ରାଜ୍ୟପାଳଙ୍କୁ ଭେଟି ନିଜ ପୁସ୍ତକ ପ୍ରଦାନ କଲେ ବନସ୍ମିତା ପତି

0
425

By Our Correspondent

BHUBANESWAR: ନିରନ୍ତର ଇଁରାଜୀ ଭାଷାରେ ଲେଖୁଥିବା ଆନ୍ତର୍ଜାତିକ ସ୍ତରର ଔପନ୍ୟାସିକା ବନସ୍ମିତା ପତି ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟି ତାଙ୍କର ସଦ୍ୟ ପ୍ରକାଶିତ ଇଁରାଜୀ ଉପନ୍ୟାସ ‘ଜର୍ଣ୍ଣି ଟୁ ଦ ଆଇଲ୍ୟାଣ୍ଡ ଅଫ ଡଲ୍ସ’  ‘ ଏବଂ ‘ଦ ଆଇଭରୀ ମ୍ୟାନ’ ପ୍ରଦାନ କରିଛନ୍ତି । ରାଜଭବନରେ ରାଜ୍ୟପାଳ ପ୍ର ଲାଲ ବନସ୍ମିତାଙ୍କ ଠାରୁ ପୁସ୍ତକ ଗ୍ରହଣ କରି ଅପାର ଖୁସି ଜାହିର କରିବା ସହିତ ଲେଖିକାଙ୍କର ସାହିତ୍ୟ କ୍ଷେତ୍ରରେ ଆଗକୁ ଆଗକୁ ଆହୁରି ଅଧିକ ଉନ୍ନତି ହେଉ ବୋଲି କାମନା କରିଛନ୍ତି । ଏହି ଉପଲକ୍ଷେ ପ୍ରଫେସର ଗୌରବ ଉଦଗାତା, ରଞ୍ଜୁଲତା ପତି, ଏବଂ ହେମରାଜ ଅଗ୍ରୱାଲ ଆଦି ଉପସ୍ଥିତ ଥିଲେ ।

ବନସ୍ମିତା ପତି ଇଁରାଜୀ ଭାଷାରେ ଲେଖାଲେଖି କରୁଥିବା ଜଣେ ଉଦୀୟମାନ ଔପନ୍ୟାସୀକା ହେବା ସହିତ ଜଣେ ଯୁବ ଉଦ୍ୟୋଗପତି ମଧ୍ୟ ଅଟନ୍ତି । ତାଙ୍କର ଦୁଇଟି ଯାକ ଇଁରାଜୀ ଉପନ୍ୟାସ ଭାରତ ତଥା ଭାରତ ବାହାରେ ବେଶ ପାଠକୀୟ ଆଦୃତି ଲାଭ କରିଛି । ବନସ୍ମିତାଙ୍କ କହିବାନୁଯାୟୀ ଜର୍ଣ୍ଣି ଟୁ ଦ ଆଇଲାଣ୍ଡ ଅଫ ଡଲ୍ସ (Journey to the Island of Dolls) ହେଉଛି ଆନ୍ତର୍ଜାତିକ ପର୍ଯ୍ୟଟନ ଆଧାରିତ ଏକ ଉପନ୍ୟାସ । ଏହା ଏକ ଟ୍ରାଭେଲ ଥ୍ରୀଲର । ବିଶେଷକରି ଏଥିରେ ମେକ୍ସିକୋ ଏବଂ ମାୟାନ ସଂସ୍କୃତିକୁ ଲେଖିକା ଅତି ସୁନ୍ଦର ଭାବେ ଫୁଟାଇଛନ୍ତି ।

ସେହିଭଳି ଆଇଭରୀ ମ୍ୟାନ (The Ivory Man)ପୁସ୍ତକଟି ଜଣେ ସାଧାରଣ ମଣିଷର ଜୀବନ ଆଧାରିତ ଉପନ୍ୟାସ । ଏଥିରେ ଜଣେ ଯୁବକଙ୍କ ଜୀବନର ଉତ୍ଥାନ ପତ୍ତନ ସହିତ ସେ ତାଙ୍କ ପାଇଁ ଖୋଜୁଥିବା ଜଣେ ଆତ୍ମା ସହିତ ଆତ୍ମା ମିଳାଇ ପାରୁଥିôବା ବନ୍ଧୁ ଖୋଜିବାର କଥାବସ୍ତୁକୁ ଲେଖିକା ଅତି ସୁନ୍ଦର ଭାବରେ ଫୁଟାଇଛନ୍ତି । ବହିଟିକୁ ଜଣେ ଥରେ ପଢିବା ଆରମ୍ଭ କଲେ ଶେଷ ନ କରି ଛାଡି ପାରିବ ନାହିଁ ବୋଲି ବନସ୍ମିତା କହନ୍ତି ।

LEAVE A REPLY

Please enter your comment!
Please enter your name here