ରଥଖଳା:ରଥ ନିର୍ମାଣ କାର୍ଯ୍ୟ ୪୧ ତମ ଦିବସ-ଚାରି ନାହାକାରେ ପଡ଼ିଲା ପ୍ରଥମ, ପ୍ରଥମ ଭୂଇଁ ଛକାଠି, ଆସନ୍ତା କାଲି ପବିତ୍ର ସ୍ନାନ ପୂର୍ଣ୍ଣମୀରେ ତିନି ରଥରେ ବୁଲିବ ୧୪ ନାହାକା, ତିନିରଥ ର ଦ୍ୱିତୀୟ ଭୂଇଁ ବା ମଝି ଭୂଇଁ ଫ୍ରେଂମ ପ୍ରସ୍ତୁତି ଜାରୀ ରହିଛି, ଆଜି ତିନିରଥ ୪ ଗୋଟି ଲେଖାଏଁ କତରାରୁ ଦୁଇଟି ଲେଖାଏଁ କତରା ନିର୍ମାଣ ଶେଷ ହୋଇଛି

0
248

By Our Correspondent

PURI: ଆଜି ରଥ ନିର୍ମାଣର ୪୧ ତମ ଦିବସ ରେ ନିର୍ମାଣକାରୀ ସେବକ ମାନେ ରଥଖଳା ଠାରେ ସକାଳ ଘ.୮.୦୦ ଟିକା ପୂର୍ବରୁ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।

ଗତକାଲି ସୁଦ୍ଧା ତିନିରଥ ର ମୋଟ ୪୪ ଗୋଟି ଯୋକା ରଥର ଚତୁର୍ପାର୍ଶ୍ଵ କୋଣ  ମାନଙ୍କରେ ଫିଟିଙ୍ଗ ହେବାସହ ରଥ ଚଳୀରେ ପ୍ରଥମ ଭୂଇଁ ଫ୍ରେମ ନିର୍ମାଣ ଶେଷ ହୋଇ ଫ୍ରେମ ର ବିଭିନ୍ନ ଅଂଶ ଖୋଲାଜିବା ପୂର୍ବରୁ ନମ୍ୱରିଂ କାର୍ଯ୍ୟ ଶେଷ ହୋଇଥିଲା।.
ଚାରି ନାହାକାରେ ପଡ଼ିଲା ପ୍ରଥମ, ପ୍ରଥମ ଭୂଇଁ ଛକାଠି, ଆସନ୍ତା କାଲି ପବିତ୍ର ସ୍ନାନ ପୂର୍ଣ୍ଣମୀରେ ତିନି ରଥରେ ବୁଲିବ ୧୪ ନାହାକା.
ଆଜି ତିନିରଥ ର ପ୍ରଥମ ଭୂଇଁ ଫ୍ରେଂମ ଖୋଲା ଯିବାପରେ ମହାରଣା ସେବକ ମାନେ ଭୋଇ ସେବକଙ୍କ ସହଯୋଗରେ ତିନିରଥ ର ଚାରି ନାହାକା ରେ ପ୍ରଥମ ଭୂଇଁ ର ଚାଉତା ବା ଛ ‘କାଠି ସେଟିଂ ହୋଇଅଛି। (ପ୍ରଥମ ଭୂଇଁ ର  ଏହି ଛକାଠୀ ବା ଓରାରେ ୪ ଗୋଟି ଖମ୍ବି ସଂଯୋଗ ହୋଇ ଚାରି ପାର୍ଶ୍ବରେ ୨୪ ଟି ପାଖୁଡ଼ା ଏବଂ ୧୬ ଟି ଛିଆଣ, ପାଖୁଡ଼ା କୁ ଧରି ରଖିବା ପାଇଁ ୨୪ ଟି ଭୂଇଁ ଖମ୍ବି ଚରି ପାର୍ଶ୍ବରେ ସଂଯୋଗ ହେବ। ଆସନ୍ତା କାଲି ତିନିରଥ ରେ ଚଉଦ ନାହାକା ବୁଲିବା ପରେ ପ୍ରଥମ ଭୂଇଁ ର ବାକି ଅଂଶ ସଂଯୋଗ ହେବ।
ସେଥି ପାଇଁ ତାର ପୂର୍ବ ପ୍ରସ୍ତୁତି ଶେଷ ହୋଇଛି। ଭୋଇ ସେବକ ମାନେ ତିନି ରଥ ର ମହାରଣା ସେବକ ମାନଙ୍କୁ ଚାରି ଫୁଟ ଲମ୍ବର ନଡ଼ିଆ ଗର ବା ଖଦୀ ଓରା ଯୋଗାଇ ଦେବା ପରେ ମହାରଣା ସେବକ ମାନେ ସେହି ନଡ଼ିଆ ଗର ର ଉଭୟ ପାର୍ଶ୍ବ କୁ ଚିତା କରି ତିନି ରଥ ଦଣ୍ଡା ରେ ପକାଜାଇ ତାର ବିନ୍ଧ କାପ କରାଯାଇ ସେଟିଂ କରାଯାଇଅଛି। ଆସନ୍ତା କାଲି ତିନି ରଥର ୧୪ ନାହାକା ବୁଲିବା ସହ ପ୍ରଥମ ଭୂଇଁ ‘ ଛ ‘ କାଠି ରେ ପାଖୁଡ଼ା ସଂଯୋଗ ହେବ ।
ଆଜି ତିନିରଥ ର ଦ୍ୱିତୀୟ ଭୂଇଁ ବା ମଝି ଭୂଇଁ ଫ୍ରେଂମ ପ୍ରସ୍ତୁତି ଜାରୀ ରହିଛି, ଆଜି ତିନିରଥ ୪ ଗୋଟି ଲେଖାଏଁ କତରାରୁ ଦୁଇଟି ଲେଖାଏଁ କତରା ନିର୍ମାଣ ଶେଷ ହୋଇଛି।
ରୂପକାର ସେବକ ମାନେ ତିନିରଥ ର ଦୁଆର ବେଢ଼ା ପାଇଁ ୨୪ ଗୋଟି ନାଟ ଗୋଡ଼ରେ ରାହୁ ରୂପ ବା କନ୍ଦର୍ପ ରୂପ ଖୋଦେଇ ଜାରୀ ରଖିଛନ୍ତି।
ଦୋଳବେଦୀ କମାର ଶାଳ ରେ ଓଝା ସେବକ ମାନେ ଭୂଇଁ କଣ୍ଟା ସହ ପୋଟଳ ବଦା କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।
ରଥ ନିର୍ମାଣକାରୀଙ୍କ ଉପସ୍ଥାନ
ତିନିରଥ ର ମହାରଣା ସେବକ –  ୭୮
ତିନିରଥ ର ଭୋଇ ସେବକ     –  ୭୭
ତିନିରଥ ର କରତୀ ସେବକ    –   ୪
ତିନିରଥ ଓଝା କମାର ସେବକ –  ୨୦
ତିନିରଥ ରୂପକାର ସେବକ     –  ୨୧
ତୁମ୍ବ ବିନ୍ଧ କାରୀଗର              –   ୨
ପାହି ମହାରଣା                     –  ୨
ରଥଖଳା ସହାୟକ(ପାଣି ବାଲା)  ୧
             ମୋଟ – ୨୦୫ ଜଣ

LEAVE A REPLY

Please enter your comment!
Please enter your name here