ସମ୍ ହସ୍ପିଟାଲ୍ରେ ଚଳନଶୀଳ ସ୍କିଲ୍ ଲ୍ୟାବ୍ରେ ଡାକ୍ତରଙ୍କୁ ପ୍ରଶିକ୍ଷଣ ପ୍ରଦାନ

0
74

By Our Correspondent

BHUBANESWAR:    ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଠାରେ  ଜନସନ ଆଣ୍ଡ ଜନସନ କମ୍ପାନୀ ଦ୍ୱାରା ଯୋଗାଇ ଦିଆଯାଇଥିବା ଏକ ଚଳନଶୀଳ ସ୍କିଲ୍ ଲ୍ୟାବ୍‌ରେ ନଭେମ୍ବର ୨୦ ଓ ୨୧ ତାରିଖରେ ଦୁଇଦିନ ଧରି ସର୍ଜନ ଓ ପୋଷ୍ଟ ଗ୍ରାଜୁଏଟ୍ ଛାତ୍ରଛାତ୍ରୀମାନଙ୍କୁ ନେଇ ଶଲ୍ୟ ଚିକିତ୍ସା ବିଷୟରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।

ଏକ ଭଲଭୋ ବସ୍‌ରେ ସ୍ଥାପିତ ଏହି ସ୍କିଲ ଲ୍ୟାବରେ ୧୦ଟି ୱାର୍କ ଷ୍ଟେସନ ରହିଛି ଓ ଅସ୍ତ୍ରେପଚାର ହୋଇଥିବା ସ୍ଥାନରେ କିପରି ସିଲାଇ କରି କ୍ଷତକୁ ଯୋଡିବାକୁ ପଡେ ଏଥିରେ ସେ ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା ବୋଲି ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର କହିଛନ୍ତି ।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସର୍ଜନ ମାନଙ୍କର ଦକ୍ଷତା ବୃଦ୍ଧି ନିମନ୍ତେ ଆୟୋଜିତ ହୋଇଥିଲା ବୋଲି ସେ କହିଥିଲେ । ଉଭୟ ଓପନ ଓ ଲାପାରାସ୍କୋପିକ ସର୍ଜରୀରେ ଏହି ତାଲିମ ସର୍ଜନମାନଙ୍କର ଦକ୍ଷତାକୁ ବୃଦ୍ଧି କରିବ ।

ବର୍ତମାନ ନ୍ୟାସନାଲ୍ ମେଡିକାଲ କମିଶନ ଡାକ୍ତର ଓ ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ ଦେଇ ଏହାକୁ କରିକୁଲମର ଏକ ବିଶେଷ ଅଂଶ ଭାବେ ଗ୍ରହଣ କରିଛି ।

ସର୍ଜରୀ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର)  ପ୍ରକାଶ କୁମାର ସାହୁ କହିଥିଲେ ଯେ ହସ୍ପିଟାଲରେ ଏକ ସେଂଟ୍ରାଲ୍  ସ୍କିଲ ଲ୍ୟାବ୍ ଓ ସର୍ଜରୀ ବିଭାଗର ଏକ ସ୍ୱତନ୍ତ୍ର ସ୍କିଲ ଲ୍ୟାବ ମଧ୍ୟ ରହିଛି ଯେଉଁଠାରେ ଛାତ୍ରଛାତ୍ରୀମାନଙ୍କୁ  ପ୍ରଶିକ୍ଷଣ ଦିଆଯାଏ । ଏହି ପ୍ରଶିକ୍ଷଣ ଫଳରେ ସର୍ଜନମାନେ ସେମାନଙ୍କର କାର୍ଯ୍ୟପ୍ରଣାଳୀକୁ ଆହୁରି ଉନ୍ନତ କରିପାରିବେ ।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର କାର୍ଯ୍ୟକାରୀ  ଡିନ୍ ପ୍ରଫେସର (ଡାକ୍ତର) ସୌମ୍ୟରଂଜନ ଦାସ  ମଧ୍ୟ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରିଥିଲେ ।

LEAVE A REPLY

Please enter your comment!
Please enter your name here