ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ନିରନ୍ତର ପ୍ରୟାସ ଜାରୀ ରଖିଛନ୍ତି , ମାତୃଭାଷା ସାନ୍ତାଳୀ ଭାଷାକୁ ଡିଜିଟାଲ ପ୍ଲାଟଫର୍ମ ଜରିଆରେ ଲୋକଙ୍କ ପାଖକୁ ଆଣିଥିବା ମୟୂରଭଞ୍ଜର ରାମଜିତ୍ ଟୁଡୁଙ୍କୁ ଶୁଭେଚ୍ଛା ଜଣାଇଲେ ରାଜ୍ୟ ସଭାପତି ମନମୋହନ ସାମଲ

0
38

By Our Correspondent

BHUBANESWAR:    ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ମନ କି ବାତ” କାର୍ଯ୍ୟକ୍ରମ ଆଜି ୧୦ ବର୍ଷ ପୂରଣ କରିଛି । ମୋଦିଜୀଙ୍କ “ମନ କି ବାତ” କାର୍ଯ୍ୟକ୍ରମ ଏବେ ସମସ୍ତଙ୍କ ପ୍ରେରଣାର କେନ୍ଦ୍ରବିନ୍ଦୁ ସାଜିଛି । ସାଧାରଣ ଲୋକଙ୍କ ଅସାଧାରଣ କାର୍ଯ୍ୟ ଓ ସାମର୍ଥ୍ୟକୁ ଲୋକଲୋଚନକୁ ଆଣିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ସେ ତାଙ୍କ ୧୧୪ ତମ “ମନ୍ କି ବାତ” ସଂସ୍କରଣରେ ସାନ୍ତାଳୀ ଭାଷାର ପ୍ରଚାର ଓ ପ୍ରସାର ପାଇଁ ମୟୂରଭଞ୍ଜର ଯୁବକ ରାମଜିତ୍ ଟୁଡୁଙ୍କ ପ୍ରୟାସକୁ ପ୍ରଶଂସା କରିଛନ୍ତି । ଏହି ପରିପ୍ରେକ୍ଷୀରେ ଶ୍ରୀ ସାମଲ ନିଜ ମାତୃଭାଷା ସାନ୍ତାଳୀ ଭାଷାକୁ ଡିଜିଟାଲ ପ୍ଲାଟଫର୍ମ ଜରିଆରେ ଲୋକଙ୍କ ପାଖକୁ ଆଣିଥିବା ରାମଜିତ୍ ଟୁଡୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଆଦିବାସୀଙ୍କ କଲ୍ୟାଣ ପାଇଁ ମୋଦୀ ସରକାର ବଦ୍ଧପରିକର ବୋଲି କହିଛନ୍ତି । ଭୁବନେଶ୍ୱରସ୍ଥିତ ନାଳନ୍ଦା ଇନ୍‌ଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜିରେ ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ଶୁଣିଥିଲେ । “ମାଁ ପାଇଁ ଗଛଟିଏ” ଅଭିଯାନ ପରିପ୍ରେକ୍ଷୀରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟ ସଭାପତି ଶ୍ରୀ ସାମଲ ବୃକ୍ଷରୋପଣ କରିଥିଲେ । ଏହି ଅବସରରେ ରାଜ୍ୟ ମୁଖପାତ୍ର ଡ.ତପନ ଚାନ୍ଦଙ୍କ ସମେତ ଅନେକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

ଓଡ଼ିଶାର ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀ ନିରନ୍ତର ପ୍ରୟାସ ଜାରୀ ରଖିଛନ୍ତି । ତାଙ୍କ ଉଦ୍ୟମ ଯୋଗୁ ଦେଶ ତଥା ଆମ ରାଜ୍ୟର ଐତିହ୍ୟ, ସଂସ୍କୃତି, ପରମ୍ପରା, ଅସ୍ମିତା ବିଶ୍ୱ ଦରବାରରେ ପହଁଚିବାରେ ସହାୟକ ହୋଇଛି । ଏହା ଲୋକଙ୍କ ମନରେ ଅଧିକ ଆତ୍ମବିଶ୍ୱାସ ଆଣିଦେଇଛି । ମୋଦିଜୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଆଜି ଜନଆନ୍ଦୋଳନରେ ପରିଣତ ହୋଇଛି । ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ଏନେଇ ସଚେତନତା ସୃଷ୍ଟି ହୋଇଛି । ଆମେରିକାରୁ ୩୦୦ ପ୍ରାଚୀନ ଓ ଦୁର୍ଲଭ କଳାକୃତି ଫେରାଇ ଆଣିବା ଆମ ସମସ୍ତଙ୍କ ପାଇଁ ଖୁସି ଓ ଗର୍ବର ବିଷୟ । ଶ୍ରୀ ସାମଲ ଏନେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଜୀଙ୍କୁ ଆନ୍ତରିକ ଧନ୍ୟବାଦ୍ ଜଣାଇଛନ୍ତି ।

ଆଜି ରାଜ୍ୟର ପ୍ରତ୍ୟେକ ନିର୍ବାଚନମଣ୍ଡଳୀ ଓ ବୁଥ୍‌ରେ ଦଳର ନେତୃମଣ୍ଡଳୀ ଓ କାର୍ଯ୍ୟକର୍ତା ଉପସ୍ଥିତ ରହି ଏହି “ମନ୍ କି ବାତ୍‌” କାର୍ଯ୍ୟକ୍ରମ ଶୁଣିଥିଲେ । ଏଥି ସହ ପାର୍ଟିର ସାଂଗଠନିକ ମହାପର୍ବ “ସଦସ୍ୟତା ଅଭିଯାନ – ୨୦୨୪” ସାମିଲ ହୋଇ ନୂତନ ସଦସ୍ୟ ସଂଗ୍ରହ ଓ ପଂଜୀକରଣ କରିଥିଲେ ।

 

LEAVE A REPLY

Please enter your comment!
Please enter your name here