ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଫ୍ୟାକଲ୍ଟି ଅଫ୍ ଏଗ୍ରିକଲ୍ଚରାଲ ସାଇନସେସ୍ (ଆଇଏଏସ୍)ରେ ୩୭ତମ ସାପ୍ତାହିକ ବକ୍ତୃତାମାଳା ଅନୁଷ୍ଠିତ

0
62

By Our Correspondent

BHUBANESWAR:   ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଫ୍ୟାକଲ୍ଟି ଅଫ୍ ଏଗ୍ରିକଲ୍‌ଚରାଲ ସାଇନସେସ୍ (ଆଇଏଏସ୍‌)ରେ ୩୭ତମ ସାପ୍ତାହିକ ବକ୍ତୃତାମାଳା ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ର୍ରମରେ ଓୟୁଏଟିର ଅବସରପ୍ରାପ୍ତ ପ୍ରଫେସର ତଥା ରିୱାର୍ଡ ପ୍ରୋଜେକ୍ଟର ପରାମର୍ଶଦାତା ଡକ୍ଟର ଭରତ ଚନ୍ଦ୍ର ସାହୁ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ । ରାଜ୍ୟ ତଥା ଜାତୀୟସ୍ତରରେ ରିମୋଟ ସେନ୍ସିଂ, କୃତ୍ରିମ ବୁଦ୍ଧିମତା ଆଦିର ବ୍ୟବହାରରେ ଜଳ ବିଭାଜିକା ସମୃଦ୍ଧିର ଯୋଜନା ବିଷୟରେ ଡକ୍ଟର ସାହୁ  ସବିଶେଷ ଆଲୋଚନା କରିଥିଲେ । ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ।

କାର୍ଯ୍ୟକ୍ରମରେ ସମସ୍ତ ବିଭାଗର ବିଭାଗୀୟ ମୁଖ୍ୟ, ଅଧ୍ୟାପକ, ଗବେଷଣାରତ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ ଏବଂ ବକ୍ତାଙ୍କ ସହିତ ସବିଶେଷ ପ୍ରଶ୍ନୋତର ଓ ଆଲୋଚନା କରିଥିଲେ ।

ଏହି ସାପ୍ତାହିକ ବକ୍ତୃତାମାଳାର ଆବାହକ ପ୍ରଫେସର ସରୋଜ କୁମାର ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ ଓ ସଂଯୋଜକ ରାଜୀବ କୁମାର ବେହେରା ଧନ୍ୟବାଦ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here