ରଥଖଳା:ରଥ ନିର୍ମାଣ କାର୍ଯ୍ୟ ତ୍ରୟବିଂଶ ତମ ଦିବସ- ତିନିରଥ ର ୮ ଟି ଲେଖାଏଁ ୧୨ ଗୋଟି ଭୂଇଁ ଚଉତା , ୪ ଗୋଟି ଲେଖାଏଁ ମୁହାଁଟ , ୪ଗୋଟି ଲେଖାଏଁ ନିରାଡ଼ି ଏବଂ ୧୨ ଗୋଟି ଲେଖାଏଁ ଭୂଇଁ ଖମ୍ବି ଗୁଡ଼ିକର ଚଉପଟ କାର୍ଯ୍ୟ ଶେଷ ହୋଇ ସେଗୁଡ଼ିକର ବିନ୍ଧ କାର୍ଯ୍ୟ ଜାରି ରହିଛି

0
513

By Our Correspondent

PURI/BHUBANESWAR:   ଦୈନଦିନ ପରି ଆଜି ତିନି ରଥର ନିର୍ମାଣକାରୀ ସେବକ ମାନେ ସକାଳ ଘ.୮.୦୦ ଟିକା ପୂର୍ବରୁ ରଥ ଖଳା ଠାରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ  ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।

ଗତ କାଲି ସୁଦ୍ଧା ତିନି ରଥର ୩୫ ଗୋଟି ଚକ ନିର୍ମାଣ ଶେଷ ହୋଇଥିଲା, ସେଥି ମଧ୍ୟରୁ ତାଳଧ୍ଵଜ ରଥର ୧୪ ଗୋଟି ଚକ ମଧ୍ୟରୁ ୧୧ ଗୋଟି ଚକ ନିର୍ମାଣ ଶେଷ ହୋଇଥିବାବେଳେ, ଦର୍ପ ଦଳନ ରଥର ୧୨ ଗୋଟି ଚକ ମଧ୍ୟରୁ ୧୦ ଗୋଟି ଚକ ଏବଂ ନନ୍ଦିଘୋଷ ରଥର ୧୬ ଗୋଟି ଚକ ମଧ୍ୟରୁ ୧୪ ଗୋଟି ଚକ ନିର୍ମାଣ ଶେଷ ହୋଇଥିଲା।

ବାକି ତାଳଧ୍ଵଜ ରଥର  ୩ ଗୋଟି ଚକ ,ଦର୍ପ ଦଳନ ଏବଂ ନନ୍ଦିଘୋଷ ରଥର ୨ ଗୋଟି ଲେଖାଏଁ ମୋଟ ୭ ଗୋଟି ଚକ ପାଇଁ ରହିଥିବା ପଇ ଉପଯୋଗୀ ନହେବା ଦୃଷ୍ଟିରୁ ବରିଷ୍ଠ ତତ୍ତ୍ୱାବଧାରକ ଗତକାଲି ଠାରୁ କଟିଙ୍ଗ ପଇ ଖପୁରିଆ ସ ମିଲ ରୁ କଟିଙ୍ଗ କରାଇ ଆଜି ଅପରାହ୍ନ ସୁଦ୍ଧା ରଥ ଖଳା ଠାରେ ପହଞ୍ଚାଇବାର ବନ୍ଦୋବସ୍ତ କରିଥିଲେ। ଯାହାକି ବାକି ୭ ଗୋଟି ଚକର ନିର୍ମାଣ ପାଇଁ ତିନିରଥ ମହାରଣା ସେବକ ପଇବିନ୍ଧ କାର୍ଯ୍ୟ ଆରମ୍ଭ କରିଛନ୍ତି।

ଏଥିସହ ତିନି ରଥର ମହାରଣା ସେବକ ମାନେ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନ ରେ ତିନିରଥ ର ବାକି ଅଂଶ ଗୁଡ଼ିକର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ତିନିରଥ ର ୮ ଟି ଲେଖାଏଁ ୧୨ ଗୋଟି ଭୂଇଁ ଚଉତା , ୪ ଗୋଟି ଲେଖାଏଁ ମୁହାଁଟ , ୪ଗୋଟି ଲେଖାଏଁ ନିରାଡ଼ି ଏବଂ ୧୨ ଗୋଟି ଲେଖାଏଁ ଭୂଇଁ ଖମ୍ବି ଗୁଡ଼ିକର ଚଉପଟ କାର୍ଯ୍ୟ ଶେଷ ହୋଇ ସେଗୁଡ଼ିକର ବିନ୍ଧ କାର୍ଯ୍ୟ ଜାରିରହିଛି।

ଏଥିସହ ତିନିରଥ ର ମୋଟ ୪୪ ଗୋଟି ଯୋକା ରୁ ତିନିରଥ ମହାରଣା ସେବକ ମାନେ ୧୦ ଗୋଟି ଲେଖାଏଁ ଯୋକା ନିର୍ମାଣ ଶେଷ କରିଛନ୍ତି।

ରୂପକାର ଚାଳି-ରୂପକାର ସେବକ ମାନେ ତିନି ରଥର ସାଲ ଗୁଜରେ ନୃସିଂହ ରୂପ ଖୋଦେଇ ସହ ଖୋଦେଇ ଶେଷ ହୋଇଥିବା ରୂପ ଗୁଡ଼ିକର ପଲିସ୍ କାର୍ଯ୍ୟ ଜାରୀ ରଖିଛନ୍ତି।

କମାର ଶାଳ- ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା କମାର ସେବକ ମାନେ ତିନି ରଥର ଅଖ ଦଣ୍ଡା ବିଡିଆ ଏବଂ ଚଉରସ କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।

ପାହି ମହାରଣା-ଦୋଳବେଦୀ ଠାରେ ସ୍ନାନଯାତ୍ରା ଏବଂ ରଥଯାତ୍ରା ରେ ଆବଶ୍ୟକ କାଠ, ବାଉଁଶ ରେ ନିର୍ମିତ ପୂଜା  ସରଞ୍ଜାମ ପାହି  ମହାରଣା ନିର୍ମାଣ କାର୍ଯ୍ୟ ଜାରୀ ରଖିଛନ୍ତି।

ରଥ ନିର୍ମାଣକାରୀଙ୍କ ଉପସ୍ଥାନ

ତିନିରଥ ର ମହାରଣା ସେବକ –   ୭୭

ତିନିରଥ ର ଭୋଇ ସେବକ     –  ୭୬

ତିନିରଥ ର କରତୀ ସେବକ     –     ୪

ତିନିରଥ ଓଝା କମାର ସେବକ –   ୨୦

ତିନିରଥ ରୂପକାର ସେବକ      –    ୨୧

ତୁମ୍ବ ବିନ୍ଧ କାରୀଗର               –      ୨

ପାହି ମହାରଣା                      –      ୨

ରଥଖଳା ସହାୟକ (ପାଣି ବାଲା) –   ୧

ମୋଟ – ୨୦୩ ଜଣ

 

 

 

LEAVE A REPLY

Please enter your comment!
Please enter your name here