ରାଜ୍ୟରେ ଲଘୁଚାପଜନିତ ଲଗାଣ ବର୍ଷା ଫଳରେ ଜଳଭଣ୍ଡାରଗୁଡିକର ଜଳସ୍ତର, ବିଭିନ୍ନ ନଦୀରେ ଜଳପ୍ରବାହ ସ୍ଥିତି ଓ ସତର୍କତାମୂଳକ ପଦକ୍ଷେପ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଆଜି ସମୀକ୍ଷା କରିଛନ୍ତି

0
95

By Our Correspondent

BHUBANESWAR:  ରାଜ୍ୟରେ ଲଘୁଚାପଜନିତ ଲଗାଣ ବର୍ଷା ଫଳରେ  ଜଳଭଣ୍ଡାରଗୁଡିକର ଜଳସ୍ତର, ବିଭିନ୍ନ ନଦୀରେ ଜଳପ୍ରବାହ  ସ୍ଥିତି ଓ ସତର୍କତାମୂଳକ ପଦକ୍ଷେପ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଆଜି ସମୀକ୍ଷା କରିଛନ୍ତି।

ବୈଠକରେ ହୀରାକୁଦ ଓ ରେଙ୍ଗାଲି ଜଳଭଣ୍ଡାର ସମେତ ବିଭିନ୍ନ ବୃହତ୍ ଓ ମଧ୍ୟମ ଜଳ ଭଣ୍ଡାରଗୁଡ଼ିକର ଜଳଧାରଣ କ୍ଷମତା ଓ ବର୍ତ୍ତମାନର ଜଳସ୍ତର ସ୍ଥିତି ସଂପର୍କରେ ଅନୁଧ୍ୟାନ କରାଯାଇଥିଲା। ବନ୍ୟା, ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତି ତଦାରଖ କାର୍ଯ୍ୟ କରାଯାଉଥିବା ସହ ଜିଲ୍ଲା ଜରୁରୀକାଳୀନ ରେସପନ୍ସ  ଟିମ ପ୍ରସ୍ତୁତ ଥିବା ନେଇ ମୁଖ୍ଯ ଶାସନ ସଚିବଙ୍କୁ ବୈଠକରେ ଅବଗତ କରାଯାଇଥିଲା।

ଲଗାଣ ବର୍ଷା ଜନିତ ପ୍ରଭାବର ମୁକାବିଲା ସ୍ଥିତିରେ ସଂପୃକ୍ତ ଜିଲ୍ଲାମାନଙ୍କରେ ଅଧିକାରୀ ଓ କର୍ମଚାରୀମାନଙ୍କୁ ଛୁଟି ନ ନେବାକୁ ପରାମର୍ଶ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here