ରଥଖଳା:ରଥ ନିର୍ମାଣ କାର୍ଯ୍ୟ ୨୯ ତମ ଦିବସ- ତିନି ରଥର ଶେଷ ହୋଇଛି ୮ ଟି ଲେଖାଏଁ ନାଟଗୋଡ ର ଉଭୟ ପାର୍ଶ୍ବର ମୁଖ ସାଲ କାର୍ଯ୍ୟ, ଏହି ନାଟ ଗୋଡ଼ରେ ଗନ୍ଧର୍ବ ରୂପ ଖୋଦେଇ କରିବେ ରୂପକାର ସେବକ ମାନେ

0
419

By Our Correspondent

BHUBANESWAR:      ଆଜି ରଥ ନିର୍ମାଣର ୨୯ ତମ ଦିବସ ରେ ରଥ ନିର୍ମାଣକାରୀ ସେବକ ମାନେ ସବୁଦିନ ପାରି ଆଜି ସକାଳ ଘ.୮.୦୦ ଟିକା ପୂର୍ବରୁ ରଥ ଖଳା ଠାରେ ଉପସ୍ଥିତ ହୋଇ ଉପସ୍ଥାନ ପରେ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନ ରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।

ତିନିରଥ ର ଚକ ନିର୍ମାଣ ଶେଷ ପରେ,ଆରମ୍ଭ ହୋଇଯାଇଛି ତିନିରଥ ର ଅଖ ନିର୍ମାଣ, ତତ୍ ସହିତ ରଥର ବିଭିନ୍ନ ଅଂଶ ର ନିର୍ମାଣ କାର୍ଯ୍ୟ  ସମସ୍ତ ଅଖ ନିର୍ମାଣ ପରେ ପାଞ୍ଚ ଦଣ୍ଡା ଚଉପଟ ହୋଇ ସେଥିରେ ଉଭୟ ପଟରେ ମୁହାଁଟି ସଂଯୋଗ ହୋଇ ପ୍ରସ୍ତୁତ ହେବ ରଥ ପ୍ରେମ, ଏହି ପ୍ରେମର ଉଭୟ ପାର୍ଶ୍ଵରେ  କୁଡୁକା ଦ୍ଵାରା ସଂଯୁକ୍ତ ହେବ ପାର୍ଶ୍ୱଦଣ୍ଡା, ପାଞ୍ଚ ଦଣ୍ଡାର ଆଗ ଏବଂ ପଛରେ  ଗରଗରା ପଡ଼ି ଉଠିବ  ଚାରି ନାହାକା ,ଚାରି ନାହାକାର ଚତୁର୍ପାର୍ଶ୍ୱର ଉଠିବ ଚଉଦ ନାହାକା, ଏହାପରେ ତିନିରଥ ର ଭୂଇଁ ସ୍ଥାପନ, ଏହି କ୍ରମରେ ତିନିରଥ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନ ତଥା ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଗତିଶୀଳ ହୋଇଛି ରଥ ନିର୍ମାଣ କାର୍ଯ୍ୟ ।

ତିନିରଥ ର ଦୁଇଟି ଲେଖାଏଁ  ୨୯ ଫୁଟିଆ ଗରଗରାର ଚଉପଟ ଶେଷ ପରେ   ଗରଗରା ର ଉଭୟ ପାର୍ଶ୍ଵରେ ବିନ୍ଧ କାର୍ଯ୍ୟ ମଧ୍ୟ ଶେଷ ପର୍ଯ୍ୟାୟରେ।

ତିନିରଥ ର ୨୦ ଫୁଟିଆ ଚାରିନହାକାର ଚଉପଟ ସହ ଅଷ୍ଟକୋଣୀ ଆଂଶ ମାରା କାର୍ଯ୍ୟ ଶେଷ ପର୍ଯ୍ୟାୟରେ।

ତିନି ରଥର ୧୦ ଟି ଲେଖାଏଁ ୧୪ ବାହାକାର ଚଉପଟ ସହ ଆଠ କୋଣୀ ଆଁଶ ମାରା କାର୍ଯ୍ୟ ଶେଷ ହୋଇଥିଲା, ଆଜି  ତିନିରଥ ର ବାକି ୪ଟି ଲେଖାଏଁ ୧୪ ନାଗାକାର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ।

ଆଜି ତିନି ରଥର ଶେଷ ହୋଇଛି ୮ ଟି ଲେଖାଏଁ ନାଟଗୋଡ ର ଉଭୟ ପାର୍ଶ୍ବର ମୁଖ ସାଲ କାର୍ଯ୍ୟ, ଏହି ନାଟ ଗୋଡ଼ରେ ଗନ୍ଧର୍ବ ରୂପ ଖୋଦେଇ କରିବେ ରୂପକାର ସେବକ ମାନେ।

ରୂପକାର ସେବକ ମାନେ ତିନିରଥ ର ସାଲ ଗୁଜ ବା କୋଣଗୁଜ ଖୋଦେଇ ରୂପରେ  ଅଳଙ୍କାର ପକା କାର୍ଯ୍ୟର ଶେଷ ସ୍ପର୍ଶ ଦେଉଛନ୍ତି, ଆସନ୍ତା କାଲିଠାରୁ ଆରମ୍ଭ କରିବେ ତିନିରଥ ସିଂହାସନ ପ୍ରେମ ର ରୂପ ଖୋଦେଇ କାର୍ଯ୍ୟ।

କରତୀ ସେବକ ମାନେ ତାଳଧ୍ଵଜ ରଥର ୪୦ ଫୁଟିଆ ପୋଲ ଗୟଳ ଚିରଟ କାର୍ଯ୍ୟ  ଶେଷ ପର୍ଯ୍ୟାୟରେ ପହଁଚିଛି ।

ଆଜି ଆରମ୍ଭ ହେବାକୁ ଥିବା ତିନିରଥ ର ଆଞ୍ଚ ଦଣ୍ଡାର ଅନୁକୂଳ ସହ ଚଉପଟ କାର୍ଯ୍ୟ କୁ ଆସନ୍ତାକାଲି ଆରମ୍ଭ ହେବ ବୋଲି ମୁଖ୍ୟ ମହାରଣା ମାନେ ସୂଚନା ଦେଇଛନ୍ତି।

ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା ସେବକ ମାନେ ତିନି ରଥର ଗଣ୍ଡା କଣ୍ଟା, ଗୟଳ କଣ୍ଟା ସହ ଗରଗରା କଣ୍ଟା ନିର୍ମାଣ ଜାରୀରଖିଛନ୍ତି ।

ଦୋଳବେଦୀ ଠାରେ ପାହି ମହାରଣା  ମାନେ ଅଣସର ତଥା ରଥଯାତ୍ରା ରେ ସେବା ନୀତି ନିମନ୍ତେ କାଠ ନିର୍ମିତ ସରଞ୍ଜାମ ନିର୍ମାଣ ଜାରୀ ରଖିଛନ୍ତି।

 

ନିର୍ମାଣକାରୀଙ୍କ ଉପସ୍ଥାନ

ତିନିରଥ ମହାରଣା ସେବକ –  ୭୮

ତିନିରଥ ଭୋଇ ସେବକ     –  ୭୭

ତିନିରଥ କରତୀ ସେବକ    –   

ତିନିରଥ ଓଝା କମାର ସେବକ  –  ୨୦

ତିନିରଥ ରୂପକାର ସେବକ   –  ୨୧

ତୁମ୍ବ ବିନ୍ଧ କାରିଗର                 –   

ପାହି ମହାରଣା                       –  

ରଥ ଖଳା ସହାୟକ(ପାଣି ବାଲା) – 

                           ମୋଟ୨୦୬ ଜଣ

 

 

LEAVE A REPLY

Please enter your comment!
Please enter your name here