ରସୁଲଗଡ ଏସ୍ପ୍ଲାନେଡ ମଲ ସମ୍ମୁଖରୁ ଯୁବକଙ୍କୁ ଅପହରଣ ଘଟଣା , ଯୁବକ ଠାବ, ସାମ୍ନାକୁ ଆସିଲା ଅପହରଣର କାରଣ

0
388
: ରସୁଲଗଡ ଏସ୍ପ୍ଲାନେଡ ମଲ ସମ୍ମୁଖରୁ ଯୁବକଙ୍କୁ ଅପହରଣ ଘଟଣା । ଯୁବକ ଠାବ । ସାମ୍ନାକୁ ଆସିଲା ଅପହରଣର କାରଣ । ଅପହଣକାରୀ କେଶବ ଦାସ ନାମକ ବ୍ୟକ୍ତିଙ୍କୁ ସରକାରୀ ଚାକିରି କରାଇବାକୁ କହି ୨୦ ଲକ୍ଷ ଟଙ୍କା ନେଇଥିଲେ ପ୍ରିୟବ୍ରତ ସାହୁ

By Our Correspondent  

BHUBANESWAR:   ରସୁଲଗଡ ଏସ୍ପ୍ଲାନେଡ ମଲ ସମ୍ମୁଖରୁ ଯୁବକଙ୍କୁ ଅପହରଣ ଘଟଣା । ଯୁବକ ଠାବ । ସାମ୍ନାକୁ ଆସିଲା ଅପହରଣର କାରଣ । ଅପହଣକାରୀ କେଶବ ଦାସ ନାମକ ବ୍ୟକ୍ତିଙ୍କୁ ସରକାରୀ ଚାକିରି କରାଇବାକୁ କହି ୨୦ ଲକ୍ଷ ଟଙ୍କା ନେଇଥିଲେ ପ୍ରିୟବ୍ରତ ସାହୁ ।

ତେଣୁ ୬ ମାସ ପୂର୍ବରୁ ଟଙ୍କା ନେଇ ଛୁ ମାରିଥିଲେ ପ୍ରିୟବ୍ରତ ସାହୁ । ତେବେ କେଶବ ଦାସ ଏନେଇ ଟି ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ  । ଏହାପରେ ସେ କେଉଁଆଡେ ଲୁଚିଯାଇଥିଏଲ୍ । ଆଜି ଜଣାପଡିବା ପରେ ଧଳା  କାରରେ ଆସି ଯୁବକ ପ୍ରିୟବ୍ରତ ସାହୁଙ୍କୁ ଅପହରଣ କରିନେଇଛନ୍ତି ।  ଆଜି ସନ୍ଧ୍ୟାରେ ସାଙ୍ଗ ଙ୍କ  ସହ ରଶୁଲଗଡ ରୁ  ଏସ୍ପଲାନେଡ  ଆସୁଥିଲେ ଯୁବକ ।

ତାଙ୍କ ଘର୍  ,ଆନନ୍ଦପୁର,ବେଲବହାଳି ବୋଲି ଜଣାପଡିଛି । କାର ରେ ଆସି ଉଠେଇ ନେଇଥିବା କହିଛନ୍ତି ସାଙ୍ଗ । ଏନେଇ ସହିଦ ନଗର ଥାନାରେ ଅଭିଯୋଗ କରିଛନ୍ତି. ପ୍ରିୟବ୍ରତ ସାହୁକୁ ସତ୍ୟନଗର ଅଞ୍ଚାଲରେ ଲୁଚାଇ ରଖିଥିଲେ ଅପହରଣକାରି ।

ପୂର୍ବରୁ ଘଷିପୁରା ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ସମ୍ପୂର୍କ୍ତ ଯୁବକ ପ୍ରିୟବ୍ରତ ସାହୁଙ୍କ ବାପାଙ୍କୁ ଡକାଇ ଟଙ୍କା ଫେରସ୍ତ କରିବାକୁ କହିଥିଲେ । ଏହାପରେ ଦୁଇ ମାସର ସମୟ ନେଇଥିଲେ କିନ୍ତୁ ଦୁଇ ମାସ ଗାଡ଼ି ଯାଇ ୬ ମାସ ହୋଇଯାଇଥିଲା । ଯାହାଦ୍ବାରା ଲୁଚି ଯାଇଥିଲେ ପ୍ରିୟବ୍ରତ ସାହୁ.

LEAVE A REPLY

Please enter your comment!
Please enter your name here