ରାଷ୍ଟ୍ର ସେବିକା ସମିତି, ଭୁବନେଶ୍ବର ମହାନଗର ତରଫରୁ “ମଣିକର୍ଣ୍ଣିକା ଦୌଡ”

0
236
ରାଣୀ ଲକ୍ଷ୍ମୀବାଈ ଜୟନ୍ତୀ ଉପଲକ୍ଷେ, ରାଷ୍ଟ୍ର ସେବିକା ସମିତି, ଭୁବନେଶ୍ବର ମହାନଗର ତରଫରୁ ୩ ଡିସେମ୍ବର ୨୩ ରବିବାର ପ୍ରାତଃ ସମୟରେ ମହାବିଦ୍ୟାଳୟ ରେ ଅଧ୍ୟୟନ ରତ ତରୁଣୀ ମାନଙ୍କୁ ନେଇ "ମଣିକର୍ଣ୍ଣିକା ଦୌଡ" ଶୀର୍ଷକ ଏକ ଗଣ ଦୌଡ ର ଆୟୋଜନ କରାଯାଇଥିଲା l

By Our Correspondent

BHUBANESWAR:   ରାଣୀ ଲକ୍ଷ୍ମୀବାଈ ଜୟନ୍ତୀ ଉପଲକ୍ଷେ, ରାଷ୍ଟ୍ର ସେବିକା ସମିତି, ଭୁବନେଶ୍ବର ମହାନଗର ତରଫରୁ  ୩ ଡିସେମ୍ବର ୨୩ ରବିବାର ପ୍ରାତଃ ସମୟରେ ମହାବିଦ୍ୟାଳୟ ରେ ଅଧ୍ୟୟନ ରତ ତରୁଣୀ ମାନଙ୍କୁ ନେଇ “ମଣିକର୍ଣ୍ଣିକା ଦୌଡ” ଶୀର୍ଷକ ଏକ ଗଣ ଦୌଡ ର ଆୟୋଜନ କରାଯାଇଥିଲା l

ଏହି ଗଣ ଦୌଡ ଖଣ୍ଡଗିରି ସ୍ଥିତ ଖାରବେଳ ପାର୍କ ରୁ ଆରମ୍ଭ ହୋଇ ଆମ୍ରି ହସ୍ପିଟାଲ ହୋଇ ଉକ୍ତ ପାର୍କ ରେ ହିଁ ଶେଷ ହୋଇଥିଲା l ଭୁବନେଶ୍ବର ର ବିଭିନ୍ନ ମହାବିଦ୍ୟାଳୟ ରେ ପଢୁଥିବା ୬୫ ଜଣ ତରୁଣୀ  ଓ ୨୭  ଜଣ କର୍ମଜୀବୀ     ମହିଳା ଏହି ଗଣ ଦୌଡ ରେ ଭାଗ ନେଇଥିଲେ  l

ମହାନଗର କାର୍ୟ ବାହିକା, ରାଷ୍ଟ୍ର ସେବିକା ସମିତି, ଶ୍ରୀମତୀ ଆରତୀ ଜେନା ଗଣ ଦୌଡ ର ଉଦ୍ଦେଶ୍ୟ ବିଷୟରେ ଅବଗତ କରାଇଥିଲେ, ପ୍ରାନ୍ତ ସଂଚାଳିକା ଶ୍ରୀମତୀ ଆରତୀ ବୈଶାଖୀ ମୁଖ୍ୟ ବକ୍ତା ଭାବରେ ଝାନ୍ସୀ ରାଣୀ ଲକ୍ଷ୍ମୀବାଈ ଙ୍କ ର ବୀରତ୍ଵର ଇତିହାସ ସ୍ମରଣ କରାଇଥିଲେ l

 ସମିତି ର ଅନ୍ୟ ପଦସ୍ଥ କାର୍ୟ କର୍ତ୍ତା ଶ୍ରୀମତୀ ସାନୁଯା ମେଘମାଳା, ଶ୍ରୀମତୀ ଜ୍ୟୋତି ରାଣୀ ସାହୁ , ଶ୍ରୀମତୀ ତପସ୍ୱିନୀ ମହନ୍ତ, ଶ୍ରୀମତୀ ସବିତା ଦାସ, ଶ୍ରୀମତୀ ସ୍ଵପ୍ନ ପ୍ରଭା ସାହୁ, ଶ୍ରୀମତୀ କନକଲତା ପ୍ରଧାନ ଗଣ ଦୌଡ କୁ ସୂଚାରୁ ରୂପେ ସଞ୍ଚାଳନ କରିଥିଲେ l ଯୋଗ ଶିକ୍ଷିକା ତଥା ସାମାଜସେବି ଶ୍ରୀମତୀ ଅନୁସୂୟା ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗଣ ଦୌଡ କୁ ପତାକା ଦେଖାଇ ଶୁଭାରମ୍ଭ କରାଇଥିଲେ ଓ ଦୌଡ ରେ ବିଜେତା ତରୁଣୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ l

LEAVE A REPLY

Please enter your comment!
Please enter your name here