ରଥ ନିର୍ମାଣ କାର୍ଯ୍ୟ ୪୫ ତମ ଦିବସ, ତିନିରଥର ଦଧି ନଉତି କଳଶ ପେଣ୍ଡିରେ ପାଖୁଡା ସଂଯୋଗ ଶେଷ ହୋଇଛି

0
474
ଆଜି ତିନିରଥ ରେ 'ବଡ଼ ଥଳ' ପୋଟଳ ଶେଷ ଭୂଇଁ ଉପରେ ଫିଟିଙ୍ଗ କରାଯିବା ସହ ପୋଟଳ କୁ ମୁଣ୍ଡାଇ ଧରି ରଖିବା ପାଇଁ ପୋଟଳ ଚାରି ପାର୍ଶ୍ୱରେ ଦୁଇଟି ଲେଖାଁଏ ଆଠଟି ପୋଟଳ ନାହାକା ସଂଯୋଗ ହୋଇଅଛି।

By Our Correspondent

PURI/BHUBANESWAR:   ଆଜି ତିନିରଥର ନିର୍ମାଣକାରୀ ସେବକ ମାନେ ରଥ ଖଳାଠାରେ ସକାଳ ଘ.୮.୦୦ ଟିକା ରେ ଉପସ୍ଥିତ ପୂର୍ବକ ମୁଖ୍ୟ ମହାରଣାଙ୍କ ପରାମର୍ଶ ପ୍ରକାରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।

  ରଥ ନିର୍ମାଣ ଅଗ୍ରଗତି

 ଗତକାଲି ରଥ ଚାଳି ରେ ତିନିରଥ ର ମହାରଣା ସେବକ ମାନେ ୬ ପରସ୍ତ ପୋଟଳ ନିର୍ମାଣ ସହ ରଥରେ ପୋଟଳ ସଂଯୋଗ ପାଇଁ ଶେଷ ଭୂଇଁ ଉପରେ ୪ ଟି ଲେଖାଁଏ ପୋଟଳ ଖମ୍ବୀ, ଦୁଇଟି ଲେଖାଁଏ ପୋଟଳ ପାରେଣି ସେଟିଙ୍ଗ କରାଯାଇଥିଲା

 ଆଜି ତିନିରଥ ରେ ‘ବଡ଼ ଥଳ’ ପୋଟଳ ଶେଷ ଭୂଇଁ ଉପରେ ଫିଟିଙ୍ଗ କରାଯିବା ସହ ପୋଟଳ କୁ ମୁଣ୍ଡାଇ ଧରି ରଖିବା ପାଇଁ ପୋଟଳ ଚାରି ପାର୍ଶ୍ୱରେ ଦୁଇଟି ଲେଖାଁଏ ଆଠଟି ପୋଟଳ ନାହାକା ସଂଯୋଗ ହୋଇଅଛି।

 ତିନିରଥରେ ଖପୁରୀ, ପାରାଭାଡିକୁ ମିଶାଇ ମୋଟ ୧୩ ପରସ୍ତ ପୋଟଳ ପଡିଥାଏ, ସେଥିମଧ୍ୟରୁ ଆଜି ତିନି ରଥରେ ‘ବଡ଼ ଥଳ’ ପୋଟଳ ପଡ଼ିଅଛି, ବାକି ୧୨ ପରସ୍ତ ପୋଟଳ ଗୁଡିକରେ ଯୋକା କଣ୍ଟା ବାଡ଼ିଆ ଯାଇ ପୋଟଳ ପ୍ରସ୍ତୁତି ଶେଷ ହୋଇଛି.

ଆଜି ତିନିରଥ ରେ ‘ ମୂଳ କଇଁଚି’  ବାଡ଼ିଆ ଶେଷ ହୋଇଛି। ଚାରିନାହାକା ର ଉଭୟ ପାର୍ଶ୍ୱରେ ଦୁଇଟି ଲେଖାଁଏ ୬/୪ ସାଇଜ ୧୬ ଫୁଟର ୪  ଗୋଟି କଇଁଚି କାଠ କୁ କ୍ରସ କରି ଉଭୟ ପାର୍ଶ୍ୱରେ ବାଡ଼ିଆ ଯାଇଛି ,ଏହା ଚାରିନାହାକ କୁ  ମଜବୁତ ରଖିଥାଏ।

ତିନିରଥର ଦଧି ନଉତି କଳଶ ପେଣ୍ଡିରେ ପାଖୁଡା ସଂଯୋଗ ଶେଷ ହୋଇଛି, ଏଥିରେ ଆଲମିନିୟମ ଚଦର ଫିଟିଙ୍ଗ କରାଯିବା ପରେ ଚିତ୍ର କର ସେବକ ସେଥିରେ ପଦ୍ମ ପାଖୁଡା ଚିତ୍ର କାର୍ଯ୍ୟ କରିବେ।

 ଆଜି ତିନିରଥ ର ସମୁଖ ଦୁଇ ବ୍ରେକ ଚକକୁ ସୁରକ୍ଷା ଦେବା ପାଇଁ ଚକର ଉଭୟ ପାର୍ଶ୍ୱରେ ୪ ଟି ଲେଖାଁଏ ଲୁହା ପ୍ଲେଟ ନଟ ବୋଲଟ ଦ୍ୱାରା ଫିଟିଙ୍ଗ କରାଯାଇଛି।  ରଥ ଗଡିବା ବେଳେ ବ୍ରେକ ପଡିଲେ ଚକ ର କୌଣସି କ୍ଷତି ନହେବାପାଇଁ ଏହି ପ୍ଲେଟ ଫିଟିଙ୍ଗ ହୋଇଛି।

 ରୂପକାର ସେବକମାନେ ତିନିରଥର ନାଟ  ଗୋଡ଼ରେ କନ୍ଦର୍ପ ରୂପ ଖୋଦେଇ ଜାରି ରଖିବା ସହ ଆଜି ତାଳଧ୍ୱଜ ରଥର ପଟା ଗୁଜ ରେ ନର ବିରଳ ରୂପ ଖିଦେଇ ଆରମ୍ଭ କରିଛନ୍ତି। ତିନିରଥର ପଟା ଗୁଜ ଗୁଡିକରେ ନର ବିରଳ, ଗଜ ବିରଳ, ସିଂହ ବିରାଳ ରୂପ ଖିଦେଇ ହେବ।

ଚିତ୍ରକାର ସେବକ ମାନେ ତିନିରଥର ପାର୍ଶ୍ୱ ଦେବ ଦେବୀ , ସଖୀ, ହଂସ ପଟା ଇତ୍ୟାଦିରେ ରଙ୍ଗ କାର୍ଯ୍ୟ ସହ ତିନିରଥ ର  ବାହ୍ୟ ଅଂଶ ଗୁଡିକରେ ରଙ୍ଗ କାର୍ଯ୍ୟ ପାଇଁ ଧଳା ପ୍ରାଇମର ଦେଉଛନ୍ତି। ଆଜି ୩୪ ଜଣ ଚିତ୍ରକାର ସେବାକାରୀ  ରଙ୍ଗ କାର୍ଯ୍ୟ କରୁଛନ୍ତି।

 ଦୋଳବେଦୀ କମାର ଶାକରେ ଓଝା ସେବକ ମାନେ ତିନିରଥର ୪ଟି ଲେଖାଁଏ ପୋଟଳ ଜଙ୍ଘ। କଣ୍ଟା, ୧୩ ପରସ୍ତ ପୋଟଳ କୁ ବାନ୍ଧି ରଖିବା ପାଇଁ  ସାଢ଼େ ଚାରି ଫୁଟର  ଜଙ୍ଘ। କଣ୍ଟା ନିର୍ମାଣ ଜାରି ରଖିଛନ୍ତି।

ଏଥିସହ ପୋଟକ ନିର୍ମାଣ ପାଇଁ ବାଗିଆ, ଗୋଡି ଛାଲ ଏବଂ। ପୋଟଳ ନଦା କଣ୍ଟା ନିର୍ମାଣ ଜାରି ରଖିଛନ୍ତି।

ରଥ ନିର୍ମାଣକାରୀଙ୍କ ଉପସ୍ଥାନ

 ତିନିରଥର ମହାରଣା ସେବକ-୭୭

 ତିନିରଥର ଭୋଇ ସେବକ    -୭୭

 ତିନିରଥର କମାର ସେବକ   -୧୭

ତିନିରଥର ରୂପକାର ସେବକ -୧୯

 ତିନିରଥର କରତି ସେବକ     –  ୪

 ପାହି ମହାରଣା                   –  ୨

 ତୁମ୍ବ ବିନ୍ଧ କାରିଗର              – ୧

 ରଥଖଳା ସହାୟକ(ପାଣିବାଲା)୧

                         ମୋଟ-୧୯୮

LEAVE A REPLY

Please enter your comment!
Please enter your name here