ଶ୍ରୀମନ୍ଦିର ବରିଷ୍ଠ ସୁପରଭାଇଜଙ୍କ ଉପରେ ହୋଇଥିବା ଆକ୍ରମଣକୁ କଡା ନିନ୍ଦା କରିଛନ୍ତି ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ

0
54
Chief Administrator of Shri Jagannath Temple Administration (SJTA), Arabinda Kumar Padhee -file

By Our Correspondent

PURI/BHUBANESWAR: ଶ୍ରୀମନ୍ଦିର ବରିଷ୍ଠ ସୁପରଭାଇଜଙ୍କ ଉପରେ ହୋଇଥିବା ଆକ୍ରମଣକୁ କଡା ନିନ୍ଦା କରିଛନ୍ତି ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ । ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଆରକ୍ଷୀ ଅଧିକ୍ଷକ ଏବଂ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି ।

କୌଣସି ପ୍ରକାର ଅସାମାଜିକ ତତ୍ତ୍ବଙ୍କୁ ଶ୍ରୀମନ୍ଦିର ପରିସରରେ ବରଦାସ୍ତ କରାଯିବ ନାହିଁ । ଘଟଣାକୁ ଗୁରୁତ୍ବର ସହ ନେଇ କଡ଼ା ପଦକ୍ଷେପ ନିଆଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି ।

ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ବରିଷ୍ଠ ସୁପରଭାଇଜରଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟ ପ୍ରଶାସକ।

 

LEAVE A REPLY

Please enter your comment!
Please enter your name here