ସନମାର୍ଗ ପକ୍ଷରୁ ଫେମ ଫେଷ୍ଟ ମହିଳା ସଶକ୍ତ ହେଲେ ସମାଜ ଆଗକୁ ବଢିବ

0
251

By Our Correspondent

BHUBANESWAR:   ଦୈନିକ ଜାତୀୟ ଖବର କାଗଜ ସନମାର୍ଗ ଓଡ଼ିଶା ସଂସକରଣ ପକ୍ଷରୁ ଭୁବନେଶ୍ୱରରେ ଫେମ ଫେଷ୍ଟ ଅନୁଷ୍ଠିତ ହୋଇଯାଇଛି. ରାଜ୍ୟର ବିଭିନ୍ନ ସମାଜର ମହିଳାମାନଙ୍କୁ ନେଇ ଏହି ଉତ୍ସବ ଆୟୋଜନ ହୋଇଥିଲା. ବିଭିନ୍ନ ବର୍ଗରେ କୃତିତ୍ୱ ଅର୍ଜନ କରିଥିବା ମହିଳା ଓ ମହିଳା ସମାଜକୁ ଆଗକୁ ବଡିବା ପାଇଁ ଉତ୍ସାହିତ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା.

ସନମାର୍ଗର ସମ୍ପାଦକ ରାମକୃଷ୍ଣ ଖଣ୍ଡ୍ରୱାଲ, ସାଧାରଣ ପରିଚାଳକ ସାର୍ଥକ ଖଣ୍ଡ୍ରୱାଲ, ଏଚଆର ରୂଚି ଖଣ୍ଡ୍ରୱାଲଙ୍କ ନେତୃତ୍ୱରେ ଆୟୋଜିତ ସନମାର୍ଗ ଫେମ ଫେଷ୍ଟରେ  ଅତିଥି ଭାବେ ରାଜ୍ୟସଭା ସାଂସଦ ସୁଲୋତା ଦେଓ, ଏକାମ୍ର ଭୁବନେଶ୍ୱର ବିଧାୟକ ବାବୁ ସିଂ, ଢେଙ୍କାନାଳ ରାଣୀ ମିନଲ କୁମାରୀ ସିଂଦେଓ, ପ୍ରୀତି ଅଗ୍ରୱାଲ, ଅଲିଶା ପତ୍ର, ସୁସ୍ମିତା ସାଏ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସମାଜ ସଂସ୍କାର କ୍ଷେତ୍ରରେ ମହିଳାମାନଙ୍କ ଭୂମିକା ଉପରେ ମତ ରଖିଥିଲେ.

ଏଥିସହିତ ମହିଳା ସଶକ୍ତ ହେଲେ ସମାଜର ବିକାଶ ହୋଇପାରିବ ବୋଲି କହିଥିଲେ.ଏହି ଅବସରରେ ରଙ୍ଗରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା.

LEAVE A REPLY

Please enter your comment!
Please enter your name here