ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ,ଗତ ୨୪ ଘଣ୍ଟାରେ  ୨.୩ ମିମି ବର୍ଷା ରେକର୍ଡ

0
259

By Our Correspondent

BHUBANESWAR:  ମୌସୁମୀ ପ୍ରବାହ ଦୁର୍ବଳ. ରାଜ୍ୟରେ କୌଣସି ପାଣିପାଗ ପ୍ରକ୍ରିୟା ସକ୍ରିୟ ନଥିବା ତଥା ମୌସୁମୀ ନିମ୍ନଚାପ ରେଖା ତାର ସାଧାରଣ ଅବସ୍ଥାନ ଠାରୁ ଉତ୍ତର ରେ ଅବସ୍ଥାନ କରୁଥିବାରୁ, ରାଜ୍ୟରେ  ମୌସୁମୀ ପ୍ରବାହ ଦୁର୍ବଳ ରହିଛି ,

ଗତ ୨୪ ଘଣ୍ଟାରେ ରାଜ୍ୟରେ  ୨.୩ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୧୩.୨ ମିମି ତୁଳନାରେ ୮୩ ପ୍ରତିଶତ କମ ରହିଛି |ଆଗାମୀ ୪ ରୁ ୫ଦିନ ରାଜ୍ୟରେ ଦୁର୍ବଳ ମୌସୁମୀ ପ୍ରବାହ ଜାରିରହିବାର ସମ୍ଭାବନା ଥିବାରୁବଡ଼  ବର୍ଷାର ସମ୍ଭାବନା ନାହିଁ.

ମୌସୁମୀ ନିମ୍ନ ଚାପ-ରେଖା ଆଜି ତାର ସାଧାରଣ ଅବସ୍ଥାନ ଠାରୁ ଉତ୍ତର ରେ ରହିବ ସହ ଏହାର ପଶ୍ଚିମ ଭାଗ ହିମାଳୟର ପାଦ ଦେଶରେ ଅବସ୍ଥାନ କରୁଥିବାବେଳେ, ଏହାର  ପୂର୍ବ ଭାଗ ଉତ୍ତରପ୍ରଦେଶ ର ବାହରିଚ, ଗୋରଖପୁର, ସୁପାଉଲ, କୁଚବିହାର ରୁ ପୂର୍ବ ଦିଗରେ ମଣିପୁର ଯାଏଁ ଲମ୍ବିଛି.

LEAVE A REPLY

Please enter your comment!
Please enter your name here