ରଥଖଳା:ରଥ ନିର୍ମାଣ କାର୍ଯ୍ୟ ଅଷ୍ଟମ ଦିବସ- ତିନିରଥ ର ୪୨ ଗୋଟି ତୁମ୍ବ ର ବିନ୍ଧ କାର୍ଯ୍ୟ ଶେଷ, ତିନିରଥ ର ଏକ ନମ୍ୱର ନାହାକା ତୁମ୍ବ ପାଇଁ ଆବଶ୍ୟକ ୨୦ ଗୋଟି ପନ୍ଦାରି ବଳା ନିର୍ମାଣ ଶେଷ କରି , ତିନିରଥ ର ଦୁଇ ନମ୍ୱର ଚକା ପାଇଁ ଆବଶ୍ୟକ ୨୪ ଗୋଟି ପନ୍ଦାରି ବଳା ର ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି

0
252

By Our Correspondent

PURI/BHUBANESWAR:  ଆଜି ରଥ ନିର୍ମାଣର ଅଷ୍ଟମ ଦିନରେ ରଥ ନିର୍ମାଣକାରୀ ମାନେ ସକାଳ ଘ.୮.୦୦ ଟିକା ପୂର୍ବରୁ ରଥଖଳା ଠାରେ ଉପସ୍ଥିତ ହୋଇ ଉପସ୍ଥାନ ଦେଇ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନର ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।

ଗତକାଲି ନିର୍ମାଣ କାର୍ଯ୍ୟ ଶେଷ ସୁଦ୍ଧା ତିନିରଥ ର ମୋଟ ୪୨ ଗୋଟି ତୁମ୍ବ ର ବିନ୍ଧ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା. ଆଜି ତିନିରଥ ର ୪୨ ଗୋଟି ତୁମ୍ବ ର ବିନ୍ଧ କାର୍ଯ୍ୟ ଶେଷ.

ତିନି ରଥର ମୁଖ୍ୟ ମହାରଣା ଙ୍କ ମାର୍ଗ ଦର୍ଶନରେ ତିନିରଥ ର ମୋଟ ୪୨ ଗୋଟି ତୁମ୍ବ ର ୧୬ ଯୋଡ଼ା ବିନ୍ଧ କାର୍ଯ୍ୟ ତିନି ରଥ ଚାଳି ର ସାଥୀ ମହାରଣା ସେବକ ମାନେ ଶେଷ କରି, ଉକ୍ତ ବିନ୍ଧ ହୋଇଥିବା ତୁମ୍ବ ଗୁଡ଼ିକର ସଂଶୋଧନ କାର୍ଯ୍ୟ ଆରମ୍ଭ କରିଛନ୍ତି, ବିନ୍ଧ ଗୁଡ଼ିକର ଆବଶ୍ୟକତାକୁ ପରଖା ଯାଇ ନିହାଣ ମାରା କାର୍ଯ୍ୟ ଜାରୀ ରହିଛି ।

ଏଥିସହ ତୁମ୍ବରେ ଅର ସଂଯୋଗ ପାଇଁ ହୋଇଥିବା ଅର ବିନ୍ଧ ନିକଟରେ କଣ୍ଟା ବସିବାପାଇଁ ଅଗର ବିନ୍ଧ ହୋଇ ତୁମ୍ବ ଗୁଡ଼ିକର ବଳକା ଅଂଶ କୁ ବାଦ ଦେବା ପାଇଁ ତୁମ୍ବ ର ଘେରକଟା କାର୍ଯ୍ୟ କରତୀ ମହାରଣା ସେବକ ମାନେ ଜାରି ରଖିଛନ୍ତି, ଆଜି ର କାର୍ଯ୍ୟ ଶେଷ ସୁଦ୍ଧା ୧୭ ଗୋଟି ତୁମ୍ବ ର ଘେର କଟା କାର୍ଯ୍ୟ ଶେଷ କରି ଛନ୍ତି।

ତିନି ରଥର ଘେର କଟା ଯାଇଥିବା ତୁମ୍ବ ଗୁଡ଼ିକର  ଦୁଇ ପାର୍ଶ୍ଵରେ ଅଖ ବିନ୍ଧ ପାଇଁ  ସୂତା ମାପ ଚିହ୍ନ ମୁଖ୍ୟ ମହାରଣାଙ୍କ ତତ୍ତ୍ଵାବଧାନରେ  ଜାରୀ ରହିଛି, ଯେଉଁ ତୁମ୍ବ ଗୁଡ଼ିକ ଆବଶ୍ୟକତା ଠାରୁ ଅଧିକ ମୋଟେଇ ରହିଛି,ସେହି ନାହାକା ତୁମ୍ବ ଗୁଡ଼ିକ ରେ ପୁନଃ ମାପ ଚିହ୍ନ ଦିଆଯାଇ  ମହାରଣା ସେବକ ମାନେ ବାରିସିରେ ଚାଞ୍ଚି ସମତୁଲ କାର୍ଯ୍ୟ ଜାରୀରଖିଛନ୍ତି ।

କମାର ଶାଳରେ କଣ୍ଟା ନିର୍ମାଣ କାର୍ଯ୍ୟ- ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ତିନିରଥ ର ଓଝା କମାର ସେବକ ମାନେ ଆବଶ୍ୟକ ପ୍ରକାରେ ଅର କଣ୍ଟା ପ୍ରସ୍ତୁତି ଜାରୀ ରଖିବା ସହ,ଆଜିସୁଦ୍ଧା ତିନିରଥ ର ଏକ ନମ୍ୱର ନାହାକା ତୁମ୍ବ ପାଇଁ ଆବଶ୍ୟକ ୨୦ ଗୋଟି ପନ୍ଦାରି ବଳା ନିର୍ମାଣ ଶେଷ କରି , ତିନିରଥ ର ଦୁଇ ନମ୍ୱର  ଚକା  ପାଇଁ ଆବଶ୍ୟକ ୨୪ ଗୋଟି ପନ୍ଦାରି ବଳା ର ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ରଥ ନିର୍ମାଣକାରୀଙ୍କ ଉପସ୍ଥାନ

ତିନିରଥ ର ମହାରଣା ସେବକ – ୬୭

ତିନିରଥ ର କରତୀ ସେବକ   –   ୪

ତିନିରଥ ଓଝା କମାର ସେବକ – ୧୨

ତିନିରଥ ର ଭୋଇ ସେବକ     – ୩୮

ତୁମ୍ବ ବିନ୍ଧ କାରୀଗର              –   ୧

ରଥଖଳା ସହାୟକ(ପାଣି ବାଲା) – ୧

ମୋଟ – ୧୨୩ ଜଣ

LEAVE A REPLY

Please enter your comment!
Please enter your name here