ଶ୍ରୀନଗରରେ “ଚିନାର୍ ପୁସ୍ତକ ମହୋତ୍ସବ”ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଆମର ବୌଦ୍ଧିକ ଐତିହ୍ୟକୁ ପୁର୍ନଜୀବିତ କରିବାରେ ପୁସ୍ତକର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ- ଧର୍ମେନ୍ଦ୍ର ପ୍ରଧାନ

0
258

By Our Correspondent

SRINAGAR/BHUBANESWAR: ଆମର ବୌଦ୍ଧିକ ଐତିହ୍ୟକୁ ପୁର୍ନଜୀବିତ କରିବା ସହ ସେଗୁଡ଼ିକୁ ସମସାମୟିକ ଶୈକ୍ଷିକ ଚିନ୍ତାଧାରାରେ ସଂଯୁକ୍ତ କରିବା ପାଇଁ ପୁସ୍ତକ, ଶିକ୍ଷା ଏବଂ ଜ୍ଞାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଜାତୀୟ ଶିକ୍ଷା ନୀତି ମାଧ୍ୟମରେ ଜମ୍ମୁ ଏବଂ କାଶ୍ମୀରକୁ ଜ୍ଞାନ ଓ ଗବେଷଣାର ଏକ କେନ୍ଦ୍ରରେ ପରିଣତ କରାଯାଉଛି ବୋଲି ଶନିବାର ଜମ୍ମୁ-କାଶ୍ମୀରର ଶ୍ରୀନଗରରେ ଆୟୋଜିତ ଦ୍ୱିତୀୟ ଚିନାର ପୁସ୍ତକ ମହୋତ୍ସବକୁ ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ନ୍ୟାସନାଲ ବୁକ୍ ଟ୍ରଷ୍ଟ୍ ଅଫ୍ ଇଣ୍ଡିଆ ଏବଂ ଏନସିପୁଲ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜମ୍ମୁ ଏବଂ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ଉପସ୍ଥିତିରେ ଶ୍ରୀ ପ୍ରଧାନ କହିଛନ୍ତି ଚିନାର ପୁସ୍ତକ ମହୋତ୍ସବ କେବଳ ଏକ ସାହିତ୍ୟିକ ସମାବେଶ ନୁହେଁ, ଏହା ଏକ ସାହସିକ ବକ୍ତବ୍ୟ ଏବଂ ସଭ୍ୟତା ଜାଗରଣ ଦିଗରେ ଏକ ମହାନ ପ୍ରୟାସ । ଏହା ଜମ୍ମୁ ଏବଂ କାଶ୍ମୀରର ବୌଦ୍ଧିକ ଐତିହ୍ୟର ଏକ ଉତ୍ସବ । ଜମ୍ମୁ ଏବଂ କାଶ୍ମୀରର ପବିତ୍ର ଭୂମିରେ ୨ରୁ ୧୦ ଅଗଷ୍ଟ ତଥା ୯ ଦିନ ବ୍ୟାପୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ସାଂସ୍କୃତିକ ଏବଂ ବୌଦ୍ଧିକ କାର୍ଯ୍ୟକ୍ରମ ଚଳିତବର୍ଷ ମଧ୍ୟ ରାଜ୍ୟର ସାହିତ୍ୟ, କଳା ଏବଂ ସଂସ୍କୃତିର ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ଏବଂ ଅନୁଗାମୀମାନଙ୍କୁ ପ୍ରେରଣା ଦେବ ।

ଜମ୍ମୁ ଏବଂ କାଶ୍ମୀର ହେଉଛି ଭାରତର ମୁକୁଟ । ଏହି ପବିତ୍ର ଭୂମି ସର୍ବଦା ଶିକ୍ଷାର ଏକ ସ୍ଥାନ ଏବଂ ଆମର ଆଧ୍ୟାତ୍ମିକ ଏବଂ ଦାର୍ଶନିକ ପରମ୍ପରାର ଏକ ମଶାଲବାହକ ହୋଇଆସିଛି । ସ୍ମାର୍ଟ ଶ୍ରେଣୀଗୃହରୁ ଆଇଆଇଟି, ଆଇଆଇଏମ, ଏମ୍ସ ଏବଂ ଅନ୍ୟାନ୍ୟ ଉଚ୍ଚମାନର ପ୍ରତିଷ୍ଠାନ ଜମ୍ମୁ ଏବଂ କାଶ୍ମୀରର ଦୃଶ୍ୟପଟ୍ଟକୁ ପରିବର୍ତ୍ତିତ କରିଛି । ଚିନାର ପୁସ୍ତକ ମହୋତ୍ସବର ପରମ୍ପରାକୁ ଅବ୍ୟାହତ ରଖିବା ପାଇଁ ଶ୍ରୀ ପ୍ରଧାନ ଏନବିଟି ଏବଂ ଜମ୍ମୁ ଓ କାଶ୍ମୀର ପ୍ରଶାସନକୁ ପରାମର୍ଶ ଦେଇଛନ୍ତି । ଶ୍ରୀନଗର ବ୍ୟତୀତ ଜମ୍ମୁ ସଂସ୍କରଣ ମଧ୍ୟ ପୁସ୍ତକ ମହୋତ୍ସବର ଏକ ଅଂଶବିଶେଷ ହେବା ଉଚିତ । ଆମେ ଜମ୍ମୁ-କାଶ୍ମୀରରେ ପୁସ୍ତକ, ସାହିତ୍ୟ, ଭାଷା, ଶିକ୍ଷା ଏବଂ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ଆମେ ଏନବିଟି ନେତୃତ୍ୱାଧୀନ ପାଠାଗାର ଆନ୍ଦୋଳନ ସୃଷ୍ଟି କରିପାରିବା । ଶ୍ରୀ ପ୍ରଧାନ ଚିନାର ପୁସ୍ତକ ମହୋତ୍ସବର ମହାନ ସର୍ବସଫଳତା କାମନା କରୁଛି । ସ୍ଥାନୀୟ ଲୋକମାନଙ୍କୁ ଭାଷା, ସାହିତ୍ୟ, ସଂସ୍କୃତି ଏବଂ ପୁସ୍ତକର ଏହି ବିଶାଳ ଉତ୍ସବରେ ସାମିଲ ହେବବା ପାଇଁ ଶ୍ରୀ ପ୍ରଧାନ ନିବେଦନ କରିଛନ୍ତି ।

ଏହି ଅବସରରେ “ଜମ୍ମୁ କାଶ୍ମୀର ଏବଂ ଲଦାଖ – ନିରନ୍ତରତା ଏବଂ ସମନ୍ୱୟର ଏକ ଐତିହାସିକ ବର୍ଣ୍ଣନା” ପୁସ୍ତକର କାଶ୍ମୀର ସଂସ୍କରଣ ମଧ୍ୟ ଉନ୍ମୋଚିତ ହୋଇଥିଲା । ଏହି ଗସ୍ତକାଳରେ ଶ୍ରୀ ପ୍ରଧାନ କାଶ୍ମୀର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିବା ସହ ଜମ୍ମୁ-କାଶ୍ମୀରର ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକର ପ୍ରମୁଖ ଶିକ୍ଷାବିତଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

LEAVE A REPLY

Please enter your comment!
Please enter your name here