ରଥଖଳା:ରଥ ନିର୍ମାଣ କାର୍ଯ୍ୟ ଦ୍ୱାବିଂଶ ତମ ଦିବସ- ତିନି ରଥର ୪ ଗୋଟି ଲେଖାଏଁ ମୁହାଁଟ ଏବଂ ୪ ଗୋଟି ଲେଖାଏଁ ନୀରାଡ଼ି କାଠ ର ଚଉପଟ କାର୍ଯ୍ୟ ଶେଷ ହୋଇ ଦୁଇ ମୁଖ ବିନ୍ଧ ପାଇଁ ମାପ ଗାରିଆ ଶେଷ

0
723

By Our Correspondent

PURI/BHUBANESWAR:   ସବୁଦିନ ପରି ଆଜି ସକାଳ ଘ.୮.୦୦ ଟିକା ପୂର୍ବରୁ ରଥ ନିର୍ମାଣକରୀ ସେବକ ବୃନ୍ଦ ରଥ ଖଳା ଠାରେ ଉପସ୍ଥିତ ହୋଇ ନିର୍ମାଣ କାର୍ଯ୍ୟରେ ଯୋଗ ଦେଇଥିଲେ।

ଆଜିସୁଦ୍ଧା ତିନିରଥ ମୋଟ ୪୨ ଗୋଟି ଚକ ରୁ ୩୫ ଗୋଟି ଚକ ର ନିର୍ମାଣ ଶେଷ ହୋଇଛି।ଏଥିସହ ତିନି ରଥର ୧୨ ଗୋଟି ଲେଖାଏଁ ଭୂଇଁ ଚଉତା କଠରୁ ୮ ଟି ଲେଖାଏଁ ଭୂଇଁ ଚଉତା ର ଚଉପଟ କାର୍ଯ୍ୟ ଶେଷ ହୋଇଛି।

ଆଜିସୁଦ୍ଧା ତିନି ରଥର ୪ ଗୋଟି ଲେଖାଏଁ ମୁହାଁଟ ଏବଂ ୪ ଗୋଟି ଲେଖାଏଁ ନୀରାଡ଼ି କାଠ ର ଚଉପଟ କାର୍ଯ୍ୟ ଶେଷ ହୋଇ ଦୁଇ ମୁଖ ବିନ୍ଧ ପାଇଁ ମାପ ଗାରିଆ ଶେଷ ହୋଇଛି।

ଆଜି ତିନିରଥ ର ଅଖ ନିର୍ମାଣ ପାଇଁ ଦ୍ୱିତୀୟ ଦଫାରେ ରଥ ଅମୀନ ତିନି ରଥ ବାହାର ଚାଳି କୁ ଦୁଇଟି ଲେଖାଏଁ ୪୦ ଫୁଟିଆ ଧଉରା କାଠ ଯୋଗାଇଛନ୍ତି ।

ଏଥିସହ ଆଜି ରଥ ଅମୀନ ତିନିରଥ ର ଯୋକା ନିର୍ମାଣ ପାଇଁ ପ୍ରତି ରଥ ଚାଳିକୁ ୪ ଗୋଟି ଲେଖାଏଁ ୧୨ ଫୁଟିଆ ଧଉରା କାଠ  ଯୋଗାଇ ଥିଲେ ତାର ଚଉପଟ କାର୍ଯ୍ୟ ତିନି ରଥର ମହାରଣା ମାନେ ଜାରୀ ରଖିଛନ୍ତି।

ରୂପକାର- ତିନିରଥ ରୂପକାର ସେବକ ମାନେ ସାଲ ଗୁଜରେ ରୂପ ଖୋଦେଇ ସହ ରୂପ ଖୋଦେଇ ଶେଷ ହୋଇଥିବା ରୂପ ଗୁଡ଼ିକର ପଲିସ୍ କାର୍ଯ୍ୟ ଯାରୀରଖିଛନ୍ତି।

କମାର ଶାଳ- ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା କମାର ସେବକ ମାନେ ତିନି ରଥର ଦଣ୍ଡା କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।

ପାହି ମହାରଣା-ଦୋଳବେଦୀ ଠାରେ ପାହି ମହାରଣା ମାନେ ରଥ ଯାତ୍ରାରେ ଠାକୁରଙ୍କ ପୂଜା ନିମନ୍ତେ କାଠ ସରଞ୍ଜାମ ନିର୍ମାଣ ଜାରୀ ରଖିଛନ୍ତି।

ରଥ ନିର୍ମାଣକାରୀଙ୍କ ଉପସ୍ଥାନ

ତିନିରଥ ମହାରଣା ସେବକ –  ୭୭

ତିନିରଥ ଭୋଇ ସେବକ     –  ୭୬

ତିନିରଥ କରତୀ ସେବକ    –   ୪

ତିନିରଥ କମାର ସେବକ     –  ୨୦

ତିନିରଥ ରୂପକାର ସେବକ  –  ୨୦

ତୁମ୍ବ ବିନ୍ଧ କାରୀଗର           –   ୨

ପାହି ମହାରଣା                  –   ୨

ରଥଖଳା ସହାୟକ(ପାଣି ବାଲା) ୧

ମୋଟ – ୨୦୨ ଜଣ

 

 

 

LEAVE A REPLY

Please enter your comment!
Please enter your name here