By Our Correspondent
BHUBANESWAR: ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ବିକାଶ ମେଳା ୨୦୨୫ର ଉଦ୍ଘାଟନ କରିଛନ୍ତି। ଏକ ବର୍ଷ ମଧ୍ୟରେ ସରକାରଙ୍କ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ସହିତ ଜନସାଧାରଣଙ୍କୁ ଦେଇଥିବା ପ୍ରତିଶ୍ରୁତି ଗୁଡିକୁ ବାସ୍ତବତାରେ ପରିଣତ କରିଛୁ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏଥି ସହ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ତଥା ହସ୍ତତନ୍ତ, ହସ୍ତଶିଳ୍ପ ଓ ସ୍ଥାନୀୟ ଉତ୍ପାଦ ସଂପର୍କିତ ପ୍ରଦର୍ଶନୀ ଏବଂ ଫୁଡ୍ କୋଟ୍ର ଶୁଭାରମ୍ଭ କରିବା ସହିତ ବୁଲି ଦେଖିଛନ୍ତି



























