ସମ୍ବଲପୁରରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ, ୩ଟି ନିର୍ବାଚନମଣ୍ଡଳୀରେ ₹୬୯ କୋଟି ବ୍ୟୟରେ ୧,୮୦୧ଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ

0
361
ମୁଖ୍ୟମନ୍ତ୍ରୀ ସମ୍ବଲପୁରରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହା ଅଧୀନରେ ଜିଲ୍ଲାର ୩ଟି ନିର୍ବାଚନମଣ୍ଡଳୀରେ ₹୬୯ କୋଟି ବ୍ୟୟରେ ୧,୮୦୧ଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ପ୍ରତି ପଞ୍ଚାୟତକୁ ରାଜ୍ୟ ସରକାର ₹୫୦ ଲକ୍ଷର ଅନୁଦାନ ପ୍ରଦାନ କରିଛନ୍ତି।

By Our Correspondent  

BHUBANESWAR: ମୁଖ୍ୟମନ୍ତ୍ରୀ ସମ୍ବଲପୁରରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହା ଅଧୀନରେ ଜିଲ୍ଲାର ୩ଟି ନିର୍ବାଚନମଣ୍ଡଳୀରେ ₹୬୯ କୋଟି ବ୍ୟୟରେ ୧,୮୦୧ଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ପ୍ରତି ପଞ୍ଚାୟତକୁ ରାଜ୍ୟ ସରକାର ₹୫୦ ଲକ୍ଷର ଅନୁଦାନ ପ୍ରଦାନ କରିଛନ୍ତି।

ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା ରେଢାଖୋଲ, ରେଙ୍ଗାଲି ଓ କୁଚିଣ୍ଡା। ଏଥିରେ ୯ଟି ବ୍ଲକ୍ର ୧୩୮ଟି ଗ୍ରାମପଞ୍ଚାୟତରେ ୧୮୦୧ଟି ପ୍ରକଳ୍ପ କରାଯିବ।

ଏହି ଅବସରରେ ଜିଲ୍ଲା ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟକୁ ମିଳିଥିବା ଲୋକଙ୍କ ମତାମତ ଅନୁଯାୟୀ ୨୬ଟି ପ୍ରକଳ୍ପ ପାଇଁ ₹୧୩୧.୮୪ କୋଟି ମଞ୍ଜୁର ହୋଇଛି। ଗ୍ରାମ ବିକାଶ କ୍ଷେତ୍ରରେ ନବୀନ ଓଡ଼ିଶା ସାରା ଭାରତବର୍ଷ ପାଇଁ ପଥପ୍ରଦର୍ଶକ ସାଜିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି.

LEAVE A REPLY

Please enter your comment!
Please enter your name here