By Our Correspondent
PURI:ଆଜି ରଥ ନିର୍ମାଣର ୪୨ ତମ ଦିବସରେ ରଥ ନିର୍ମାଣକାରୀ ସେବକ ମାନେ ରଥ ଖଳା ଠାରେ ସକାଳ ଘ.୮.୦୦ ଟିକା ପୂର୍ବରୁ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନ ରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।
ଆଜି ପୂର୍ବାହ୍ନରେ ତିନିରଥ ର ମୁଖ୍ୟ ମହାରଣା ତଥା ସହଯୋଗୀ ମହାରଣାଙ୍କ ଉପସ୍ଥିତିରେ ଭୋଇ ସେବକ ମାନେ ଚାରି ନାହାକା ରେ ପ୍ରଥମ ଭୂଇଁ ଛ ‘ କାଠିରେ ଚଣ।କ କଣ୍ଟା ବାଡ଼ିଆ ଶେଷ କରିଛନ୍ତି।
ପ୍ରଥମ ଭୂଇଁ ଛ ‘ କାଠିରେ କଣ୍ଟା ବାଡିଆ ପରେ ତିନିରଥ ରେ ଚଉଦ ନାହାକା ବୁଲି ପ୍ରଥମ ଭୂଇଁର ଖମ୍ବି ସଂଯୋଗ ହୋଇ ଚାରି ପାର୍ଶ୍ବରେ ପାଖୁଡ଼ା, ଛିଆଣ୍ , ଭୂଇଁ ଖମ୍ବ ସଂଯୋଗ ହୋଇଥାନ୍ତା, ପ୍ରାପ୍ତ ସୂଚନା ପ୍ରକାରେ ଦେବ ସ୍ନାନ ପୂର୍ଣ୍ଣମୀରେ ପ୍ରବଳ ଜନ ସମାଗମ ତଥା ଟ୍ରାଫିକ କଣ୍ଟ୍ରୋଲ ହେତୁ ରଥ ନିର୍ମାଣ କାରୀଙ୍କ ଯାତାୟତ ତଥା ନିର୍ମାଣ ସାମଗ୍ରୀ ଜିନିସାତ ନେବା ଆଣିବାରେ ସମ୍ଭବ ହୋଇପାରିନଥିଲା।
ଆଜି ରଥ ଚାଳିରେ ତିନିରଥ ଦୁଇଟି ଲେଖାଏଁ ୨୦ ଫୁଟିଆ କତରାର ମୁଖ ଭାଗରେ ହାତୀ ଶୁଣ୍ଢ ଖୋଦେଇ କାର୍ଯ୍ୟ ରୂପକାର ସେବକଙ୍କ ଦ୍ଵାରା ସମ୍ପନ୍ନ ହୋଇଛି।
ଏଥିସହ ତିନିରଥ କଳସ ପେଣ୍ଡି ପାଇଁ କରତୀ ସେବକ ମାନେ ଯୋଗାଇ ଦେଇଥିବା ଗଡରେ କଳସ ପେଣ୍ଡୀ ନିର୍ମାଣ ଜାରୀ ରହିଛି।
ଏଥିସହ ତିନିରଥ ର ଦୁଆର ମୁଁହ ର ନାଟ ଗୋଡ଼ ଫିଟିଙ୍ଗ ପାଇଁ ୪ ଗୋଟି ଗାରେଡିରେ ମଗର ମୁଖ ଧ୍ଵଜ ବତା ଫିତିଙ୍ଗ ଶେଷ ହୋଇଛି।
ରୂପକାର ସେବକ ମାନେ ତିନିରଥ ନାଟ ଗୋଡ଼ରେ କନ୍ଦର୍ପ ରୂପ ବା ରାହୁ ରୂପ ଖୋଦେଇ ଜାରୀ ରଖିଛନ୍ତି। ଏଥିସହ ତାଳଧ୍ଵଜ ରଥର ମୁଖ୍ୟ ମହାରଣାଙ୍କ ତତ୍ତ୍ଵାବଧାନରେ ମହାପ୍ରଭୁଙ୍କ ଅଣସର ତାଟି ଘର ପ୍ରସ୍ତୁତି ପାଇଁ ଆବଶ୍ୟକ ୩ ଟି ଅଣସର ଗୟଳ ସହ ଘର ପାଇଁ ୪ଗୋଟି ଲେଖାଏଁ ଚଉତା ଏବଂ ଖମ୍ବି ଯୋଗାଇଦେବା ସହ ତାଟି ଘର ନିର୍ମାଣ ଶେଷ କରିଛନ୍ତି।
ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା ସେବକ ମାନେ ତିନିରଥ ପ୍ରଥମ ଭୂଇଁ କଣ୍ଟା ନିର୍ମାଣ ଶେଷ କରି ଦ୍ୱିତୀୟ ଭୂଇଁ କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।
ଦୋଳ ବେଦୀ ଠାରେ ପାହି ମହାରଣା ମାନେ ଅଣସର ପାଇଁ ଆବଶ୍ୟକ କାଠ ନିର୍ମିତ ପୂଜା ସାମଗ୍ରୀ ନିର୍ମାଣ ଶେଷ କରି ଯୋଗାଇ ଦେବା ସହ ଅଣସର ଘର ପାଣି କୁଣ୍ଡ ଘୋଡିଆ ଚକା ପଟା ନିର୍ମାଣ ଶେଷ କରି, ତିନିରଥ ର ବେଶ ସାମଗ୍ରୀ ରଖିବାପାଇଁ ଚାଙ୍ଗଡ଼ା ଷ୍ଟାଣ୍ଡ ଏବଂ ବେଶ କାରୀଙ୍କ ପାଇଁ ବେଶ ଘୋଡିଆ ନିର୍ମାଣ ଶେଷ କରିଛନ୍ତି।
ରଥ ନିର୍ମାଣକାରୀଙ୍କ ଉପସ୍ଥାନ
ତିନିରଥ ର ମହାରଣା ସେବକ – ୭୮
ତିନିରଥ ର ଭୋଇ ସେବକ – ୭୭
ତିନିରଥ ର କରତୀ ସେବକ – ୪
ତିନିରଥ ଓଝା କମାର ସେବକ – ୨୦
ତିନିରଥ ର ରୂପକାର ସେବକ – ୨୧
ତୁମ୍ବ ବିନ୍ଧ କାରୀଗର – ୨
ପାହି ମହାରଣା – ୨
ରଥଖଳା ସହାୟକ (ପାଣି ବାଲା) ୧
ମୋଟ – ୨୦୫ ଜଣ




























