ରଥଖଳା:ରଥ ନିର୍ମାଣ କାର୍ଯ୍ୟ ୫୧ ତମ ଦିବସ-ତିନିରଥ ମହାରଣା ସେବକ ମାନେ ଆଜି ତିନିରଥ ର ପ୍ରଭା ଫିଟିଙ୍ଗ ପାଇଁ ବେଦୀ ପଛ ଭାଗ ଚଉଦ ନାହାକା ରେ ଦୁଇଟି ଲେଖାଏଁ ଧୂଳି ଦଣ୍ଡା ଫିଟିଙ୍ଗ କାର୍ଯ୍ୟ ଶେଷ ହୋଇଛି, ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା ସେବକ ମାନେ ଧୂଳି ଦଣ୍ଡା କଣ୍ଟା ନିର୍ମାଣ ଶେଷ କରି ତିନିରଥ ର ପ୍ରଭା କଣ୍ଟା, ସିଂହାସନ ଗଣ୍ଠି କଣ୍ଟା ଏବଂ ଧ୍ଵଜ ବତା କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି

0
307

PURI: ଆଜି ରଥ ନିର୍ମାଣର ୫୧ ତମ ଦିବସରେ ରଥ ନିର୍ମାଣକାରୀ ସେବକ ମାନେ ରଥ ଖଳା ଠାରେ ସକାଳ ଘ.୮.୦୦ ଟିକା ପୂର୍ବରୁ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନ ରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ଏଥିସହ ଆଜି ୪୬ ଜଣ ଚିତ୍ରକାର ତିନି ରଥର ରଙ୍ଗ କାର୍ଯ୍ୟରେ ନିୟୋଜିତ ହୋଇ ରଙ୍ଗ କାର୍ଯ୍ୟ ଜାରୀ ରଖିଛନ୍ତି।

ଗତକାଲି ସୁଦ୍ଧା ତିନିରଥ ର ପ୍ରଭା ଫ୍ରେମ ନିର୍ମାଣ ଶେଷ ହେବାସହ ତିନିରଥ ଦୁଆର ବେଢ଼ା ନିର୍ମାଣ କାର୍ଯ୍ୟ ପର୍ଯ୍ୟାୟରେ ପହଞ୍ଚି ଥିଲା.

 ମହାରଣା ସେବକ ଏବଂ ଭୋଇ ସେବକ ଙ୍କ ସହଯୋଗରେ ଆଜି ତିନି ରଥର ସିଂହାସନ ବେଦୀ ଉପରେ ପ୍ରଥମ ଭୂଇଁ ଉପର ମଧ୍ୟ୍ୟ ଭାଗରେ *କନକ ମୁଣ୍ଡି* ବସି କନକ ମୁଣ୍ଡି ରୁ ୪ ଗୋଟି କାଣ୍ଡ   ଏବଂ ୨୦ ଗୋଟି ରୁଅ ଗମ୍ବୁଜ କାର ଭାବେ ସେଟିଙ୍ଗ କରାଯାଇଛି।
   (ସେଥିରେ ପିତଳ ଚଦର ଆବରଣ ବର୍ଷା ପାଣି ନପଡ଼ିବା ପାଇଁ ଫିଟିଙ୍ଗ କରାଯିବା ବାକି ରହିଛି)
ଆଜି ତିନି ରଥର ମହାରଣା ସେବକ ମାନେ ରଥରେ ସ୍ଥାପନ ପାଇଁ ଗୋଟିଏ ଗୋଟିଏ ବିଜେ ଚକା ନିର୍ମାଣ ଶେଷ କରି ସାଇତିଛନ୍ତି, ପରମ୍ପରା ପ୍ରକାରେ ତିନି ରଥ ସିଂହଦ୍ଵାର ନିକଟରେ ଲାଗିବା ପରେ ରଥ ନିର୍ମାଣର ଶେଷ ପର୍ବ ଭାବେ ବେଦୀରେ ଚକା ସଂଯୋଗ କରି ତିନିରଥ ର ମୁଖ୍ୟ ମହାରଣା ସେବକ ମାନେ ହରିବୋଲ ଡାକ ଦେଇ ରଥ ନିର୍ମାଣ ସାଙ୍ଗ କରିବେ)
ଗତକାଲି ସୁଦ୍ଧା ତିନିରଥ ର ୧୨ ଗୋଟି ଦୁଆର ବେଢ଼ା ରୁ ୯ ଗୋଟି ଦୁଆର ବେଢ଼ାର ନିର୍ମାଣ ଶେଷ ହୋଇ ଥିଲା ,ବାକି  ରହିଥିବା ତିନିରଥ  ଗୋଟିଏ ଗୋଟିଏ ଦୁଆର ବେଢ଼ା ନିର୍ମାଣ ଶେଷ ପରେ ଚିତ୍ରକାର ମାନେ ତିନିରଥ ଚାରୋଟି ଲେଖାଏଁ ଦୁଆର ବେଢ଼ା ରେ ଧଳା ପ୍ରାଇମର ଦେବା ଶେଷ କରିଛନ୍ତି, ସେଥିରେ ଚିତ୍ରକାର ମାନେ ରାହୁମୁଣ୍ଡ ସହ ଚାୟା,ମାୟା ଚିତ୍ର ଅଙ୍କନ ପରେ ରଥକୁ ଉଠି ସଂଯୋଗ ହୋଇଥାଏ ଏହି ଦ୍ଵାର ବେଢ଼ା।
  ଆଜି ମୁଖ୍ୟ ରୂପକାର ସେବକ ମାନେ ଅନୁକୂଳ ପୂଜା ପୂର୍ବକ ନଡ଼ିଆ ବାଡେଇ ତିନି ରଥ ପ୍ରଭା ରେ ରୂପ ଖୋଦେଇ ଚିତ୍ର ଅଙ୍କନ ପୂର୍ବକ ସହଯୋଗୀ ରୂପକାର ସେବକ ମାନେ ମିଶି ପ୍ରଭା ରେ ରୂପ ଖୋଦେଇ ଆରମ୍ଭ କରିଛନ୍ତି।
(ତିନିରଥ ପ୍ରଭା ଉପରେ ରାହୁ ବା କୀର୍ତ୍ତି ମୁଖ ଦୁଇ ହାତରେ ଦୁଇଟି ଛୁରୀ ଧରିଥିବା ଚିତ୍ର, ବାଙ୍କରେ ଡାଳୀ ଲତା ଏବଂ ତଳ ଭାଗ ଦୁଇ ପାର୍ଶ୍ୱରେ ମଗର ମୁଖ ଇତ୍ୟାଦିର ରୂପ ଖୋଦେଇ କାର୍ଯ୍ୟ)
 ତିନିରଥ ମହାରଣା ସେବକ ମାନେ ଆଜି ତିନିରଥ ର ପ୍ରଭା ଫିଟିଙ୍ଗ ପାଇଁ ବେଦୀ ପଛ ଭାଗ ଚଉଦ ନାହାକା ରେ ଦୁଇଟି ଲେଖାଏଁ ଧୂଳି ଦଣ୍ଡା ଫିଟିଙ୍ଗ କାର୍ଯ୍ୟ ଶେଷ ହୋଇଛି।
 ଆଜି ମହାରଣା ସେବକ ମାନେ ତିନିରଥ ର ଦୁଇଟି ଲେଖାଏଁ ୨୦ ଫୁଟିଆ ଆଠ ଆଂଶି ଘୋଡ଼ା ଇସ ନିର୍ମାଣ ସହ ସେଥିରେ ଦୁଇଟି ଲେଖାଏଁ ବିନ୍ଧ କାର୍ଯ୍ୟ ଶେଷ କରିଛନ୍ତି।
ଆଜି ମହାରଣା ସେବକ ମାନେ ତିନି ରଥ ର ଦୁଇଟି ଲେଖାଏଁ ୨୦ ଫୁଟିଆ ସାଂଗୀ ନିର୍ମାଣ ଶେଷ କରିଛନ୍ତି। ଏହି ସାଂଗି ଦ୍ଵାରା ରଥ ଦଉଡ଼ି ଠାରୁ ଆରମ୍ଭ କରି ଆବଶ୍ୟକ ଜିନିସାତ୍ ରଥ ନିକଟକୁ ନେବା ଆଣିବାରେ ସହାୟକ ଦୃଷ୍ଟିରୁ ଏହା ଭୋଇ ସେବକ ମାନଙ୍କ ପାଇଁ ନିର୍ମାଣ କରା ଯାଇଅଛି।
ଚିତ୍ରକାର ସେବକ ମାନେ ଆଜି ତିନିରଥ ୧୨ ଗୋଟି ଦୁଆର ବେଢ଼ାରେ ଚିତ୍ର ଅଙ୍କନ ପାଇଁ ପ୍ରାଇମର ଦେବାସହ, ତିନି ରଥର ଘୋଡ଼ା , ସାରଥୀ ମାନଙ୍କର ରଙ୍ଗ କାର୍ଯ୍ୟ, ସହ ପାର୍ଶ୍ଵ ଦେବ ଦେବୀ, କଳସ, ହଂସ ପଟା, ନାଟ ଗୋଡ଼, ତିନି ରଥର ବାହ୍ୟ ପାର୍ଶ୍ବ ର ରଙ୍ଗ କାର୍ଯ୍ୟ ଜାରୀ ରଖିଛନ୍ତି।
ତିନିରଥ ର ଦରଜୀ ସେବକ ମାନେ ତିନି ରଥର ବତା କନାରେ ଲେସ ଫିଟିଙ୍ଗ କାର୍ଯ୍ୟ ଶେଷ ପରେ ତିନି ରଥର  ୧୨ ଗୋଟି ଦୁଆର ଦେଢା ପାଇଁ କଟିଙ୍ଗ କନା ରେ ଜରି ଲେସ, ଚାନ୍ଦି ଜାରୀ ରେ ଫୁଲ ଡାଳି ପକା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି। ଏଥିସହ ଶ୍ରୀବିଗ୍ରହଙ୍କ ତିନି ଗୋଟି ବିଜେ ଚକା ପଟି ପ୍ରସ୍ତୁତ ଶେଷ କରିଛନ୍ତି।
ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା ସେବକ ମାନେ ଧୂଳି ଦଣ୍ଡା କଣ୍ଟା ନିର୍ମାଣ ଶେଷ କରି ତିନିରଥ ର ପ୍ରଭା କଣ୍ଟା, ସିଂହାସନ ଗଣ୍ଠି କଣ୍ଟା ଏବଂ ଧ୍ଵଜ ବତା କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।

 

ରଥ ନିର୍ମାଣକାରୀଙ୍କ ଉପସ୍ଥାନ
ତିନିରଥ ର ମହାରଣା ସେବକ –   ୭୮
ତିନିରଥ ର ଭୋଇ ସେବକ     –   ୭୭
ତିନିରଥ ର କରତୀ ସେବକ    –     ୪
ତିନିରଥ ଓଝା କମାର ସେବକ –   ୨୦
ତିନିରଥ ର ତୁମ୍ବ ବିନ୍ଧ କାରୀଗର     ୨
ତିନିରଥ ରୂପକାର ସେବକ       –  ୨୧
ପାହି ମହାରଣା                      –    ୨
ରଥଖଳା ସହାୟକ(ପାଣି ବାଲା)     ୧
      ମୋଟ – ୨୦୫ ଜଣ

 

 

 

LEAVE A REPLY

Please enter your comment!
Please enter your name here