ରଥ ନିର୍ମାଣ କାର୍ଯ୍ୟ  ୫୪ ତମ ଦିବସ, ତିନି ରଥରେ ଲାଗିଥିବା କଳଶ ଓ ଓଲଟ ଶୁଆ କୁ ସୁଦୃଢ଼ ରଖିବା ପାଇଁ  କଳଶ ବାଗିଆ କଣ୍ଟା ଏବଂ ସାଢ଼େ ଚାରି ଫୁଟର ତିନୋଟି ଲେଖାଁଏ ‘ନାରାଜ’ କଣ୍ଟା ବାଡେଇ ଓଲଟ ଶୁଆ ଫିଟିଙ୍ଗ କରାଯାଇଛି

0
372
ଚିତ୍ର କାର୍ଯ୍ୟ ଶେଷ ହୋଇଥିବା 'କନ୍ୟାପଟା' ଗୁଡିକୁ ମହାରଣା ସେବକ ମାନେ ଆଜି ତିନିରଥ ରେ ଫିଟିଙ୍ଗ କରିଛନ୍ତି। ତାଳଧ୍ୱଜ ରଥ ଏବଂ ନନ୍ଦିଘୋଷ ରଥରେ ୧୨ ଲେଖାଁଏ ଏବଂ ଦର୍ପଦଳନ ରଥରେ ୮ ଟି କନ୍ୟା ପଟା ଫିଟିଙ୍ଗ ହୋଇଅଛି. ଆସନ୍ତାକାଲି ପାର୍ଶ୍ୱ ଦେବ ଦେବୀ ତିନିରଥ ରେ ଫିଟିଙ୍ଗ କରାଯିବା

By Our Correspondent

PURI/BHUBANESWAR:  ତିନିରଥର ନିର୍ମାଣକାରୀ ସେବକ ମାନେ ନିର୍ମାଣ କାର୍ଯ୍ୟରେ ସକାଳ ଘ.୮.୦୦ ଟିକା ରେ ଯୋଗଦେଇ ମୁଖ୍ୟ ମହାରଣାଙ୍କ ପରାମର୍ଶ କ୍ରମେ ନିର୍ମାଣ କାର୍ଯ୍ୟକୁ ଆଗେଇ ନେଇଥିଲେ।

  ରଥ ନିର୍ମାଣ ଅଗ୍ରଗତି

 ଗତକାଲି ତିନିରଥର ଦୁଆର ବେଢ଼ା କୁ ବାନ୍ଧି ରଖିବାପାଇଁ ଗୋଟିଏ ଲେଖାଁଏ ‘ଧିଜବତା’ ଦୁଆର ବେଢ଼ା ଚନ୍ଦ୍ରଶାଳି କାପରେ ସେଟିଙ୍ଗ କରାଯାଇ ମଝି ଭୂଇଁ ଛ’ କାଠି ରେ ଫିଟିଙ୍ଗ କରାଯାଇଥିଲା, ଏଥିସହ ତିନିରଥ ରେ କଣି ଫାଉଡା, ଧୂଳିଦଣ୍ଡା, ହାତୀ ଆଳ ମାଳ ଲାଗି ଥିଲା

 ଆଜି ଭୋଇ ସର୍ଦାର ତଥା  ତିନିତଥର ମୁଖ୍ୟ ଭୋଇ ସେବକ ମାନଙ୍କ ସହଯୋଗରେ ଭୋଇ ସେବକ ଏବଂ ତିନି ମୁଖ୍ୟ ମହାରଣାଙ୍କ ନିର୍ଦେଶରେ ଭୋଇ ସେବକ ମାନେ  କଳଶ , ଓଲଟ ଶୁଆ  ଏବଂ ଅଁଳା କୁ ରଥ ଉପର ପୋଟଳ ଖପୁରୀ ମଧ୍ୟ ଭାଗରେ ରଖି ତିନିରଥ ରେ ସଂସ୍ଥାପନ କରିଛନ୍ତି। ତିନି ରଥରେ ଲାଗିଥିବା କଳଶ ଓ ଓଲଟ ଶୁଆ କୁ ସୁଦୃଢ଼ ରଖିବା ପାଇଁ  କଳଶ ବାଗିଆ କଣ୍ଟା ଏବଂ ସାଢ଼େ ଚାରି ଫୁଟର ତିନୋଟି ଲେଖାଁଏ ‘ନାରାଜ’ କଣ୍ଟା ବାଡେଇ ଓଲଟ ଶୁଆ ଫିଟିଙ୍ଗ କରାଯାଇଛି। ଅଁଳା ଉପରେ ପିତଳ କଳଶ  ସଂସ୍ଥାପନ ବାକି ରହିଛି।

ଏଥିସହ ଆଜି ଦୁଆରବେଢ଼ା କୁ ବାନ୍ଧି ରଖିବାପାଇଁ ପ୍ରତି ନାଟଗୋଡ଼ ରେ ଦୁଇ ପାର୍ଶ୍ଵରେ ଦୁଇଟି ଲେଖାଁଏ ‘ଦୁଆର ବାଣିଆ’ ଚଉଦ ବାହାକା ସହ ଫିଟିଙ୍ଗ କରାଯାଇଛି।

ଚିତ୍ର କାର୍ଯ୍ୟ ଶେଷ ହୋଇଥିବା ‘କନ୍ୟାପଟା’ ଗୁଡିକୁ ମହାରଣା ସେବକ ମାନେ ଆଜି ତିନିରଥ ରେ ଫିଟିଙ୍ଗ କରିଛନ୍ତି। ତାଳଧ୍ୱଜ ରଥ ଏବଂ ନନ୍ଦିଘୋଷ ରଥରେ ୧୨ ଲେଖାଁଏ ଏବଂ ଦର୍ପଦଳନ ରଥରେ ୮ ଟି କନ୍ୟା ପଟା ଫିଟିଙ୍ଗ ହୋଇଅଛି. ଆସନ୍ତାକାଲି  ପାର୍ଶ୍ୱ ଦେବ ଦେବୀ ତିନିରଥ ରେ ଫିଟିଙ୍ଗ କରାଯିବା

ଆଜି ରୂପକାର ସେବକ ମାନେ ତିନିରଥର ଗୋଟିଏ ଲେଖାଁଏ ଘୋଡା ଜୁଆଳି, ଦୁଇଟି ଲେଖାଁଏ ଆଶା ବାଡ଼ି ଏବଂ ତାଳଧ୍ୱଜ ରଥ, ନନ୍ଦିଘୋଷ ରଥ ସାରଥିଙ୍କ ‘କିରଣ’ ନିର୍ମାଣ ଶେଷ କରି କିରଣରେ ପଦ୍ମ ପାଖୁଡା ଖିଦେଇ କାର୍ଯ୍ୟ ମଧ୍ୟ ଶେଷ କରିଛନ୍ତି

ଦୋଳବେଦୀ କମାର ଶାଳ ରେ ଓଝା ସେବକ ମାନେ ତିନିରଥର କଳଶ ଫିଟିଙ୍ଗ ପାଇଁ କଳଶ ବାଗିଆ କଣ୍ଟା ଏବଂ ଓଲଟ ଶୁଆ ଫିଟିଙ୍ଗ ପାଇଁ ନାରାଜ କଣ୍ଟା ଯୋଗାଇ, ରଥରେ ଘୋଡା ଫିଟିଙ୍ଗ ପାଇଁ ଘୋଡା ବାଗିଆ କଣ୍ଟା ଏବଂ ପ୍ରଭା କଣ୍ଟା ନିର୍ମାଣ କରୁଛନ୍ତି।

 ଚିତ୍ରକାର ସେବକ ମାନେ ବାକି ରହିଥିବା ରଥ ବାହ୍ୟ ଅଂଶରେ ରଙ୍ଗ କରିବା ସହ, ପ୍ରଭା ଏବଂ ତିନିରଥ ଘୋଡାରେ ରଙ୍ଗ କାର୍ଯ୍ୟ ଜାରୀରଖିଛନ୍ତ।

 ଦରଜି ସେବକ ମାନେ ତିନି ରଥର କନାରେ ଜାରି ଜମ୍ବୁରା, ଲେସ କାର୍ଯ୍ୟ ସଂପୂର୍ଣ୍ଣ କରି ରଥରେ କନା ପଡିବା ପାଇଁ କନା ଯୋଡ଼ା କାମ କରୁଛନ୍ତି।

ରଥ ନିର୍ମାଣକାରୀଙ୍କ ଉପସ୍ଥାନ

ତିନିରଥ ମହାରଣା ସେବକ-୭୮

 ତିନିରଥର ଭୋଇ ସେବକ -୭୭

 ତିନିରଥ ରୂପକାର ସେବକ-୧୯

 ତିନିରଥର କମାର ସେବକ-୧୭

 ତିନିରଥର କରତି ସେବକ –  ୪

 ପାହି ମହାରଣା               –  ୨

 ତୁମ୍ବ ବିନ୍ଧ କାରିଗର          –  ୧

 ସହାୟକ(ପାଣିବାଲା)      –   ୧

                           ମୋଟ-୧୯୯

      ଏଥିସହ ୩୪ ଜଣ ଚିତ୍ରକାର ସେବକ ଏବଂ ୧୭ ଜଣ ଦରଜି ସେବକ ନିର୍ମାଣ କାର୍ଯ୍ୟରେ ସାମିଲ ଅଛନ୍ତି।

LEAVE A REPLY

Please enter your comment!
Please enter your name here