ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟlଳୟରେ କାର୍ଯ୍ୟରତ ଥିବା ଅତିରିକ୍ତ ଏସ.ପି ଶ୍ରୀ ଶ୍ରୀହର୍ଷ ମିଶ୍ରଙ୍କ  ଅକାଳ ବିୟୋଗ , ମିଶ୍ରଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା

0
209
ଏହି ଅବସରରେ ଆଜି ଅପରାହ୍ନରେ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟlଳୟ ପରିସରରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଶ୍ରୀ ଆର. କେ. ଶର୍ମାଙ୍କ ଅଧ୍ଯକ୍ଷତାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟlଳୟର ସମସ୍ତ ଅଧିକାରୀ ଏବଂ କର୍ମଚାରୀ ଏହି ଶୋକ ସଭାରେ ଯୋଗଦେଇ ସ୍ଵର୍ଗତ ମିଶ୍ରଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରିଥିଲେ ।

By Our Correspondent

CUTTACK: ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟlଳୟରେ କାର୍ଯ୍ୟରତ ଥିବା ଅତିରିକ୍ତ ଏସ.ପି ଶ୍ରୀ ଶ୍ରୀହର୍ଷ ମିଶ୍ରଙ୍କ ଆଜି ସକାଳେ ଅକାଳ ବିୟୋଗ ଘଟିଛି । ଦୀର୍ଘଦିନ ଧରି ସେ ଦୂରାରୋଗ୍ୟରେ ପୀଡିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ଦେହାନ୍ତ ଘଟିଛି । ଏହି ଅବସରରେ ଆଜି ଅପରାହ୍ନରେ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟlଳୟ ପରିସରରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଶ୍ରୀ ଆର. କେ. ଶର୍ମାଙ୍କ ଅଧ୍ଯକ୍ଷତାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟlଳୟର ସମସ୍ତ ଅଧିକାରୀ ଏବଂ କର୍ମଚାରୀ ଏହି ଶୋକ ସଭାରେ ଯୋଗଦେଇ ସ୍ଵର୍ଗତ ମିଶ୍ରଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରିଥିଲେ ।

ସ୍ଵର୍ଗତ  ମିଶ୍ର ଜଣେ ଦକ୍ଷ ପୋଲିସ ଅଧିକାରୀ ଭାବେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ବୋଲି ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଶ୍ରୀ ଆର. କେ. ଶର୍ମା ମତବ୍ୟକ୍ତ କରିଥିଲେ । ନିଜ ଚାକିରି କାର୍ଯ୍ୟକାଳ ସମୟରେ ବିଭିନ୍ନ ଜିଲ୍ଲାରେ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହି ଦକ୍ଷତାର ସହ କାର୍ଯ୍ୟ ନିର୍ବାହ କରିଥିଲେ ବୋଲି ସେ କହିଥିଲେ । ଏହା ସହ ସ୍ଵର୍ଗତ ମିଶ୍ରଙ୍କ ପରିବାର ବର୍ଗଙ୍କ ପ୍ରତି ମଧ୍ୟ ସେ ସମବେଦନା ଜ୍ଞାପନ କରିଥିଲେ । ତାଙ୍କ ବିୟୋଗ ସମାଜ ତଥା ପୋଲିସ ବିଭାଗ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ନିଜ ପ୍ରତିକ୍ରିୟାରେ କହିଥିଲେ ।

ଏହି ଶୋକସଭାରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା ) ଶ୍ରୀ ସଞ୍ଜୟ କୁମାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନୀକିକରଣ) ଶ୍ରୀ ଦୟାଲ ଗଙ୍ଗୱାର, ଆଇ.ଜି.ପି. (ପ୍ରୋଭିଜନିଙ୍ଗ) ଶ୍ରୀ ଯତୀନ୍ଦ୍ର କୋୟଲ, ଆଇ.ଜି.ପି. (ପର୍ସୋନେଲ) ଶ୍ରୀ ପ୍ରବୀଣ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here