ରଥଖଳା:ରଥ ନିର୍ମାଣ କାର୍ଯ୍ୟ ୪୯ ତମ ଦିବସ-ତିନିରଥ ର  ୧୨ ଗୋଟି ଦୁଆରବେଢ଼ା ରୁ ଆଜି ତିନିରଥ ମହାରଣା ସେବକ ମାନେ ଗୋଟିଏ ଗୋଟିଏ ଦୁଆର ଦେଢ଼ା ନିର୍ମାଣ ଶେଷ କରି ରଥ ନିକଟରେ ରଙ୍ଗ କାର୍ଯ୍ୟ ପାଇଁ ସାଇତିଛନ୍ତି, ମହାରଣା ସେବକ ମାନେ ତିନିରଥ ପ୍ରଭା ଫ୍ରେମ ପ୍ରସ୍ତୁତି ପୂର୍ବକ ଫ୍ରେମ ରେ ପଟା ପକାଇ ଖିଲଣ କଟିଙ୍ଗ ଶେଷ ପର୍ଯ୍ୟାୟରେ ପହଁଚିଛି

0
373

By Our Correspondent

PURI:ଆଜି ରଥ ନିର୍ମାଣର ୪୯ ତମ ଦିବସରେ ରଥ ନିର୍ମାଣକାରୀ ସେବକ ମାନେ ରଥଖଳା ଠାରେ ସକାଳ ଘ.୮.୦୦ ଟିକା ରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନ ରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ଏଥିସହ ଆଜି ୩୬ ଜଣ ଚିତ୍ରକାର ତିନିରଥ ର ରଙ୍ଗ କାର୍ଯ୍ୟ ରେ ନିୟୋଜିତ ହୋଇ ରଙ୍ଗ କାର୍ଯ୍ୟ କରୁଛନ୍ତି।

  ଗତକାଲି ସୁଦ୍ଧା ତିନିରଥ ର ଖପୁରୀ ସମେତ ପାରାଭାଡି କୁ ମିଶାଇ ୧୩ ପରସ୍ତ ପୋଟଳ ସେଟିଙ୍ଗ ସମ୍ପୂର୍ଣ୍ଣ ହେବା ସହ ତିନିରଥ ର ଚାରି କୋଣ କୁ ଛାଡି ବେଦୀ ଚାରି ପାର୍ଶ୍ୱ ରେ ତାଗ ବାଡିଆ ପରେ ପାରୁଷ ପଟା ପଡିବା ଶେଷ ହୋଇଥିଲା.
ତିନିରଥ ର ବେଦୀ ସିଂହାସନ ପ୍ରସ୍ତୁତି ପାଇଁ ତିନିରଥ ମହାରଣା ସେବକ ଏବଂ ଭୋଇ ସେବକ ମାନଙ୍କ ସହାୟତାରେ ପାଞ୍ଚ ଗୋଟି ୨୦ ଫୁଟିଆ ଜଗତ ପୃଷ୍ଠ ସେଣି ପଡ଼ି କଣ୍ଟା ବାଡିଆ ଶେଷ ହୋଇଥିଲା, ବେଦୀ ପରିସରକୁ ବଢ଼ାଇବା ପାଇଁ ଆଜି ସେଣି ପତନରେ ବେଦୀ ଉଭୟ ପାର୍ଶ୍ୱରେ ତିନୋଟି ଲେଖାଏଁ ୬ ଗୋଟି ବାହୁଟ ଫାଳିଆ ସଂଯୋଗ କରାଯାଇଅଛି, ବେଦୀରେ ପଟା ପଡ଼ିବା ବାକି ଅଛି।
ତିନିରଥ ର  ୧୨ ଗୋଟି ଦୁଆରବେଢ଼ା ରୁ ଆଜି ତିନିରଥ ମହାରଣା ସେବକ ମାନେ ଗୋଟିଏ ଗୋଟିଏ ଦୁଆର ଦେଢ଼ା ନିର୍ମାଣ ଶେଷ କରି ରଥ ନିକଟରେ ରଙ୍ଗ କାର୍ଯ୍ୟ ପାଇଁ ସାଇତିଛନ୍ତି।
 ଆଜି ମହାରଣା ସେବକ ମାନେ ତିନିରଥ ପ୍ରଭା ଫ୍ରେମ ପ୍ରସ୍ତୁତି ପୂର୍ବକ ଫ୍ରେମ ରେ ପଟା ପକାଇ ଖିଲଣ କଟିଙ୍ଗ ଶେଷ ପର୍ଯ୍ୟାୟରେ ପହଁଚିଛି। ପ୍ରଭାରେ ବାଙ୍କ ପଡ଼ି ରୂପ ଖୋଦେଇ ପଟା ସେଟିଂ ବାକି ରହିଛି।
ରୂପକାର ସେବକ ମାନେ ତିନିରଥ ର ବାକି ନାଟ ଗୋଗରେ ରୂପ ଖୋଦେଇ ର ପଲିସ  ସହ ଅଳଙ୍କାର ପକା କାର୍ଯ୍ୟ ର ଶେଷ ସ୍ପର୍ଶ ଦେଉଛନ୍ତି ।ଏଥିସହ ତିନି ରଥର ରେ ଲାଗିଥିବା ପଟାଗୁଜ ଗୁଡ଼ିକରେ ନର ବିରାଳ, ଗଜ ବିରଳ ଏବଂ  ସିଂହ ବିରଳ ରୂପ ଖୋଦେଇ ଜାରୀ ରଖିଛନ୍ତି।
ଚିତ୍ରକାର ମାନେ ତିନି ରଥର ପାର୍ଶ୍ଵ ଦେବ ଦେବୀ ମାନଙ୍କ ପ୍ରତିମା ରେ ରଙ୍ଗ କାର୍ଯ୍ୟ ସହ ତିନି ରଥର ହଂସ ପଟା,ଶିଖର ଡମ୍ବରୁ,ଅଁଳା, କନ୍ୟା ପଟା, ଓଲଟ ଶୁଆ ଏବଂ ନାଟ ଗୋଡ଼ରେ ରଙ୍ଗ କାର୍ଯ୍ୟ ସହ, ତିନି ରଥର ବାହ୍ୟ ରଙ୍ଗ କାର୍ଯ୍ୟ ଜାରୀ ରହିଛନ୍ତି।
ଦୋଳ ବେଦୀ ଅସ୍ଥାୟୀ କମାର ଶାଳ ରେ  ଓଝା ସେବକ ମାନେ ତିନିରଥ ର ଜଗତ ପୃଷ୍ଠ କଣ୍ଟା  ଶେଷ ପରେ ତିନି ରଥର ଦୁଆର ବେଢ଼ା ପାଇଁ ଚଉରସ ଏବଂ ଅଗପତେଳୀ କଣ୍ଟା  ସହ କନକ ମୁଣ୍ଡି ପାଇଁ କଣ୍ଡୁଚି ନାଟ କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।
ଦରଜୀ ସେବକ ମାନେ ତିନି ରଥର ବତା କନାରେ ଲେସ ଫିଟିଙ୍ଗ ସହ ଦୁଆର ବେଢ଼ା ଏବଂ ଚନ୍ଦ୍ର ଶାଳୀ ରେ ଜାରୀ ଲେସ ସହ ଫୁଲ ପକା ଷ୍ଟିଚିଂ କାର୍ଯ୍ୟ ଜାରୀ ରଖିଛନ୍ତି।

 

ରଥ ନିର୍ମାଣକାରୀଙ୍କ ଉପସ୍ଥାନ
ତିନିରଥ ର ମହାରଣା ସେବକ –  ୭୮
ତିନିରଥ ର ଭୋଇ ସେବକ     –  ୭୬
ତିନିରଥ ର କରତୀ ସେବକ      –  ୪
ତିନିରଥ ଓଝା କମାର ସେବକ   –  ୨୦
ତିନିରଥ ର ରୂପକାର ସେବକ    –  ୨୧
ତିନିରଥ ର ତୁମ୍ବ ବିନ୍ଧ କାରୀଗର –    ୨
ପାହି ମହାରଣା                       –    ୨
ରଥଖଳା ସହାୟକ(ପାଣି ବାଲା) –    ୧
        ମୋଟ – ୨୦୪ ଜଣ

 

LEAVE A REPLY

Please enter your comment!
Please enter your name here