୁବନେଶ୍ୱର ମାଷ୍ଟରକ୍ୟାଂଟିନ୍ ଛକ ନିକଟ ବୁଲନ୍ ନନା ସେବା ଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଓଡିଶାର ୧୦ଜଣ ସଫଳ ଚାଷୀଙ୍କୁ ଅନ୍ନଦାତା ୨୦୨୪ ସମ୍ମାନରେ ସମ୍ମାନିତ କରାଯାଇଛି ।

ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏହି ଉତ୍ସବରେ ଯୋଗଦାନ କରି କହିଛନ୍ତି ଯେ, ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସରକାର ୧୦୦ ଦିନରେ ଚାଷୀମାନଙ୍କ ପାଇଁ ବିଭିନ୍ନ କୃଷକ କଲ୍ୟାଣକାରୀ ଯୋଜନା କରି ଐତିହାସିକ ପଦକ୍ଷେପ ନେଇଛନ୍ତି ।

ଧାନ କ୍ୱିଂଟାଲ ପ୍ରତି ୩୧୦୦ ଟଙ୍କା କରିବା, ୫୮ ସବଡିଭିଜନରେ ଶୀତଳ ଭଣ୍ଡାର କରିବା, ୬ଲକ୍ଷ ଚାଷୀଙ୍କୁ ପିଏମ୍ କିସାନରେ ସାମିଲ କରିବା ସହିତ ସହରାଂଚଳର ଚାଷୀମାନଙ୍କୁ ସାମିଲ କରିବା, ଚାଷୀ ପରିବାର ଛାତ୍ରଛାତ୍ରୀ ମାନଙ୍କର ଉଚ୍ଚଶିକ୍ଷା ପାଇଁ ୨ଲକ୍ଷ ଟଙ୍କା ଛାତ୍ରବୃତି ପ୍ରଦାନ କରିବା, ସମସ୍ତ ବ୍ଲକରେ ପନିପରିବା ମଣ୍ଡି ଖୋଲିବା, ସମସ୍ତ ଚାଷ ଜମିକୁ ଉଠା ଜଳସେଚନ ମାଧ୍ୟମରେ ଜଳସେଚନ କରିବା ଏକ ଯୁଗାନ୍ତକାରୀ ପଦକ୍ଷେପ ଅଟେ । ଆଗାମୀ ଖରିଫ୍ ଧାନ କିଣା କାରବାରର ବ୍ୟାପକ ସ୍ୱଚ୍ଛତା ଅବଲମ୍ବନ କରାଯିବ । ଯେଉଁ ଅସାଧୁ ବ୍ୟକ୍ତିମାନେ ଧାନ କିଣା କାରବାରରେ ହେରଫେର କରିବେ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ପ୍ରାକୃତିକ ପରିବେଶ ପ୍ରଦ୍ୟୁଷଣରୁ ରକ୍ଷା ପାଇବା ପାଇଁ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମକୁ ବ୍ୟାପକ ଭାବରେ କରିବା ପାଇଁ ଆହ୍ୱାନ ଦେବା ସହ ଚାଷୀ ଦରଦୀ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କର କୃଷକ କଲ୍ୟାଣକାରୀ ଯୋଜନାକୁ ସିଧାସଳଖ ଭାବରେ ଚାଷୀମାନଙ୍କ ପାଖରେ ପହଁଚାଇବା ପାଇଁ କୃଷକ ମୋର୍ଚ୍ଚାର ସମସ୍ତ ନେତୃବୃନ୍ଦ ଓ କାର୍ଯ୍ୟକର୍ତର୍ାମାନଙ୍କୁ ପରାମର୍ଶ ଦେଇଥିଲେ ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ।

ଶ୍ରୀ ମହେଶ୍ୱର ସାହୁ କହିଛନ୍ତି ଯେ, ଭାରତ ବର୍ଷର ଯଶସ୍ୱୀ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀମାନ ନରେନ୍ଦ୍ର ମୋଦିଜୀ ପରିବେଶର ସୁରକ୍ଷା ପାଇଁ ମା’ ପାଇଁ ଗଛଟିଏ ଆହ୍ୱାନକୁ ସଫଳ କରିବା ନେଇ ୩୦ଲକ୍ଷ ବୃକ୍ଷ କୃଷକ ମୋର୍ଚ୍ଚା ରାଜ୍ୟରେ ରୋପଣ କରିବ । ତତ୍‌ସହିତ ସଦସ୍ୟତା ଅଭିଯାନକୁ ବ୍ୟାପକ କରିବା ପାଇଁ ବିଜେପି କୃଷକ ମୋର୍ଚ୍ଚାର ସମସ୍ତ କାର୍ଯ୍ୟକର୍ତା ସାରା ରାଜ୍ୟରେ ଘରକୁ ଘର ଯାଇ ସଦସ୍ୟତା କରିବା ପାଇଁ ଆହ୍ୱାନ ଦେବା ସହ ସରକାରଙ୍କ କୃଷକ କଲ୍ୟାଣକାରୀ ଯୋଜନାକୁ ଚାଷୀଙ୍କ ପାଖରେ ପହଁଚାଇବା କାମ କରିବ କୃଷକ ମୋର୍ଚ୍ଚା ।

ଏହି କ଼ାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଓ ବିମ୍ବାଧର କୁଅଁର, ଖୋର୍ଦ୍ଧା ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ଜଗଦ୍ଦେବ, ବିଜେପି ରାଜ୍ୟ ଉପସଭାପତି ତଥା କୃଷକ ମୋର୍ଚ୍ଚା ପ୍ରଭାରୀ ଶ୍ରୀ ଗୋଲକ ମହାପାତ୍ର, ବିଜେପିର ବରିଷ୍ଠ ନେତା ସଜ୍ଜନ ଶର୍ମା, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଅଭିଳାଷ ପଣ୍ଡା, ସିନେମା ତାରକା ଅଶ୍ରୁମୋଚନ ମହାନ୍ତି ପ୍ରମୁଖ ବିଜେପି ଡବଲ ଇଞ୍ଜିନ ସରକାରର କୃଷକ କଲ୍ୟାଣକାରୀ ଯୋଜନାର ସଫଳତା ଉପରେ ତାଙ୍କ ବକ୍ତବ୍ୟରେ କହିଥିଲେ ।

ଏହି ଅବସରରେ ବିଜେପି କୃଷକ ରାଜ୍ୟ ସାଧାରଣ ସମ୍ପାଦକ ଉପେନ୍ଦ୍ର ଭଞ୍ଜ, ରାଜ୍ୟ ଉପସଭାପତି ପୁଲିନ୍ ପ୍ରକାଶ ପୁହାଣ, ହୃଷୀକେଶ ଜେନା, ହଳପାଣି ମାଝୀ, ସୂର୍ଯ୍ୟନାରାୟଣ ମହାପାତ୍ର, ସମ୍ପାଦକ ଅଶୋକ କୁମାର ରଥ, ବିକ୍ରମ କେଶରୀ ରାଉତରାୟ, ପ୍ରଶାନ୍ତ କୁମାର ସ୍ୱାଇଁ, ରାଜ୍ୟ ସଂଯୋଜକ ଜଗନ୍ନାଥ ମହାପାତ୍ର, କୌଶିକ ଚାନ୍ଦ, ସୁଦର୍ଶନ ବିଶ୍ୱାଳ, ସନ୍ତୋଷ କୁମାର ବିଶ୍ୱାଳ, ନବକୃଷ୍ଣ ଦନ୍ତା, ସନ୍ତୋଷ କୁମାର ରାଉତ, ସନ୍ତୋଷ କୁମାର ଜେନା, ବିକ୍ରମ ରାଉତ, ଜଗନ୍ନାଥ ଗଡନାୟକ, ରାମଚନ୍ଦ୍ର ପାତ୍ର, ଶ୍ରୀନିବାସ ପ୍ରଧାନ, ସୁରଥ କୁମାର ସେଠୀ, ପ୍ରଶାନ୍ତ କୁମାର ପାଲ, ଶିବ ମିଶ୍ର, ଅଜୟ କୁମାର ସ୍ୱାଇଁ, ସଞ୍ଜୀବ କୁମାର ରଣା, ପାଣ୍ଡବ ଧଳ, ଉପେନ୍ଦ୍ର ରାଉଳ, ବୈରାଗୀ ଚରଣ ବେହେରା, ଅଜୟ କୁମାର ପ୍ରଧାନ, ସୁବଲ କୁମାର ବେହେରା, ଗୋବିନ୍ଦ ପ୍ରଧାନ, ଉତ୍କଳମଣୀ ମନ୍ତ୍ରୀ, ସୁଶାନ୍ତ କୁମାର ମହାନ୍ତି, ତପନ ବେହେରା, ଶ୍ରୀଧର ପ୍ରଧାନ, ଅନୀଲ ସାହୁ, ଅବନେଶ୍ୱର ପ୍ରଧାନ, ସୁଶ୍ରୀ ଅମିତା କର, ପୂର୍ଣ୍ଣିମା ଦାଶ, ବନ୍ଦନା ଦାସ କାନୁନଗୋ, ସୁଶ୍ରୀ ମନୀଷା ଚିନ୍ମୟୀ ବେହେରା ପ୍ରମୁଖଙ୍କ ସମେତ ୪ଶହରୁ ଉର୍ଦ୍ଧ୍ୱ ଚାଷୀ ନେତା ଯୋଗ ଦେଇଥିଲେ ।

 

 

 

 

 

 

LEAVE A REPLY

Please enter your comment!
Please enter your name here