ରଥ ନିର୍ମାଣ କାର୍ଯ୍ୟ  ୪୪ ତମ ଦିବସ, ‘ବଡ ଧରା’ ବା ‘ବଡ ଛତା’ ପୋଟଳ କୁ ମିଶାଇ ଛଅ,ଛଅ ଟି ଲେଖାଁଏ ପୋଟଳ ନିର୍ମାଣ ଶେଷ ହୋଇଛି

0
767
ଆଜି ତିନିରଥ ଚାଳିରେ ପୋଟଳ ନିର୍ମାଣ କାର୍ଯ୍ୟ ମହାରଣା ସେବକ ମାନଙ୍କ ଦ୍ୱାରା ଆରମ୍ଭ ହୋଇ ନିର୍ମାଣ କାର୍ଯ୍ୟ ଶେଷ ବେଳକୁ 'ବଡ ଧରା' ବା 'ବଡ ଛତା' ପୋଟଳ କୁ ମିଶାଇ ଛଅ,ଛଅ ଟି ଲେଖାଁଏ ପୋଟଳ ନିର୍ମାଣ ଶେଷ ହୋଇଛି।

By Our Correspondent

PURI/BHUBANESWAR:  ଆଜି ତିନିରଥର ନିର୍ମାଣକାରୀ ସେବକ ମାନେ ରଥଖଳା ଠାରେ ସକାଳ ଘ.୮.୦୦ ଟିକା ରେ ଉପସ୍ଥିତ ପୂର୍ବକ ମୁଖ୍ୟ ମହାରଣାଙ୍କ ପରାମର୍ଶ ପ୍ରକାରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।

 ରଥ ନିର୍ମାଣ ଅଗ୍ରଗତି

ଗତକାଲି ତିନିରଥ କୁ ତୃତୀୟ ଭୂଇଁ ଉଠି ମଝି ଭୂଇଁ ଉପରେ ସଂଯୋଗ ହେବାସହ ଦର୍ପଦଳନ ରଥର ଆଗ ଆଣି ଏବଂ ପଛଆଣି ଏବଂ ତାଳଧ୍ୱଜ ଓ ନନ୍ଦିଘୋଷ ରଥର ଆଗଆଣି ଢମକ ପଡି କଣ୍ଟା ବାଡ଼ିଆ ଶେଷ ହୋଇଥିଲା ଆଜି ତିନିରଥ ଚାଳିରେ ପୋଟଳ ନିର୍ମାଣ କାର୍ଯ୍ୟ ମହାରଣା ସେବକ ମାନଙ୍କ ଦ୍ୱାରା ଆରମ୍ଭ ହୋଇ ନିର୍ମାଣ କାର୍ଯ୍ୟ ଶେଷ ବେଳକୁ ‘ବଡ ଧରା’ ବା ‘ବଡ ଛତା’ ପୋଟଳ କୁ ମିଶାଇ ଛଅ,ଛଅ ଟି ଲେଖାଁଏ ପୋଟଳ ନିର୍ମାଣ ଶେଷ ହୋଇଛି।

ପ୍ରଥମ ‘ବଡ ଧରା’ ପୋଟଳ ରଥରେ ସେଟିଙ୍ଗ ପାଇଁ ତିନିରଥର ତୃତୀୟ ଭୂଇଁ ଉପରେ ୪ ଟି ଲେଖାଁଏ ପୋଟଳ ଖମ୍ବୀ ଏବଂ ଦୁଇଟି ଲେଖାଁଏ ଶେଣୀ ସେଟିଙ୍ଗ ହୋଇଅଛି. ଏହି ପୋଟଳ ୧୩ ପରସ୍ତ ବିଶିଷ୍ଟ, ଏହା ରଥର ଶେଷ ଭୂଇଁ ଉପରୁ ନିର୍ମାଣ ହୋଇଥାଏ, ଏହାର ଗଠନ ଶୈଳୀ ଶ୍ରୀମନ୍ଦିର ଶିର୍ଷ ଭାଗ ଅଂଶ ପରି ଦୃଶ୍ୟମାନ ହୁଏ.

 ତିନିରଥର ପ୍ରଥମ ଭୂଇଁ ରେ କନକ ମୁଣ୍ଡି ବସିବା ପାଇଁ ଖୋଦେଇ ତଥା ବିନ୍ଧ କାର୍ଯ୍ୟ ଶେଷ ହୋଇଅଛି। ତିନିରଥର ମୂଳ କଇଁଛି ବା ଚାରି ନାହାକା କଇଁଚି ପଡିବା ପାଇଁ ୧୬ ଫୁଟର ଚାରି ଗୋଟି ଲେଖାଁଏ କଇଁଚି କାଠରେ ବିନ୍ଧ ତଥା କାପ ନିର୍ମାଣ ଶେଷ ହୋଇଅଛି।

 ଆଜି ରୂପକାର ସେବକ ମାନେ ନତିନିରଥର ‘ଚାର ପରିଛା’ ରେ ପଦ୍ମ ଡାଳି ଲତା ଖୋଦେଇ କାର୍ଯ୍ୟ ଶେଷ କରିବା ପରେ ମହାରଣା ସେବକ ଓଝା ସେବକ ଏବଂ ଭୋଇ ସେବକ ଙ୍କ ସହାୟତାରେ ତିନି ରଥ ସମୁଖ ଭାଗ ଦଣ୍ଡା ମୁହଁଟା ରେ ସେଟିଙ୍ଗ ହୋଇଥିବା ସାଲଗୁଜ ରେ କଣ୍ଟା ବାଡେଇ ସେଟିଙ୍ଗ କରାଯାଇଅଛି ।

 ରୂପକାର ସେବକ ମାନେ ତିନି ରଥର ଚାରପାରିଛ ରେ ଖୋଦେଉ କାର୍ଯ୍ୟ ଶେଷ କରି ନାଟଗୋଡ଼ରେ କନ୍ଦର୍ପ ରୂପ ଖିଦେଇ ଜାରି ରଖିଛଅନ୍ତୁ।ଚିତ୍ରକାର ସେବାକାରୀ ମାନେ ତିନି ରଥ ର ପାର୍ଶ୍ୱ ଦେବ ଦେବୀ ଙ୍କ  ରଙ୍ଗ କାର୍ଯ୍ୟ  ଜାରି ରଖିବା ସହ ଆଜି ତିନିରଥ ବାହ୍ୟ ଅଂଶ ଗୁଡିକର ରଙ୍ଗ ପାଇଁ  ଚକ, ଗୁଜ, ଦଣ୍ଡା ଇତ୍ୟାଦିରେ ପ୍ରାଇମର ଦେବା ଆରମ୍ଭ କରିଛନ୍ତି . ଦୋଳବେଦୀ କମାର ଶାଳ ରେ ଓଝା ସେବକ ମାନେ ବାଗିଆ କଣ୍ଟା, ଗୋଡି ସାଲ କଣ୍ଟା ନିର୍ମାଣ ଜାରି ରଖିଛନ୍ତି।

ରଥ ନିର୍ମାଣକାରୀଙ୍କ ଉପସ୍ଥାନ

ତିନିରଥର ମହାରଣା ସେବକ-୭୪

 ତିନିରଥର ଭୋଇ ସେବକ   -୭୭

ତିନିରଥର କମାର ସେବକ  – ୧୭

ତିନିରଥର ରୂପକାର ସେବକ-୧୯

 ତିନିରଥର କରତି ସେବକ    –  ୪

 ପାହି ମହାରଣା                  –  ୨

 ତୁମ୍ବ ବିନ୍ଧ କାରିଗର             –  ୧

 ରଥଖଳା ସହାୟକ(ପାଣିବାଲା)୧

                            ମୋଟ-୧୯୫

LEAVE A REPLY

Please enter your comment!
Please enter your name here