By Our Correspondent
BHUBANESWAR: ରାଜ୍ୟରେ ସାଧାରଣତଃ ଅକ୍ଟୋବର ଏବଂ ନଭେମ୍ବର ମାସରେ ବାତ୍ୟା ଆଶଙ୍କା ରହିଥାଏ। ଏହି ପରିପ୍ରେକ୍ଷୀରେ ଆଜି ମୁଖ୍ଯ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନା ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ସମ୍ଭାବ୍ଯ ବାତ୍ୟା ନିମନ୍ତେ ଆଗୁଆ ସତର୍କ ରହିବା ସହ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ବୈଠକରେ ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ସ୍ବତନ୍ତ୍ର ରିଲିଫ୍ କମିଶନର, ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ, ପ୍ରମୁଖ ଶାସନ ସଚିବ ଓ ସଚିବ ତଥା ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଶ୍ରୀ ଏଚ୍.ଆର୍. ବିଶ୍ବାସ୍ ଉପସ୍ଥିତ ଥିଲେ। ବୈଠକରେ ଏନ୍ଡିଆର୍ଏଫ୍, ଓଡ୍ରାଫ୍, ଓଡିଶା ଅଗ୍ନିଶମ ସେବା ତଥା ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥିଲେ.