ସମ୍ବଲପୁରରେ ‘ଶ୍ରୀନିବାସ ଅଗ୍ରଓ୍ୱାଲ ସ୍ମୃତିସଭା’

0
319
ସଂଘ ବିଚାର ପରିବାରର ବରିଷ୍ଠ କାର୍ଯ୍ୟକର୍ତ୍ତା ସ୍ୱର୍ଗତ ଶ୍ରୀନିବାସ ଅଗ୍ରଓ୍ୱାଲ ଜଣେ ସମ୍ବେଦନଶୀଳ, ଚିନ୍ତନଶୀଳ ଓ ଦାୟିତ୍ୱବାନ ବ୍ୟକ୍ତିତ୍ୱ ଥିଲେ । ତାଙ୍କ ଭଳି ସକରାତ୍ମକ ଚିନ୍ତାଧାରା ବ୍ୟକ୍ତିତ୍ୱଙ୍କ ଉପରେ ସାହିତ୍ୟର ଯେତେ ଉପମା ଲଗାଇଲେ ମଧ୍ୟ କମ ପଡିବ

By Our Correspondent

SAMBALPUR/BHUBANESWAR:  ସଂଘ ବିଚାର ପରିବାରର ବରିଷ୍ଠ କାର୍ଯ୍ୟକର୍ତ୍ତା ସ୍ୱର୍ଗତ ଶ୍ରୀନିବାସ ଅଗ୍ରଓ୍ୱାଲ ଜଣେ ସମ୍ବେଦନଶୀଳ, ଚିନ୍ତନଶୀଳ ଓ ଦାୟିତ୍ୱବାନ ବ୍ୟକ୍ତିତ୍ୱ ଥିଲେ । ତାଙ୍କ ଭଳି ସକରାତ୍ମକ ଚିନ୍ତାଧାରା ବ୍ୟକ୍ତିତ୍ୱଙ୍କ ଉପରେ ସାହିତ୍ୟର ଯେତେ ଉପମା ଲଗାଇଲେ ମଧ୍ୟ କମ ପଡିବ ବୋଲି ରବିବାର ସମ୍ବଲପୁର ଠାରେ ତାଙ୍କ ପୁଣ୍ୟତିଥି ଅବସରରେ ଆୟୋଜିତ ସ୍ମୃତି ସଭାରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

‘ରାଧା ଶ୍ରୀନିବାସ ସେବା ଟ୍ରଷ୍ଟ’ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ ଶ୍ରୀନିବାସଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ କହିଛନ୍ତି ଯେ ସେ ଜଣେ ବ୍ୟକ୍ତି ନଥିଲେ, ଥିଲେ ଜଣେ ଅନୁଷ୍ଠାନ । ସେ ଦେଶସେବା ଓ ଜନସେବାରେ ନିଜକୁ ଉତ୍ସର୍ଗ କରିଯାଇଛନ୍ତି । ତାଙ୍କର ସଂସ୍କାରରେ ଆମେ ସମସ୍ତେ କାର୍ଯ୍ୟକର୍ତ୍ତା ଅନୁପ୍ରାଣିତ । ଶ୍ରୀନିବାସଜୀ କୌଣସି କାମରେ ଛୋଟ ବଡ ଦେଖନ୍ତିନି ।

ସେ ସ୍ପଷ୍ଟ ଭାବରେ ଓଡ଼ିଆ ଭାଷାରେ କଥା ହେଉଥିଲେ । ସେ ତାଙ୍କର ସରଳତା ଏବଂ ଆଦର୍ଶ ଦ୍ୱାରା ଅନେକ ସମାଜସେବୀ ଓ ରାଜନେତାଙ୍କୁ ଦିଗଦର୍ଶନ ଦେଇଛନ୍ତି । ସେ ସରଳତା ଏବଂ ନମ୍ରତାର ସହ ଜଣେ ସନ୍ନ୍ୟାସୀର ଜୀବନ ଅତିବାହିତ କରୁଥିଲେ । ସରଳ ଜୀବନ ଶୈଳୀ ଏବଂ ଉଚ୍ଚ ଚିନ୍ତାଧାରା ତଥା ଅସାଧାରଣ ଦେଶଭକ୍ତି ସମସ୍ତଙ୍କୁ ଆକୃଷ୍ଟ କରୁଥିଲାସେ ଅତ୍ୟନ୍ତ ଦୟାଳୁ, ନମ୍ର ଏବଂ ମିଷ୍ଟଭାଷୀ ଥିଲେ । ତାଙ୍କ ଭଳି ମହାପୁରୁଷ ଧରାପୃଷ୍ଠରେ ପୁର୍ନଜନ୍ମ ନେଇ ସମାଜକୁ ଦିଗଦର୍ଶନ ଦିଅନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀନିବାସ ଅଗ୍ରଓ୍ୱାଲଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ସ୍ମରଣିକା ଉନ୍ମୋଚନ କରିଥିଲେ।

LEAVE A REPLY

Please enter your comment!
Please enter your name here