ରାଜ୍ୟ ସରକାରଙ୍କ ବିଜ୍ଞାପନ: 2020 ରୁ ମେ 2023 ମଧ୍ୟରେ ପ୍ରମେୟ କୁ 35 କୋଟି, ସମାଜକୁ 25 କୋଟି, ସାମ୍ବାଦକୁ 27 କୋଟି, ପ୍ରଗତିବାଦୀକୁ 13 କୋଟି, ନୀତିଦିନ  କୁ 3 କୋଟି, ସକାଳ କୁ 6.57 କୋଟି ମିଳିଛି

0
360

By Pradip Pradhan

BHUBANESWAR: ସମ୍ବାଦ  ଖବରକାଗଜକୁ ରାଜ୍ୟ ସରକାରଙ୍କ ବିଜ୍ଞାପନ ବନ୍ଦକୁ ନେଇ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି | ବାସ୍ତବରେ ରାଜ୍ୟର ଅଧିକ ପ୍ରସାରଣ  ହେଉଥିବା ସମସ୍ତ ଖବର କାଗଜ ନିଜର ବ୍ୟବସାୟିକ ପ୍ରତିପତି ବଢ଼ାଇବା ପାଇଁ ସରକାରୀ ବିଜ୍ଞାପନ ଉପରେ ନିର୍ଭର କରିଥାନ୍ତି | ସରକାରୀ ଆର୍ଥିକ ସାହାଯ୍ୟ ନମିଳିଲେ ଯେ ବ୍ୟବସାୟ ବଢିବ ନାହିଁ, ଏହି ଧାରଣା ପ୍ରତିଷ୍ଠିତ ଖବର କାଗଜ ମାନଙ୍କର ମାଲିକ ମାନଙ୍କ ମଧ୍ୟରେ ଧାରଣା ରହିଛି | ତେଣୁ ସେମାନେ ସରକାରୀ କଳ ସହିତ ରହିଥାଆନ୍ତି |

 ଅନେକ ସମୟରେ  ସେମାନେ ସରକାରଙ୍କ ମୁଖପାତ୍ର ଭାବେ କାମ କରିଥାନ୍ତି | ଆମ ରାଜ୍ୟରେ ଅନେକ ପ୍ରତିଷ୍ଠିତ ଖବର କାଗଜର ମାଲିକ ମାନେ ବିଜେଡି ଦଳର ସମର୍ଥକ | ଅନେକ ଦଳର କର୍ମୀ ଓ ନେତା | କିଏ ବିଧାୟକ ତ କିଏ ସାଂସଦ | ଶାସକ ଦଳ  ସହିତ ରହି ଏମାନେ ପ୍ରଚୁର ଅର୍ଥ ରୋଜଗାର କରନ୍ତି, ଲାଭବାନ ମଧ୍ୟ ହୁଅନ୍ତି |

ଅନେକ ସମୟରେ  ଶାସକ ଦଳର ସ୍ୱାର୍ଥରେ ରାଜ୍ୟର ବହୁ ଗୁରୁତ୍ୱପୂର୍ଣ ଖବରକୁ ମଧ୍ୟ ପ୍ରକାଶ କରନ୍ତି  ନାହିଁ, suppress କରନ୍ତି | ଆମେ ଯେତେବେଳେ RTI ରେ ତଥ୍ୟ ଆଣି ପ୍ରକାଶ କରିବାକୁ ଦେଉ ବା press meet  କରୁ , ଏହି ସାମ୍ବାଦପତ୍ରର  ସାମ୍ବାଦିକ ମାନେ ଛାପିବାକୁ ମନା କରନ୍ତି କାରଣ ଏହା ସରକାରୀ ବିରୋଧୀ ଖବର | ଅନେକ କୁହନ୍ତି ମୁଖ୍ୟମନ୍ତ୍ରୀ, ପାଣ୍ଡିଆନ ଓ ପ୍ରଣବ ପ୍ରକାଶ ଦାସ ଙ୍କର ବିରୋଧରେ କୌଣସି ଖବର ଆମ ପେପରରେ ଯିବ ନାହିଁ | କାରଣ ମାଲିକ ବା ସମ୍ପାଦକ ମନା କରିଛନ୍ତି | ତେଣୁ ରାଜ୍ୟର ଦୁର୍ଗତି ପାଇଁ କେବଳ ମୁଖ୍ୟମନ୍ତ୍ରୀ ବା ପାଣ୍ଡିଆନ ଦାୟୀ ନୁହେଁ, ବିରୋଧୀ ଦଳ ଭଳି ଖବରକାଗଜ ମାଲିକ ମାନେ ବି ଦାୟୀ |

ଅପରପକ୍ଷରେ ଯେଉଁ ଖବର କାଗଜର ମାଲିକ ମାନେ ଲୋକଙ୍କ ସମସ୍ୟା କୁ ନେଇ ଖବର କରନ୍ତି ବା ସରକାରଙ୍କ ଅସଲ ଚେହେରାକୁ ପଦାକୁ  ଆଣନ୍ତି, ସେମାନେ ସରକାରଙ୍କର ଚକ୍ଷୁଶୀଳ  ହୁଅନ୍ତି | ସରକାରୀ ବିଜ୍ଞାପନ ପାଆନ୍ତି  ନାହିଁ | ଆମ ରାଜ୍ୟରେ ନିର୍ଭୟ ଖବର କାଗଜକୁ ଉଦାହରଣ ଭାବେ ନିଆଯାଇପାରେ | ବହୁ କଷ୍ଟରେ ନବୀନ ଭାଇ ଏହି ଖବର କାଗଜକୁ ବଂଚେଇ ରଖିଛନ୍ତି | ସରକାରଙ୍କ ଯାବତୀୟ କାରନାମା, ଦୁର୍ନୀତି, ଭ୍ରଷ୍ଟଆଚାର, କୁଶାସନକୁ ଲୋକ ଲୋଚନକୁ ସେ ଆଣିଛନ୍ତି |

ସୂଚନା ଅଧିକାର ଆଇନରେ  ମିଳିଥିବା ତଥ୍ୟ ଅନୁଯାୟୀ, 2020 ରୁ ମେ 2023 ମଧ୍ୟରେ ପ୍ରମେୟ କୁ 35 କୋଟି, ସମାଜକୁ 25 କୋଟି, ସାମ୍ବାଦକୁ 27 କୋଟି, ପ୍ରଗତିବାଦୀକୁ 13 କୋଟି, ନୀତିଦିନ  କୁ 3 କୋଟି, ସକାଳ କୁ 6.57 କୋଟି ମିଳିଛି | ନିର୍ଭୟ କୁ ଗୋଟିଏ ବି adverisement ସରକାର ଦେଇ ନାହାନ୍ତି |

ସରକାର ସହିତ ଯୋଡି ହୋଇ ରହିଲେ ପ୍ରଚୁର ଟଙ୍କା ମିଳିବ ଏବଂ ସରକାରଙ୍କ ବିରୋଧୀ ହୋଇ ରହିଲେ adverisement କାଟିବ ଓ ସରକାରୀ ଅତ୍ୟଆଚାର ଆରମ୍ଭ ହେବ, ଏହା ସାଧାରଣ କଥା | ତେଣୁ ସାମ୍ବାଦକୁ advertisement  କାଟିବା ବା ରହିବା ସହିତ ଓଡିଶାର କିଛି ସ୍ୱାର୍ଥ ନାହିଁ |

(Excerpts from Leading RTI activist Pradip Pradhan’s social media post)

LEAVE A REPLY

Please enter your comment!
Please enter your name here