By Our Correspondent
PURI : ଆଜି ରଥ ନିର୍ମାଣର ୫୨ ତମ ଦିବସରେ ରଥ ନିର୍ମାଣକାରୀ ସେବକ ମାନେ ରଥ ଖଳା ଠାରେ ସକାଳ ଘ.୮.୦୦ ଟିକା ପୂର୍ବରୁ ଉପସ୍ଥିତ ହୋଇ ଉପସ୍ଥାନ ପରେ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନ ରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ଏଥିସହ ଆଜି ୪୪ ଜଣ ଚିତ୍ରକାର ସେବକ ତିନିରଥ ର ବିଭିନ୍ନ ଅଂଶ ର ରଙ୍ଗ କାର୍ଯ୍ୟ ରେ ନିୟୋଜିତ ହୋଇ ରଙ୍ଗ କାର୍ଯ୍ୟ ଜାରୀ ରଖିଛନ୍ତି
(ଗତକାଲି ସୁଦ୍ଧା ତିନିରଥ ରେ କନକ ମୁଣ୍ଡି ବସିବା ସହ ତିନିରଥ ର ଦୁଆର ବେଢ଼ା ନିର୍ମାଣ ଶେଷ ହୋଇଥିଲା, ଏଥିସହ, ଅନୁକୂଳ ପୂଜା ପରେ ରୂପକାର ସେବକ ମାନେ ତିନିରଥ ର ପ୍ରଭା ରେ ରୂପ ଖୋଦେଇ ପୂର୍ବରୁ ରୂପ ଖୋଦେଇ ଚିତ୍ର ଅଙ୍କନ ଆରମ୍ଭ କରିଥିଲେ…)
ଭୋଇ ସର୍ଦ୍ଦାର ରବି ଭୋଇ ଙ୍କ ନେତୃତ୍ୱରେ ଆଜି ତିନି ରଥର (ଆଗ ଆଣି ଏବଂ ପଛ ଆଣି) ଦୁଇଟି ଲେଖାଏଁ ଦୁଆର ବେଢ଼ା କୁ ବାଉଁଶ ତେଣ୍ଟିଆ ସହାୟତାରେ ଉଠାଇ ନାଟ ଗୋଡ଼ ସହ ସଂଯୋଗ ପୂର୍ବକ ରଥରେ ଦଉଡ଼ି ଦ୍ଵାରା ବାନ୍ଧେଣୀ କରିଛନ୍ତି। (ଆସନ୍ତା କାଲି ତିନି ରଥର ବାକି ଦୁଇ ପାର୍ଶ୍ଵ ର ଦୁଆର ବେଢ଼ା ରଥ ଉପରକୁ ଉଠିଲା ପରେ ଦୁଆର ବେଢ଼ା କୁ ମଜବୁତ୍ କରି ରଖିବା ପାଇଁ ଦୁଆର ବେଢ଼ା ଉପରି ଭାଗ ଚନ୍ଦ୍ର ଶାଳୀ ରେ ଧ୍ଵଜ ବତା ସଂଯୋଗ କରାଯାଇ ମଝି ଭୂଇଁ ସେଣୀ ରେ କଣ୍ଟା ବସି ଫିଟିଙ୍ଗ କରାଯିବ)
ରଥ ଉପରକୁ ଶ୍ରୀବିଗ୍ରହ ମାନଙ୍କ ପହଣ୍ଡି ହୋଇ ରଥ ଉପରକୁ ଉଠିବା ତଥା ଠାକୁରଙ୍କ ସେବା ପୂଜା ପାଇଁ ସେବାକାରୀ ମାନଙ୍କ ସ୍ବଛନ୍ଦରେ ରଥ ଉପରକୁ ବିନା ବାଧାରେ ଯିବା ଆସିବା କୁ ନିଶ୍ଚିତ କରିବା ପାଇଁ (ରଥରେ ଚାର ମାଳ ବନ୍ଧା କାର୍ଯ୍ୟ ପାଇଁ)ଆଜି ପୂର୍ବାହ୍ନରେ ତିନିରଥ ର ମୁଖ୍ୟ ମହାରଣା ଙ୍କ ଉପସ୍ଥିତିରେ ଭୋଇ ସର୍ଦ୍ଦାର ରବି ଭୋଇ ଙ୍କ ନେତୃତ୍ୱରେ ଭୋଇ ସେବକ ମାନେ ମିଶି ତିନି ରଥର ସମ୍ମୁଖ ଭାଗରେ ମାଲ (ତାଲ ଗଡ) (ତାଳଧ୍ଵଜ ରଥ ଏବଂ ନନ୍ଦି ଘୋଷ ରଥରେ ୬/୬ ଟି ଏବଂ ଦର୍ପଦଳନ ରଥର ୪ ଗୋଟି) ସଂଯୋଗ କରି ତାର ପତନ (ଲେବୁଲ୍) ଠିକ୍ ରହୁଛି କି ନାହିଁ ପରୀକ୍ଷା ମୂଳକ ଭାବେ ପରଖ କାର୍ଯ୍ୟ ଶେଷ ହୋଇଛି।
ତିନିରଥ ର ମୁଖ୍ୟ ରୂପକାର ସେବକଙ୍କ ଙ୍କ ଦ୍ଵାରା ତଥା ସହଯୋଗୀ ରୁପକା ସେବକ ମାନେ ମିଶି ପ୍ରଭା ରେ ରୂପ ଖୋଦେଇ ଜାରୀ ରଖିଛନ୍ତି, ଆସନ୍ତା କାଲି ସନ୍ଧ୍ୟା ସୁଦ୍ଧା ପ୍ରଭା ରେ ରୂପ ଖୋଦେଇ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖି ଖୋଦେଇ କାର୍ଯ୍ୟକୁ ଗତିଶୀଳ କରିଛନ୍ତି।
ମୁଖ୍ୟ ଚିତ୍ରକାର ସେବକ ଦେବରାଜ ମହାପାତ୍ର ଙ୍କ ମାର୍ଗ ଦର୍ଶନ ରେ ସହଯୋଗୀ ଚିତ୍ରକାର ମାନେ ଆଜି ସୁଦ୍ଧା ତିନିରଥ ର ୮୧ ଗୋଟି ଦେବ ଦେବୀଙ୍କ ରଙ୍ଗ କାର୍ଯ ଶେଷ କରିବାସହ, ତିନିରଥ ର ୬ ଗୋଟି ଦ୍ୱାର ପାଳ, ୨୭ ଗୋଟି ଶିଖର ଡମ୍ବରୁ (ଦେବ ଦେବୀଙ୍କ ଆସ୍ଥାନ ପ୍ରେଂମ), ତିନିରଥ ର ୮ ଟି ଲେଖାଏଁ ୨୪ ଟି ବଡ଼ ସକ୍ଷୀ, ତିନିରଥ ର ୬ ଟି କଳସ, ତିନିରଥ ର ୬ ଗୋଟି ଓଲଟ ଶୁଆ, ୩ ଗୋଟି ଅଁଳା ବେଢ଼ା, ତିନିରଥ ର ୩୩ ଗୋଟି କନ୍ୟା ପଟା , ତିନିରଥ ର ୨୪ ଗୋଟି ନାଟ ଗୋଡ଼ରୁ ୨୦ ଟି ର ରଙ୍ଗ କାର୍ଯ୍ୟ ଶେଷ ହୋଇ ବାକି ୪ ଗୋଟିଏ ରଙ୍ଗ କାର୍ଯ୍ୟ ଜାରୀ, ଏଥିସହ ତିନି ରଥର ୨୮ ଟି ଲେଖାଏଁ ୮୪ ଗୋଟି ହଂସ ପଟାର ରଙ୍ଗ କାର୍ଯ୍ୟ ଶେଷ ହୋଇଛି,ଏଥିସହ ୧୫ ଟି ଲେଖାଏଁ ୪୫ ଗୋଟି ଠେକେରା ବାଡ଼ ର ରଙ୍ଗ କାର୍ଯ୍ୟ ଶେଷ,ଏଥି ସହ ୮ ଟି ଲେଖାଏଁ ଋସି ପଟା,ହାତୀ ପଟା, ମଗର ପଟା, ଦୁଆର ବେଢ଼ାରେ ଚିତ୍ରକାର୍ଯ୍ୟ ଶେଷ କରି, ତିନିରଥ ବାହ୍ୟ ରଙ୍ଗ କାର୍ଯ୍ୟ ଜାରୀ ରହିଛି।
ତିନି ରଥର ଗରଜି ସେବକ ମାନେ ବତା କନା ରେ ଲେସ କାର୍ଯ୍ୟ ଶେଷ ପରେ ତିନି ରଥର ୧୨ ଗୋଟି ଦୁଆର ବେଢ଼ା କଟିଙ୍ଗ କନାରେ ଜାରୀ ଲେସ, ଚାନ୍ଦୀ ଜରିରେ ଫୁଲ ପକା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି। ଏଥିସହ ପୋଟଳ କନା କଟିଙ୍ଗ ସହ, ରଥ ଘେର କନା ପ୍ରସ୍ତୁତ କାର୍ଯ୍ୟ ଜାରୀ ରଖିଛନ୍ତି।
ଦୋଳ ବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା ସେବକ ମାନେ ତିନିରଥ ର ଦୁଆର ବେଢ଼ା ପାଇଁ ଧ୍ଵଜ ବତା କଣ୍ଟା,ଘୋଡ଼ା ସାରଥୀଙ୍କ ପାଇଁ ବାଗିଆ କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।
ତିନି ରଥର ଦୁଆର ବେଢ଼ା ରଥ ଉପରକୁ ଉଥିଲାପରେ ଦୁଆର ବେଢ଼ା ଚନ୍ଦ୍ର ଶାଳୀ ରେ ଧ୍ଵଜ ବତା ଫିଟିଙ୍ଗ ପରେ ରଥରେ କନା ପଡ଼ିବା ପୂର୍ବରୁ ରଥ ଚାରି ପାର୍ଶ୍ୱ କୋଣ ଗୁଡ଼ିକରେ ୮ଟି ଲେଖାଏଁ କଣି ଫାଉଡା ସଂଯୋଗ ସହ ରଥ ଚାରି ପାର୍ଶ୍ବରେ ହାତୀ ଆଳ ମାଳ ପୋଟଳ ତଳୁ ଦୁଆର ବେଢ଼ା ପର୍ଯ୍ୟନ୍ତ ସଂଯୋଗ ହେବ, ତତ୍ ପରେ ରଥ ଉପରକୁ କଳସ ଉଠି,ରଥରେ କନା ପଡ଼ି ସହ, କନକ ମୁଣ୍ଡିରେ ପିତଳ ଚଦର ଫିଟିଙ୍ଗ କାର୍ଯ୍ୟ ସମାନ୍ତରାଳ ଭାବେ କାର୍ଯ୍ୟ ଜାରୀ ରହିବ, ଏଥିସହ ନାଟ ଗୋଡ଼ ଗୁଡ଼ିକୁ ସୁରକ୍ଷା ଦେବାପାଇଁ ଦୁଆର ବାଣିଆ( ୧୪ ନାହାକା ରୁ ନାଟ ଗୋଡ଼ ସହ ବଟନ୍ ବାଡ଼ିଆ କାର୍ଯ୍ୟ) ବାଡିଆ କାର୍ଯ୍ୟ ଶେଷ ପରେ ରଥରେ ପ୍ରଭା ଫିଟିଙ୍ଗ ଶେଷ ପରେ, ତିନିରଥ ସିଂଦ୍ୱା ଅଭିମୁଖେ ଯାତ୍ରା କରିବ।
ରଥ ନିର୍ମାଣକାରୀଙ୍କ ଉପସ୍ଥାନ
ତିନିରଥ ର ମହାରଣା ସେବକ – ୭୮
ତିନିରଥ ର ଭୋଇ ସେବକ – ୭୭
ତିନିରଥ ର କରତୀ ସେବକ – ୪
ତିନିରଥ ଓଝା କମାର ସେବକ – ୨୦
ତିନିରଥ ର ରୂପକାର ସେବକ – ୨୧
ତୁମ୍ବ ବିନ୍ଧ କାରୀଗର – ୨
ପାହି ମହାରଣା – ୨
ରଥଖଳା ସହାୟକ(ପାଣି ବାଲା) – ୧
ମୋଟ – ୨୦୫ ଜଣ

























