By Our Correspondent
PURI/BHUBANESWAR: ଆଜି ରଥ ନିର୍ମାଣର ୩୬ ତମ ଦିବସରେ ରଥ ନିର୍ମାଣକାରୀ ସେବକ ମାନେ ରଥ ଖଳା ଠାରେ ସକାଳ ଘ.୮.୦୦ ଟିକା ସମୟ ପୂର୍ବରୁ ଉପସ୍ଥିତ ହୋଇ ଉପସ୍ଥାନ ପରେ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନ ପ୍ରକାରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ଗତକାଲି ତିନିରଥ ର ଚକ ଥାକ ସହ ଦିଗ ନିର୍ଣ୍ଣୟ ପୂର୍ବକ ତିନି ରଥ ଅଖ ଉପରକୁ ଦଣ୍ଡା ଫ୍ରେମ ଉଠିବା ସମ୍ପନ୍ନ ହୋଇଥିଲା.ଗତକାଲି ତିନିରଥ ଅଖ ଉପରକୁ ଦଣ୍ଡା ଫ୍ରେମ ଉଠିଲାପରେ ଦଣ୍ଡାଗୁଡ଼ିକ ଅଖ ଉପରେ ସେଟିଂ ପାଇଁ ମାପ ଚିହ୍ନ ପଡ଼ିଥିଲା
ଆଜି ପୂର୍ବାହ୍ନରେ ତିନିରଥ ର ମୁଖ୍ୟ ମହାରଣା ଙ୍କ ତତ୍ତ୍ଵାବଧାନରେ ତିନିରଥ ର ସହଯୋଗୀ ମହାରଣା ଏବଂ ଭୋଇ ସର୍ଦ୍ଦାର ରବି ଭୋଇ ଙ୍କ ନେତୃତ୍ୱରେ ଭୋଇ ସେବକ ମାନଙ୍କ ସହଯୋଗରେ ମହାରଣା ସେବକ ମାନେ ତିନି ରଥର ‘ଦଣ୍ଡା ଗୋଲେଇ ‘ କାର୍ଯ୍ୟ (ଦଣ୍ଡା ଗୁଡ଼ିକରେ ଅର୍ଦ୍ଧ ଚନ୍ଦ୍ରିକାର ଖୋଦେଇ କାର୍ଯ୍ୟ) କରିଥିଲେ।
ତିନିରଥ ର ଦଂଡାକୁ ଅଖ ସହ ସେଟିଂ କରାଯାଇ ପାଞ୍ଚ ଦଣ୍ଡା ଆଗ ଓ ପଛରେ ମୁହାଁଟ ସଂଯୋଗ ହୋଇ ଆଗ ମୁହାଁଟ ରେ ପାଞ୍ଚୋଟି ସାଲ ଗୁଜ ଏବଂ ପଛ ମୁହାଁଟ ରେ ତିନୋଟି ଜଳଯନ୍ତ୍ର ଏବଂ ଦୁଇଟି ସାଲ ଗୁଜ ଉଠି ଗୁଜ ଉପରେ ନିରାଡି ଉଠିଥିଲା, କୁଡୁକା ସଂଯୋଗ ପରେ କାତା ଦଉଡିରେ ଟାଣ ଦେଇ ବାନ୍ଧେଣି କରାଯାଇଥିଲା।
ଏହାପରେ ଅପରାହ୍ନରେ ଅନୁକୂଳ ପୂଜା ପୂର୍ବକ ତିନି ରଥର ମୁଖ୍ୟ ଓଝା କମାର ସେବକ,ମୁଖ୍ୟ ମହାରଣା ଏବଂ ମୁଖ୍ୟ ଭୋଇ ସେବକଙ୍କ ଉପସ୍ଥିତି ରେ ତିନିରଥ ଅଖ ଉପରେ ଦଣ୍ଡା ପ୍ରେଂମ ମଜବୁତ୍ ପାଇଁ କଣ୍ଟା ବାଡ଼ିଆ ଶେଷ ହୋଇଅଛି। ତାଳଧ୍ଵଜ ରଥ ଦଣ୍ଡା ଗୁଡ଼ିକରେ ୭୪ ଗୋଟି, ଦର୍ପଦଳନ ରଥ ଦଣ୍ଡା ଗୁଡ଼ିକରେ ୫୮ ଟି ଏବଂ ନନ୍ଦିଘୋଷ ରଥର ଦଣ୍ଡା ଗୁଡ଼ିକରେ ୮୮ ଗୋଟି ଘଡି ମୁହଁ ଅଗ ପାତେଳି, ଚଉରସ ବା ଦଣ୍ଡା ବିଡିଆ କଣ୍ଟା ବା ପୋଖରିଆ କଣ୍ଟା ବାଡିଆ ଯାଇଅଛି।
ଆସନ୍ତାକାଲି ତିନି ରଥରେ ଦୁଇଟି ଲେଖାଏଁ ଗରାଗରା ଉଠି କଣ୍ଟା ଵାଡିଆ କାର୍ଯ୍ୟ ସମ୍ପନ୍ନ ପରେ ପୋଲା ଗୟଳ ପଡ଼ିବ ବୋଲି ସୂଚନା ମିଳିଛି।ରୂପକାର ସେବକ ମାନେ ବେଦି ସିଂହାସନ ମୁହାଁଟି ରେ ଚିତ୍ର ଖୋଦେଇ ର ପଲିସ କାର୍ଯ୍ୟ ସହ ନାଟ ଗୋଡ଼ରେ ରାହୁରୁପ୍ ବା ଗନ୍ଧର୍ବ ରୂପ ଖୋଦେଇ ଜାରୀ ରଖିଛନ୍ତି।
ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା ସେବକ ମାନେ ପୋଟଳ ପାଇଁ ଗୋଡ଼ି ଛାଲ କଣ୍ଟା, ଗୟଳ ପାଇଁ ତାଗ କଣ୍ଟା ନିର୍ମାଣ ନିର୍ମାଣ ଜାରୀ ରଖିଛନ୍ତି।
ରଥ ନିର୍ମାଣକାରୀଙ୍କ ଉପସ୍ଥାନ
ତିନିରଥ ର ମହାରଣା ସେବକ – ୭୭
ତିନିରଥ ର ଭୋଇ ସେବକ – ୭୭
ତିନିରଥ ର କରତୀ ସେବକ – ୪
ତିନିରଥ ଓଝା କମାର ସେବକ – ୨୦
ତିନିରଥ ର ରୂପକାର ସେବକ – ୨୧
ତୁମ୍ବ ବିନ୍ଧ କାରୀଗର – ୨
ପାହି ମହାରଣା – ୩
ରଥଖଳା ସହାୟକ (ପାଣି ବାଲା) – ୧
ମୋଟ – ୨୦୫ ଜଣ

























