ରଥଖଳା:ରଥ ନିର୍ମାଣ କାର୍ଯ୍ୟ ୨୬ ତମ ଦିବସ- କାର୍ଯ୍ୟ ଶେଷ ବେଳକୁ ନନ୍ଦିଘୋଷ ରଥର ଦୁଇଟି ବ୍ରେକ ଅଖ ର ଉଭୟ ପାର୍ଶ୍ବ ଚଉପଟ ସହ ଗୋଲେଇ କାର୍ଯ୍ୟ ଶେଷ ହୋଇଥିବାବେଳେ ତାଳଧ୍ଵଜ ରଥ ଏବଂ ଦର୍ପ ଦଳନ ରଥର ବ୍ରେକ ଅଖ ଉଭୟ ପାର୍ଶ୍ବ ଚଉପଟ କାର୍ଯ୍ୟ ଶେଷ ହୋଇ ଉଭୟ ପେଟ ଗୋଲେଇ କାର୍ଯ୍ୟ ଜାରୀ ରହିଛି

0
335

By Our Correspondent

PURI/BHUBANESWAR:  ଆଜି ରଥ ନିର୍ମାଣର ୨୬ ତମ ଦିବସରେ ରଥ ନିର୍ମାଣକାରୀ ସେବକ ମାନେ ସକାଳ ଘ ୮.୦୦ ଟିକା ପୂର୍ବରୁ ରଥ ଖଳା ଠାରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।

ଗତକାଲି ସୁଦ୍ଧା ତିନି ରଥର ୩୯ ଗୋଟି ଚକ ନିର୍ମାଣ ଶେଷ ହୋଇ ବାକି ତିନିରଥ ର ଶେଷ ଗୋଟିଏ ଗୋଟିଏ ଚକର ତୁମ୍ବ ରେ ସିଙ୍ଗଡ଼ା ଗାଡ଼ିଆ କାର୍ଯ୍ୟ ପରେ ଆଜି ତିନିରଥ ମହାରଣା ସେବକ ମାନେ ତୁମ୍ବ ସିଙ୍ଗଡ଼ା ରେ ପଇ ରଖି ମାପ ଚିହ୍ନ ଦେଇ ସିଙ୍ଗଡ଼ା କଟିଙ୍ଗ ସହ ଅର ମୁଖ ସାଲ କରି ପଇ ସଂଯୋଗ ପରେ ପଇ କଳସା ଶେଷ ପର୍ଯ୍ୟାୟରେ ପହଁଚିଛି, ଆସନ୍ତାକାଲି ତିନିରଥ ର ଶେଷ ଚକ ଗୁଡ଼ିକର ପଇ କଳସା ପରେ ପଇ ବିନ୍ଧ ରେ କିଳା ବାଡିଆ କାର୍ଯ୍ୟ ଶେଷ ହେବ।

ଏଥିସହ ଆଜି ରଥ ଅମୀନ ତିନି ରଥ ଚାଳି କୁ ଭୋଇ ସେବକ ମାନଙ୍କ ସହାୟତାରେ ତିନିରଥ ଚାଳିକୁ ଦୁଇଟି ଲେଖାଏଁ ୪୦ ଫୁଟିଆ ବ୍ରେକ ଅଖ ଏବଂ ତିନି ରଥର ଗରଗରା ନିର୍ମାଣ ପାଇଁ ଦୁଇଟି ଲେଖାଏଁ ୨୦ ଫୁଟିଆ ଧଉରା କାଠ  ଯୋଗାଇଥିଲେ, କାର୍ଯ୍ୟ ଶେଷ ବେଳକୁ ନନ୍ଦିଘୋଷ ରଥର ଦୁଇଟି ବ୍ରେକ ଅଖ ର ଉଭୟ ପାର୍ଶ୍ବ ଚଉପଟ ସହ ଗୋଲେଇ କାର୍ଯ୍ୟ ଶେଷ ହୋଇଥିବାବେଳେ ତାଳଧ୍ଵଜ ରଥ ଏବଂ ଦର୍ପ ଦଳନ ରଥର ବ୍ରେକ ଅଖ ଉଭୟ ପାର୍ଶ୍ବ ଚଉପଟ କାର୍ଯ୍ୟ ଶେଷ ହୋଇ ଉଭୟ ପେଟ ଗୋଲେଇ କାର୍ଯ୍ୟ ଜାରୀ ରହିଛି। ଆସନ୍ତା କାଲି ତିନି ରଥର ଗରଗର କାଠର ଚଉପଟ କାର୍ଯ୍ୟ ଆରମ୍ଭ ହେବ।

ରୂପକାର-ରୂପକାର ସେବକ ମାନେ ତିନିରଥ ସାଲ ଗୁଜ ରେ ରୂପ ଖୋଦେଇ ସହ ଶେଷ ହୋଇଥିବା ରୁପଗୁଡ଼ିକର ପଲିସ କାର୍ଯ୍ୟ ଏବଂ ରୁପଗୁଡ଼ିକରେ ଅଳଙ୍କାର ପକା କାର୍ଯ୍ୟ ଜାରୀ ରଖିଛନ୍ତି।

କମାର ଶାଳ-  ଦୋଳବେଦୀ ଅସ୍ଥାଇ କାମାର ଶାଳରେ ଓଝା ସେବକ ମାନେ ତିନିରଥ ଦଣ୍ଡା କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।

ରଥ ନିର୍ମାଣକାରୀଙ୍କ ଉପସ୍ଥାନ

 ତିନିରଥ ମହାରଣା ସେବକ –  ୭୮

ତିନିରଥ ଭୋଇ ସେବକ      –  ୭୬

ତିନିରଥ କରତୀ ସେବକ     –   

ତିନରଥ ଓଝା କମାର ସେବକ  –  ୨୦

ତିନିରଥ ରୂପକାର ସେବକ   –  ୨୧

ତୁମ୍ବ ବିନ୍ଧ କାରୀଗର                –  

ପାହି ମହାରଣା                       – 

ରଥଖଳା ସହାୟକ (ପାଣି ବାଲା)  

                        ମୋଟ୨୦୫ ଜଣ

LEAVE A REPLY

Please enter your comment!
Please enter your name here