ରନ୍ଧନ ଗ୍ୟାସ ମୂଲ୍ୟ ହ୍ରାସ ଓ ନୂଆ ଉଜ୍ଜ୍ୱଳା ହିତାଧିକାରୀଙ୍କୁ ଯୋଡିବା ନିଷ୍ପତିକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି

0
306
Central Government under the leadership of Prime Minister Shri Narendra Modi is standing shoulder to shoulder with Sikkim

By Our Correspondent

NEW DELHI/BHUBANESWAR:   ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ରନ୍ଧନ ଗ୍ୟାସର ମୂଲ୍ୟ ହ୍ରାସ ଓ ଅତିରିକ୍ତ ଉଜ୍ଜ୍ୱଳା ହିତାଧିକାରୀ ଯୋଡିବା ନିଷ୍ପତି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ନିଷ୍ପତି ମାତୃଶକ୍ତି ତଥା ଦେଶର ମା’ଭଉଣୀଙ୍କୁ ଭାଇ ଭାବେପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାକ୍ଷୀ ଉପହାର ବୋଲି ସେ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଦେଶରେ ଥିବା ୩୩ କୋଟି ଏଲପିଜି ହିତାଧିକାରୀଙ୍କୁ ଗ୍ୟାସ ସିଲିଣ୍ଡର ପିଛା ନିର୍ଦ୍ଧାରିତ ମୂଲ୍ୟ ଠାରୁ ୨୦୦ ଟଙ୍କା କମ୍ କରିବା ସଂକ୍ରାନ୍ତୀୟ ନିଷ୍ପତିକୁ ପ୍ରଧାନମନ୍ତ୍ରୀ କ୍ୟାବିନେଟରେ ମଞ୍ଜୁରୀ ଦେଇଛନ୍ତି । ସେହିପରି  ‘ଆଜାଦୀ କା ଅମୃତ’ ମହୋତ୍ସବ ଅନ୍ତର୍ଗତ ସରକାରଙ୍କ ମହତ୍ୱକାଂକ୍ଷୀ ‘ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା’ରେ ଅତିରିକ୍ତ ୭୫ ଲକ୍ଷ ମାଆ ଭଉଣୀଙ୍କୁ ମାଗଣାରେ ଏଲପିଜି ଗ୍ୟାସ ପ୍ରଦାନ କରିବାର ଆଉ ଏକ ଯୁଗାନ୍ତକାରୀ ନିଷ୍ପତି ନିଆଯାଇଛି ।

ପୂର୍ବ ସରକାରରେ ୨୦୧୪ ସୁଦ୍ଧା ଦେଶରେ ବାସ୍ତବିକ ୧୪ କୋଟି ଏଲପିଜି ହିତାଧିକାରୀ ଥିବା ବେଳେ ବିଗତ ୯ ବର୍ଷରେ ମୋଦି ସରକାରରେ ଏହି ସଂଖ୍ୟା ବୃଦ୍ଧି ପାଇଁ ୩୩ କୋଟିରେ ପହଞ୍ଚିଛି । ଦେଶରେ ୯ କୋଟି ୬୦ ଲକ୍ଷ ଉଜ୍ଜ୍ୱଳା ଯୋଜନାର ଲାଭାର୍ଥୀ ଥିବାବେଳେ ଆଜିର କ୍ୟାବିନେଟ୍ ନିଷ୍ପତି ଦ୍ୱାରା ଉଜ୍ଜ୍ୱଳା ହିତାଧିକାରୀଙ୍କ ସଂଖ୍ୟା ୧୦ କୋଟି ୩୫ ଲକ୍ଷରେ ପହଞ୍ଚିବ । ସାଢେ ୪ ହଜାର କୋଟି ଟଙ୍କା ଭାରତ ସରକାର ଦାୟିତ୍ୱ ନେବେ । ଦେଶର ମାତୃଶକ୍ତିଙ୍କ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ପ୍ରତିବଦ୍ଧ । କରୋନା ସମୟରେ ମହିଳାଙ୍କୁ ଜନଧନରେ ୧୫୦୦ ଟଙ୍କା ହେଉ, ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମୁଣ୍ଡପିଛା ମାସିକ ୫ କେଜି ଚାଉଳ, ସ୍ୱଚ୍ଛ ଭାରତ ଯୋଜନାରେ ୧୧ କୋଟିରୁ ଅଧିକ ଶୌଚାଳୟ ନିର୍ମାଣ ହେଉ କିମ୍ବା ୨ କୋଟି ଲକ୍ଷପତି ଦିଦି ସୃଷ୍ଟି କରିବାର ନିଷ୍ପତି ହେଉ, ମହିଳାଙ୍କ ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧ । ମହିଳା ସଶକ୍ତ ହେଲେ ଦେଶର ଅର୍ଥନୀତି ସଶକ୍ତ ହେବ ଏବଂ ଭାରତର ସମାଜ ସଶକ୍ତ ହେବ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଏକବିଂଶ ଶତାବ୍ଦୀରେ ଭାରତକୁ ଏକ ବୈଜ୍ଞାନିକ ଶକ୍ତି ଭାବରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ନେତୃତ୍ୱ ଏବଂ ବୈଜ୍ଞାନିକଙ୍କ ପରିଶ୍ରମ କାରଣରୁ ଭାରତର ଚନ୍ଦ୍ରାୟାନ-୩ ମିଶନ ସଫଳ ହୋଇଛି । ଆଗାମୀ ଦିନରେ ଦେଶର ନୂଆପିଢି ତଥା ସ୍କୁଲ, କଲେଜର ଛାତ୍ରଛାତ୍ରୀ ଓ ଯୁବକଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ ବୃଦ୍ଧି କରିବା ପାଇଁ ଏନସିଇଆରଟି ପକ୍ଷରୁ ବିଶେଷ ପଦକ୍ଷେପ ନିଆଯିବ ।

LEAVE A REPLY

Please enter your comment!
Please enter your name here