ରଥ ଖଳା:ରଥ ନିର୍ମାଣ କାର୍ଯ୍ୟ ପ୍ରଥମ ଦିନ- ତିନିରଥ ମହାରଣା ସେବକ ମାନେ ମର୍ଦ୍ଦଳ। କାର ଭାବେ ବାରିଶୀରେ ହାଣି ଗୋଳିଆ କାର୍ଯ୍ୟ ଆରମ୍ଭ କରିଛନ୍ତି

0
103
ରଥ ନିର୍ମାଣକାରୀ ସେବକ ମାନେ ସକାଳ ଘ.୮.୦୦ ଟିକା ସମୟରେ ରଥ ଖଳା ଠାରେ ଉପସ୍ଥିତ ହୋଇ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ପୂର୍ବକ ଭୋଇ ସେବକ ସର୍ଦ୍ଦାର ରବି ଭୋଇ ଏବଂ କାର୍ତ୍ତିକ ଭୋଇ ଙ୍କ ନେତୃତ୍ବରେ ଭୋଇ ସେବକ ମାନେ ତିନି ରଥ ଚାଳିକୁ ତୁମ୍ବ ନିର୍ମାଣ ପାଇଁ ଉଦ୍ଦିଷ୍ଟ ଫାଶୀ କାଠ କୁ ଗଡ କରିବାକୁ କରତୀ ସେବକ ମାନଙ୍କୁ ଯୋଗାଇଥିଲେ

By Our Correspondent

PURI:  ପବିତ୍ର ବୈଶାଖ ଶୁକ୍ଲ ଅକ୍ଷୟ ତୃତୀୟା ତିଥିରେ ଶ୍ରୀଜଗନ୍ନାଥଙ୍କର ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରା ନିମନ୍ତେ ରଥ ନିର୍ମାଣ ର ଶୁଭ ଅନୁକୂଳ ପର୍ବ ଶ୍ରୀନଅର ସମ୍ମୁଖ ସ୍ଥ ରଥ ଖଳାରେ  ମହାସମାରୋହ ରେ ସମ୍ପନ୍ନ ହୋଇଥିଲା ।

ଆଜି ରଥ ନିର୍ମାଣର ପ୍ରଥମ ଦିନରେ 

ରଥ ନିର୍ମାଣକାରୀ ସେବକ ମାନେ ସକାଳ ଘ.୮.୦୦ ଟିକା ସମୟରେ ରଥ ଖଳା ଠାରେ ଉପସ୍ଥିତ ହୋଇ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ପୂର୍ବକ ଭୋଇ ସେବକ ସର୍ଦ୍ଦାର ରବି ଭୋଇ ଏବଂ କାର୍ତ୍ତିକ ଭୋଇ ଙ୍କ ନେତୃତ୍ବରେ ଭୋଇ ସେବକ ମାନେ ତିନି ରଥ ଚାଳିକୁ ତୁମ୍ବ ନିର୍ମାଣ ପାଇଁ ଉଦ୍ଦିଷ୍ଟ ଫାଶୀ କାଠ କୁ ଗଡ କରିବାକୁ କରତୀ ସେବକ ମାନଙ୍କୁ ଯୋଗାଇଥିଲେ ।

ତିନିରଥ ର ମୁଖ୍ୟ ମହାରଣା ମାନେ ତୁମ୍ୱ କାଠ ଗଡ ପାଇଁ ମାପ ଚିହ୍ନ ଦେବା ପରେ କରତୀ ସେବକ ମାନେ  ପ୍ରଥମେ ଗୋଟିଏ ଗୋଟିଏ ନାହକା ତୁମ୍ବ ଗଡ କରି ଯୋଗାଇବା ପରେ, ତିନିରଥ ମୁଖ୍ୟ ମହାରଣା ମାନେ ତୁମ୍ବ ଗଡରେ କୁଅଁର ଦ୍ଵାରା ଘେର ମାପ ଚିହ୍ନ ଦେବାପରେ ତିନିରଥ ମହାରଣା ସେବକ ମାନେ ମର୍ଦ୍ଦଳ। କାର ଭାବେ ବାରିଶୀରେ ହାଣି ଗୋଳିଆ କାର୍ଯ୍ୟ ଆରମ୍ଭ କରିଛନ୍ତି ।

ଏଥିସହ ଆଜି ଦୋଳ ବେଦୀ ଠାରେ ତିନି ରଥ ଓଝା ବା କମାର ସେବକ ମାନେ ରଥ କଣ୍ଟା ନିର୍ମାଣ ପାଇଁ ଅସ୍ଥାୟୀ କମାର ଶାଳ ପ୍ରସ୍ତୁତ ଶେଷ କରିଛନ୍ତି.ଆସନ୍ତା କାଲି ଠାରୁ ଶାଳ ପୂଜ ସହ କଣ୍ଟା ପ୍ରସ୍ତୁତି ଆରମ୍ଭ ହେବ।ଏଥି ସହ ରଥ ନିର୍ମାଣ ସମ୍ପର୍କୀୟ ଫଟୋ ଚିତ୍ର ସାମିଲ କରାଗଲା

  ରଥ ନିର୍ମାଣ କାରୀଙ୍କ ଉପସ୍ଥାନ

ତିନିରଥ  ମହାରଣା ସେବକ:୧୧

ତିନିରଥା ମୋଟ ଭୋଇ ସେବକ:୮

ତିନିରଥ କରତି ସେବକ         : ୪

ତିନି ରଥ ଓଝା ବା କମାର ସେବକ:୩

ମୋଟ:୨୬

LEAVE A REPLY

Please enter your comment!
Please enter your name here