ରଥଖଳା:ରଥ ନିର୍ମାଣ କାର୍ଯ୍ୟ ନବମ ଦିବସ: ତିନି ରଥର ୪୨ ଗୋଟି ତୁମ୍ବ ରେ ୧୬ ଯୋଡା ବିନ୍ଧ କାର୍ଯ୍ୟ ସହ ତୁମ୍ବ ଗୁଡିକରେ ଅର କଣ୍ଟା ବାଡ଼ିଆ ପାଇଁ ଅଗର ବିନ୍ଧ କାର୍ଯ୍ୟ ଏବଂ ତୁମ୍ବ ଗୁଡ଼ିକର ବଳକା ଅଂଶ ର ଘେର କଟା କାର୍ଯ୍ୟଶେଷ ପର୍ଯ୍ୟାୟରେ

0
160
ତିନିରଥ ୪୨ ତୁମ୍ବ ରେ ବିନ୍ଧ କାର୍ଯ୍ୟ ଏବଂ ଅଗର ବିନ୍ଧ ଶେଷ ପର୍ଯ୍ୟାୟରେ. ଆଜିସୁଦ୍ଧା ତିନି ରଥର ୪୨ ଗୋଟି ତୁମ୍ବ ରେ ୧୬ ଯୋଡା ବିନ୍ଧ କାର୍ଯ୍ୟ ସହ ତୁମ୍ବ ଗୁଡିକରେ ଅର କଣ୍ଟା ବାଡ଼ିଆ ପାଇଁ ଅଗର ବିନ୍ଧ କାର୍ଯ୍ୟ ଏବଂ ତୁମ୍ବ ଗୁଡ଼ିକର ବଳକା ଅଂଶ ର ଘେର କଟା କାର୍ଯ୍ୟଶେଷ ପର୍ଯ୍ୟାୟରେ ପହଁଚିଛି । ତିନି ରଥର ତୁମ୍ବ ଗୁଡ଼ିକର ବିନ୍ଧ କାର୍ଯ୍ୟ ସମାନ୍ତରଳ ଭାବେ ଆଗେଇ ଚାଲିଛି ।

By Our Correspondent

PURI/BHUBANESWAR     ଆଜି ରଥ ନିର୍ମାଣର ନବମ ଦିବସ ରେ ରଥ ନିର୍ମାଣକାରୀ ସେବକ ମାନେ ସକାଳ ଘ.୮.୦୦ ଟିକାରେ ରଥ ଖଳା ଠାରେ ଉପସ୍ଥିତ ହୋଇଥିଲେ, ଦୈନଦିନ ପରି ଉପସ୍ଥାନ ଦେଇ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ।

ତିନିରଥ ୪୨ ତୁମ୍ବ ରେ ବିନ୍ଧ କାର୍ଯ୍ୟ ଏବଂ ଅଗର ବିନ୍ଧ ଶେଷ ପର୍ଯ୍ୟାୟରେ. ଆଜିସୁଦ୍ଧା ତିନି ରଥର ୪୨ ଗୋଟି ତୁମ୍ବ ରେ ୧୬ ଯୋଡା ବିନ୍ଧ କାର୍ଯ୍ୟ ସହ ତୁମ୍ବ ଗୁଡିକରେ ଅର କଣ୍ଟା ବାଡ଼ିଆ ପାଇଁ ଅଗର ବିନ୍ଧ କାର୍ଯ୍ୟ ଏବଂ ତୁମ୍ବ ଗୁଡ଼ିକର  ବଳକା ଅଂଶ ର ଘେର କଟା କାର୍ଯ୍ୟଶେଷ ପର୍ଯ୍ୟାୟରେ ପହଁଚିଛି । ତିନି ରଥର ତୁମ୍ବ ଗୁଡ଼ିକର ବିନ୍ଧ କାର୍ଯ୍ୟ ସମାନ୍ତରଳ ଭାବେ ଆଗେଇ ଚାଲିଛି ।

ତାଳଧ୍ଵଜ ରଥ ଚାଳିତାଳଧ୍ଵଜ ରଥର ମୋଟ ୧୪ ଗୋଟି ଚକ ପାଇଁ ଆବଶ୍ୟକ ୧୪ ଗୋଟି ତୁମ୍ବ ରୁ ଆଜି ସୁଦ୍ଧା ୧୧ଗୋଟି ତୁମ୍ବ ର ୧୬ ଯୋଡା ବିନ୍ଧ କାର୍ଯ୍ୟ ଶେଷ ହୋଇଅଛି, ତୁମ୍ବ ଗୁଡ଼ିକର ଅଗର ବିନ୍ଧ କାର୍ଯ୍ୟ ଆସନ୍ତାକାଲି ଠାରୁ ଆରମ୍ଭ ହେବ ।

ଦର୍ପଦଳନ ରଥ ଚାଳି-ଦର୍ପଦଳନ ରଥର ମୋଟ ୧୨ ଗୋଟି ତୁମ୍ବ ରୁ ୧୦ ଗୋଟି ତୁମ୍ବ ର ୧୬ ଯୋଡା ବିନ୍ଧ କାର୍ଯ୍ୟ ଶେଷ ହୋଇ ତୁମ୍ବ ଗୁଡିକରେ ଅଗର ବିନ୍ଧ ଏବଂ ତୁମ୍ବ ଗୁଡ଼ିକର ଘେର କଟା କାର୍ଯ୍ୟ ଶେଷ ହୋଇଛି, ବାକି ଶେଷ ଦୁଇଟି ତୁମ୍ବର ବିନ୍ଧ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି।

ନନ୍ଦିଘୋଷ ରଥ ଚାଳି ନନ୍ଦିଘୋଷ ରଥର ମୋଟ ୧୬ ଗୋଟି ତୁମ୍ବ ରୁ ୧୨ ଗୋଟି ତୁମ୍ବ ର ୧୬ ଯୋଡା ବିନ୍ଧ କାର୍ଯ୍ୟ ଶେଷ ହେବାସହ ଉକ୍ତ ତୁମ୍ବ ଗୁଡିକରେ ଅର କଣ୍ଟା ବସିବା ପାଇଁ ଅଗର ବିନ୍ଧ କାର୍ଯ୍ୟ ମହାରଣା ସେବକ ମାନେ ଶେଷ କରିଛନ୍ତି, ଏଥିସହ ତୁମ୍ବ ଗୁଡ଼ିକର ଘେର କଟା କାର୍ଯ୍ୟ କରତୀ ସେବକଙ୍କ ଦ୍ଵାରା ଚାଲୁ ରହିଛି । ବାକୁ ୪ ଗୋଟି ତୁମ୍ବ ର ବିନ୍ଧ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି ।

କମାର ଶାଳ ଦୋଳ ବେଦୀ ଅସ୍ଥାୟୀ କମାର ଶଳା ରେ ତିନି ରଥର ମୋଟ ୪୨ ଚକ  ର ତୁମ୍ବ ପାଇଁ ଓଝା ସେବକ ମାନେ  ଆର କଣ୍ଟା ଏବଂ ଅନ୍ଦାରି ବଳା ନିର୍ମାଣ ଜାରୀ ରଖିଛନ୍ତି ।

ମୋଟ ନିର୍ମାଣକାରୀଙ୍କ ଉପସ୍ଥାନ

ତିନି ରଥର ମହାରଣା ସେବକ – ୬୦

ତିନି ରଥର ଭୋଇ ସେବକ    –  ୫୦

ତିନି ରଥର କରତୀ ସେବକ   –    ୪

ତିନି ରଥର କମାର ସେବକ   –  ୧୨

ତୁମ୍ବ ବିନ୍ଧ କାରୀଗର            –    ୧

ରଥଖଳା ସହାୟକ(ପାଣିବାଲା)   ୧

ମୋଟ – ୧୨୮ ଜଣ

 

LEAVE A REPLY

Please enter your comment!
Please enter your name here