ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ନିର୍ଦ୍ଦିଷ୍ଟ ଭାବେ 2 ଜଣ ଅନଧିକୃତ ବ୍ଯକ୍ତି ରଥ ଉପରକୁ ଚଢିବା ଶ୍ରୀମନ୍ଦିର ପ୍ରଶାସନ ନଜରକୁ ଆସିଛି, ସିଂହଦ୍ବାର ଥାନାରେ ଅଭିଯୋଗ ଦାଖଲ ପାଇଁ ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି

0
102
Chief Administrator of Shri Jagannath Temple Administration (SJTA), Arabinda Kumar Padhee -file

By Our Correspondent

PURI/BHUBANESWAR:  ରଥ ଉପରକୁ କୌଣସି ଅଣସେବକ ଚଢିବା ନିଷେଧ।  ଏନେଇ ବ୍ଯତିକ୍ରମ ସାମ୍ନାକୁ ଆସିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ନିର୍ଦ୍ଦିଷ୍ଟ ଭାବେ 2 ଜଣ ଅନଧିକୃତ ବ୍ଯକ୍ତି ରଥ ଉପରକୁ ଚଢିବା ଶ୍ରୀମନ୍ଦିର ପ୍ରଶାସନ ନଜରକୁ ଆସିଛି। ସମ୍ପୃକ୍ତ ବ୍ୟକ୍ତି ଜଣେ କେନ୍ଦ୍ର ସରକାରଙ୍କ ଉଚ୍ଚ ପଦସ୍ଥ ଅଧିକାରୀ ଏବଂ ଆଉ ଜଣେ ବେସରକାରୀ /ସମବାୟ ଅନୁଷ୍ଠାନର ଅଧୀକାରୀ ବୋଲି ପ୍ରାଥମିକ ସୂଚନା ମିଳିଛି ।

ଏସମ୍ପର୍କରେ ଆବଶ୍ୟକ ଅନୁସନ୍ଧାନ କରି କାର୍ଯ୍ୟାନୁଷ୍ଠାନ ପାଇଁ ସିଂହଦ୍ବାର ଥାନାରେ ଅଭିଯୋଗ ଦାଖଲ ପାଇଁ ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here