ରଥଖଳା:ରଥ ନିର୍ମାଣ କାର୍ଯ୍ୟ ୪୩ ତମ ଦିବସ-ତିନିରଥ ରେ ଚଉଦ ନାହାକା ବୁଲିବା ସହ ଚାରି ନାହାକା ରେ ପ୍ରଥମ ଭୂଇଁ ବା ମୂଳ ଭୂଇଁ ଉଠିବା ଶେଷ, ତିନିରଥ ର ଆଗ ଆଣି ପଛ ଆଣି ଦୁଇଟି ଲେଖାଏଁ କତରା ନିର୍ମାଣ ଶେଷ ପରେ ଆଜି ତିନି ରଥର ଦୁଇଟି ଲେଖାଏଁ ପଛ ଆଣି କତରା ତିନି ରଥରେ ସେଟିଂ ହୋଇଅଛି

0
402

By Our Correspondent

PURI: ଆଜି ରଥ ନିର୍ମାଣର ୪୩ ତମ ଦିବସରେ ତିନିରଥ ର ନିର୍ମାଣକାରୀ ସେବକ ମାନେ ରଥ ଖଳା ଠାରେ ସକାଳ ଘ.୮.୦୦ ଟିକା ସମୟରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନ ରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।

ଗତକାଲି ପବିତ୍ର ଦେବ ସ୍ନାନ ପୂର୍ଣ୍ଣମୀରେ ପୂର୍ବାହ୍ନରେ ତିନିରଥ ଚାରିନାହାକା ରେ ପ୍ରଥମ ଭୂଇଁ ଛ ‘ କାଠି ରେ ଚଣାକ କଣ୍ଟା ବାଡ଼ିଆ ଶେଷ ହୋଇ ,ରଥ ଚାଳିରେ ତିନିରଥ ର କନକ ମୁଣ୍ଡି, କନକ ପିଣ୍ଡି ନିର୍ମାଣ ଜାରୀରହିଥିଲା.
ତିନିରଥ ରେ ଚଉଦ ନାହାକା ବୁଲିବା ସହ ଚାରି ନାହାକା ରେ ପ୍ରଥମ ଭୂଇଁ ବା ମୂଳ ଭୂଇଁ ଉଠିବା ଶେଷ. ଆଜି ପୂର୍ବାହ୍ନରେ ତିନି ରଥର ମୁଖ୍ୟ ମହାରଣାଙ୍କ ଉପସ୍ଥିତିରେ ସହଯୋଗୀ ମହାରଣା ଏବଂ ଭୋଇ ସେବକ ମାନେ ମିଶି ତିନି ରଥରେ ଚଉଦ ନହାକା ଖାମ୍ବିି ଗୁଡ଼ିକୁ ପ୍ରତି ରଥର ଚାରି ନାହାକା ଠାରୁ ଅଢେଇ ଫୁଟ ବ୍ୟବଧାନରେ ଚାରି ନାହାକା ଚାରି ପାର୍ଶ୍ବରେ ବୁଲିବା ସହ ପ୍ରଥମ ଭୂଇଁ  ଛ ‘ କାଠି ରେ ପାଖୁଡ଼ା ସଂଯୋଗ ହୋଇ ପ୍ରଥମ ଭୂଇଁ ବା ମୂଳ ଭୂଇଁ  ଫ୍ରେମ ପଡ଼ିଅଛି।
  (ଏହି ୧୪ ନା ହା କା ନିର୍ମାଣକାରୀ ଙ୍କ ଭାଷାରେ ୧୦ ଟି ପନିକି ପଟା ଏବଂ ୪ ଟି ଚଢ଼େଇକୁ ନେଇ ଗଠିତ…୧୦ଟି ନାହାକା ବା ପନିକି ପଟା ୨୦ ଫୁଟର ଅଷ୍ଟ କୋଣୀ  ହୋଇଥାରେ ଏବଂ ୪ ଗୋଟି ଚଢ଼େଇ ୨୦ ଫୁଟର ସାମାନ୍ୟ ଧନୁ ପରି ବଙ୍କା ହୋଇ ନିର୍ମାଣ ହୋଇଥାଏ, ଏହି ଚଢ଼େଇ ଗୟଳ  ସହ ଘଷି ନହୁଏ ସେଦୃଷ୍ଟିରୁ ଅନ୍ୟ ନାହାକା  ଅପେକ୍ଷା ବଙ୍କା ରହିଥାଏ,ଫଳରେ ରଥର ଗଠନ ଶୈଳୀ ସୁନ୍ଦର ଦିସେ )
ଏଥିସହ ଆଜି ରଥ ଚାଳିରେ ତିନି ରଥର   ମଝି ଭୂଇଁ ବା ଦ୍ୱିତୀୟ ଭୂଇଁ ପ୍ରେଂମ ନିର୍ମାଣ ଶେଷ ହୋଇ  ଦ୍ୱିତୀୟ ଭୂଇଁ ଫ୍ରେମ ର ବିଭିନ୍ନ ଅଂଶ ଗୁଡିକର ନମ୍ୱରିଂ ଶେଷ ହୋଇଛି, ଆସନ୍ତାକାଲି ଏହି ଦ୍ୱିତୀୟ ଭୂଇଁ ଫ୍ରେମ ଖୋଲା ଯାଇ ତିନି ରଥରେ ସଂଯୋଗ ସହ ତୃତୀୟ ଭୂଇଁ ବା ଅଗ ଭୂଇଁ ପ୍ରେଂମ ନିର୍ମାଣ ହେବ।
ଏଥିସହ ଆଜି ତିନିରଥ ର ଆଗ ଆଣି ପଛ ଆଣି ଦୁଇଟି ଲେଖାଏଁ କତରା ନିର୍ମାଣ ଶେଷ ପରେ ଆଜି ତିନି ରଥର ଦୁଇଟି ଲେଖାଏଁ ପଛ ଆଣି କତରା ତିନି ରଥରେ ସେଟିଂ ହୋଇଅଛି।
ଏଥିସହ ତିନିରଥ ମହାରଣା ସେବକ ମାନେ  ରୂପକାର ସେବକ ମାନଙ୍କୁ ଗୋଟିଏ ଗୋଟିଏ ଧୂଳି ଦଣ୍ଡା ଚଉପଟ ଶେଷ କରି ଯୋଗାଇ ଦେବାରେ ରୂପକାର ସେବକ ମାନେ ସେଥିରେ ୫ ଟି ଲେଖାଏଁ ପଦ୍ମ ଫୁଲ ଏବଂ ଦୁଇ ପାର୍ଶ୍ଵରେ ପଦ୍ମ କାଢି ଚିତ୍ର ଅଙ୍କନ ଶେଷ କରି ଖୋଦେଇ କାର୍ଯ୍ୟ ଆରମ୍ଭ କରିଛନ୍ତି।
ଏଥିସହ ତିନିରଥ ମହାରଣା ସେବକ ମାନେ ଭାରି ଜିନିସାତ୍ ବୁହାବୋହି ପାଇଁ ଭୋଇ ସେବକ ମାନଙ୍କ ପାଇଁ ଦୁଇଟି ଲେଖାଏଁ ୨୦ ଫୁଟିଆ ସାଙ୍ଗି ନିର୍ମାଣ ଶେଷ କରିଛନ୍ତି।
ଏଥିସହ ମହାରଣା ସେବକ ମାନେ ତିନି ରଥର କନକ ମୁଣ୍ଡି , ଅଁଳା ପିଣ୍ଡି ଏବଂ କଳସ ପିଣ୍ଡି ନିର୍ମାଣ ଶେଷ କରିଛନ୍ତି। ଏଥିସହ ଆଜି ତିନିରଥ  ସମ୍ମୁଖ ଭାଗ ବ୍ରେକ ଚକ ଗୁଡ଼ିକର  ଉଭୟ ପାର୍ଶ୍ଵରେ ପଇ , ପଇ ସଂଯୋଗ ସ୍ଥାନରେ ଲୁହା ପ୍ଲେଟ ମାନ ନଟ ବୋଲ୍ଟ ଦେଇ ମହାରଣା ସେବକ ମାନେ ଫିଟିଙ୍ଗ କରିଛନ୍ତି ।
ରୂପକାର ସେବକ ମାନେ ତିନି ରଥର ନାଟ ଗୋଡ଼ରେ ଗନ୍ଧର୍ବ ରୂପ ଖୋଦେଇ ସହ, ଧୂଳି ଦଣ୍ଡା ରେ ଚିତ୍ର ଖୋଦେଇ ଜାରୀ ରଖିଛନ୍ତି।
ଦୋଳ ବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା ସେବକ ମାନେ ତିନି ରଥର କତରା କଣ୍ଟା ନିର୍ମାଣ ଶେଷ କରି ଦ୍ୱିତୀୟ ଭୂଇଁ, ତୃତୀୟ ଭୂଇଁ କଣ୍ଟା ସହ, ପୋଟଳ ନଦା କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।
ଦୋଳବେଦୀ ଠାରେ ପାହି ମହାରଣା ମାନେ ଅଣସର ପାଇଁ ଅଣସର କୁଣ୍ଡ ଘୋଡିଆ ଏବଂ କାଠ, ବାଉଁଶ ସାମଗ୍ରୀ ଯୋଗାଇ ସାରି ଗୁଣ୍ଡିଛ ଘର ଗରୁଡ ମହାପ୍ରଭୁଙ୍କ ସ୍ନାନ ଏବଂ ବେଶ କାର୍ଯ୍ୟ ପାଇଁ କାଠ ନିର୍ମିତ ନିଶୁଣି, ତିନି ରଥ ରେ ଠାକୁରଙ୍କ ବେଶ ପାଇଁ ବେଶ ଘୋଡିଆ, ଚାଙ୍ଗଡ଼ା ଷ୍ଟାଣ୍ଡ, ବାଶୁଙ୍ଗା ପାଟ ଦଉଡ଼ି ବୋଳିବା ପାଇଁ ବାଉଁଶ କାଠି,ଏବଂ ରଥକୁ ଉଠି ନିର୍ମାଣ କାର୍ଯ୍ୟ ପାଇଁ ବାଉଁଶ ସିଡି ନିର୍ମାଣ ଜାରୀ ରଖିଛନ୍ତି।
ରଥ ନିର୍ମାଣକାରୀଙ୍କ ଉପସ୍ଥାନ
ତିନିରଥ ର ମହାରଣା ସେବକ –  ୭୮
ତିନିରଥ ର ଭୋଇ ସେବକ     –  ୭୬
ତିନିରଥ ର କରତୀ ସେବକ    –    ୪
ତିନିରଥ ଓଝା କମାର ସେବକ –  ୨୦
ତିନିରଥ ର ରୂପକାର ସେବକ  –  ୨୦
ତିନିରଥ ର ବିନ୍ଧ କାରୀଗର     –    ୨
ପାହି ମହାରଣା                     –    ୨
ରଥଖଳା ସହାୟକ(ପାଣି ବାଲା) –  ୧
          ମୋଟ – ୨୦୩ ଜଣ

 

LEAVE A REPLY

Please enter your comment!
Please enter your name here