ଶ୍ରୀମନ୍ଦିରର ଆକର୍ଷଣୀୟ ଆଲୋକୀକରଣ ପାଇଁ ଗୁରୁତ୍ବପୂର୍ଣ୍ଣ ବୈଠକ – ଏଏସ୍ଆଇ ର ବୈଷୟିକ ସହାୟତାରେ ପ୍ରସ୍ତୁତ ହେବ ଡିପିଆର୍

0
212

By Our Correspondent

PURI/BHUBANESWAR: ଶ୍ରୀମନ୍ଦିର ଓ ବେଢାରେ ଥିବା ପାର୍ଶ୍ବ ମନ୍ଦିର ଗୁଡିକର ସୁନ୍ଦର ଭାବେ ଆଲୋକୀକରଣ ସକାଶେ ଏ.ଏସ.ଆଇ (ଭାରତୀୟ ପ୍ରତ୍ନତତ୍ତ୍ବବିଭାଗ) ସହାୟତାରେ ପଦକ୍ଷେପ ନିଆଯିବ । ଏନେଇ ଏକ ଗୁରୁତ୍ବପୂର୍ଣ ବୈଠକ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି ।

ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ  ଯନ୍ତ୍ରୀମାନେ, ଏ.ଏସ୍.ଆଇ ପୁରୀ ସର୍କଲ୍ କର୍ତ୍ତୃପକ୍ଷ ଏବଂ ଏହାର ଦିଲ୍ଲୀସ୍ଥିତ ସ୍ବୀକୃତିପ୍ରାପ୍ତ ପରାମର୍ଶ ଅନୁଷ୍ଠାନର ପ୍ରତିନିଧି, ଶିଳ୍ପୀ ଭରଦ୍ବାଜ ଉପସ୍ଥିତ ଥିଲେ । ସମ୍ପୃକ୍ତ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ଐତିହ୍ୟ ପ୍ରକଳ୍ପ ସକାଶେ କରାଯାଇଥିବା ଆଲୋକୀକରଣ କାର୍ଯ୍ୟ ସମ୍ପର୍କରେ ଉପସ୍ଥାପନା କରାଯାଇଥିଲା ।

ସେହିପରି ପ୍ରସ୍ତାବିତ ଆଲୋକୀକରଣ ସକାଶେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ କେତେକ ନିର୍ଦ୍ଦଷ୍ଟ ପରାମର୍ଶ ଦିଆଯାଇଥିଲା । ଏ.ଏସ୍.ଆଇର ବୈଷୟିକ ପରାମର୍ଶ ଏବଂ ମାର୍ଗଦର୍ଶନରେ ବିସ୍ତୃତ ରୂପରେଖ ପ୍ରସ୍ତୁତି କରି ପରବର୍ତ୍ତୀ ସମୟରେ ଅନୁମୋଦନ ପାଇଁ ଉପସ୍ଥାପନ କରିବାକୁ ବୈଠକରେ ଆଲୋଚନା ହୋଇଥିଲା । ଏନେଇ ଆବଶ୍ୟକୀୟ ଅନୁମତି ଗ୍ରହଣ କରାଯିବା ପରେ କାର୍ଯ୍ୟ ରୂପାୟନ ସକାଶେ ସ୍ଥିର ହୋଇଛି।

LEAVE A REPLY

Please enter your comment!
Please enter your name here